କାର୍ତିକ ପୂର୍ଣ୍ଣମୀ ଦିନ ପଡୁଛି ଚନ୍ଦ୍ରଗ୍ରହଣ,ଜାଣନ୍ତୁ ନୀତିକାନ୍ତି
ପୁରୀ : ନଭେମ୍ବର ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଦିନ ପଡୁଛି ଚନ୍ଦ୍ରଗ୍ରହଣ I ଚନ୍ଦ୍ରଗ୍ରହଣ ସମୟ ଓ ନୀତିକାନ୍ତି କୁ ନେଇ ଚାଲିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି ପୁରୀ ଛତିଶା ନିଯୋଗ ବୈଠକରେ ଏଥିପାଇଁ ନୂଆ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ପୂର୍ବରୁ ପାକତ୍ୟାଗ, ଦେବନୀତି ନିଷେଧ ପାଇଁ ଯେଉଁ ସମୟ ଧାର୍ଯ୍ୟ ହୋଇଥିଲା, ସେଥିରେ ପରିବର୍ତ୍ତନ କରାଯାଇଛି । ଚନ୍ଦ୍ରଗ୍ରହଣ ପୂର୍ବଦିନ ଅର୍ଥାତ ୭ ତାରିଖ ରାତି ୧୨ଟା ୧୦ରେ ଦ୍ୱାରଫିଟା ହେବ […]
ପୁରୀ : ନଭେମ୍ବର ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଦିନ ପଡୁଛି ଚନ୍ଦ୍ରଗ୍ରହଣ I ଚନ୍ଦ୍ରଗ୍ରହଣ ସମୟ ଓ ନୀତିକାନ୍ତି କୁ ନେଇ ଚାଲିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି ପୁରୀ ଛତିଶା ନିଯୋଗ ବୈଠକରେ ଏଥିପାଇଁ ନୂଆ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ପୂର୍ବରୁ ପାକତ୍ୟାଗ, ଦେବନୀତି ନିଷେଧ ପାଇଁ ଯେଉଁ ସମୟ ଧାର୍ଯ୍ୟ ହୋଇଥିଲା, ସେଥିରେ ପରିବର୍ତ୍ତନ କରାଯାଇଛି । ଚନ୍ଦ୍ରଗ୍ରହଣ ପୂର୍ବଦିନ ଅର୍ଥାତ ୭ ତାରିଖ ରାତି ୧୨ଟା ୧୦ରେ ଦ୍ୱାରଫିଟା ହେବ । ତା ପରେ ପରେ ସବୁ ନୀତିକାନ୍ତି କରାଯାଇ ସକାଳ ୫ଟା ୫୦ ସୁଦ୍ଧା ସରିବ ଭୋଗ ମଣ୍ଡପ । ସୂର୍ଯ୍ୟୋଦୟ ପରଠାରୁ ଅର୍ଥାତ୍ ସକାଳ ୫ଟା ୫୪ ମିନିଟ୍ ୫୩ ସେକେଣ୍ଡଠାରୁ ଅନ୍ନଭୋଜନ, ପାକକର୍ମ ଓ ଦେବନୀତି ନିଷେଧ କରାଯାଇଛି। ତେବେ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ଆଗରୁ ପାକତ୍ୟାଗ ହେବା କଥା । ପାଞ୍ଜିରେ ସାମାନ୍ୟ ତ୍ରୁଟି, ସେହି ତ୍ରୁଟି ସଂଶୋଧନ କରାଯାଇଥିଲେ ମଧ୍ୟ ତାହା ନଜରକୁ ଆସିନଥିବାରୁ ପାକତ୍ୟାଗକୁ ନେଇ ଦ୍ୱନ୍ଦ୍ୱ ହୋଇଥିବା କୁହାଯାଇଥିଲା ।
ସେହିପରି ରାତି ସାଢ଼େ ୨ଟାରୁ ମହାପ୍ରଭୁଙ୍କ ରାଜାଧିରାଜ ବେଶ ବା ସୁନାବେଶ ଆରମ୍ଭ ହେବ। କିନ୍ତୁ ରାତିରେ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯାଇଛି। ସୂର୍ଯ୍ୟୋଦୟ ପରଠାରୁ ଭକ୍ତମାନେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ। ପଞ୍ଚୁକ ସହ ଚନ୍ଦଗ୍ରହଣରେ ନୀତିକାନ୍ତି କିପରି ଶୃଙ୍ଖଳିତ ହେବ ଓ ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରି ଫେରିବେ, ସେ ଉପରେ ବି ବୈଠକରେ ଗୁରୁତ୍ବାରୋପ କରାଯାଇଛି।ପଞ୍ଚୁକ ସହ ଚନ୍ଦ୍ରଗ୍ରହଣରେ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ବାରିକେଡିଂ ସହ ଅତିରିକ୍ତ ପୋଲିସ ମୁତୟନ କରାଯାଇଛି। ଭକ୍ତଙ୍କୁ ସିସିଟିଭି ନଜରରେ ରଖିବାକୁ ସିଂହଦ୍ବାରରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ସିସିଟିଭି ଲାଗିବ ବୋଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।
ଆଗରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଯେ, ସକାଳ ୮ଟା ୨୯ରୁ ପାକ ତ୍ୟାଗ, ଦେବ ନୀତି ବନ୍ଦ ହେବ । କିନ୍ତୁ ଜ୍ୟୋତିର୍ବିଦମାନେ କହିଥିଲେ, ସୂର୍ଯ୍ୟୋଦୟ ଅର୍ଥାତ ସକାଳ ୫ଟା ୫୪ ମିନିଟ ୫୩ ସେକେଣ୍ଡରୁ ହିଁ ପାକତ୍ୟାଗ ହେବା କଥା । କାରଣ କାର୍ତ୍ତିକ ପୂର୍ଣ୍ଣିମାରେ ଦିନ ୨ଟା ୩୮ ମିନିଟ ୧୪ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ କରୁଥିବା ବେଳେ ଗ୍ରହଣ ସର୍ବମୋକ୍ଷ ହେବ ସଂଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ।
ଛତିଶାନିଯୋଗ ବୈଠକରେ ଚୂଡ଼ାନ୍ତ ଚନ୍ଦ୍ରଗ୍ରହଣ ନୀତିକାନ୍ତି :
-ନଭେମ୍ବର ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଅପରାହ୍ନ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡ୍ରେ ଗ୍ରହଣ ସ୍ପର୍ଶ କରିବ ।
-ନଭେମ୍ବର ୮ ସଂଧ୍ୟା ୬ଟା ୧୮ ମିନିଟ୍ ୪୭ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ।
-ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି ହୋଇ ବାକିଥିବା ଦୈନିକ ନୀତିକାନ୍ତି ଆରମ୍ଭ ହେବ।
-ତେଣୁ ପୂର୍ବଦିନ ରାତ୍ର ପହୁଡ଼ ପରେ ପରେ ରାତି ୧୨ଟା ୧୦ରେ ଦ୍ବାରଫିଟା ନୀତି କରିବାକୁ ନିଷ୍ପତ୍ତି ହୋଇଛି।
-ସେହିଭଳି ରାତି ୧୨ଟା ୨୫ରେ ଭିତରଶୋଧ, ସାଢ଼େ ୧୨ଟାରେ ମଙ୍ଗଳଆଳତି ହେବ।
-ସେହିଭଳି ୧୨ଟା ୪୫ରେ ରୋଷହୋମ, ମଇଲମ ଓ ତଡ଼ପଲାଗି ହେବ।
-୧ଟା ୧୫ରେ ଅବକାଶ, ୨ଟାରେ ସୂର୍ଯ୍ୟପୂଜା, ସାଢ଼େ ୨ଟାରେ ଦ୍ବାରପାଳ ପୂଜା ସହ ମହାପ୍ରଭୁଙ୍କ ରାଜାଧିରାଜ ବେଶ ଆରମ୍ଭ ହେବ।
– ରାତି ୩ଟାରେ ଗୋପାଳବଲ୍ଲଭ, ୩ଟା ୨୦ରୁ ୪ଟା ୨୦ ଭିତରେ ସକାଳଧୂପ(କେବଳ କୋଠଭୋଗ), ୪ଟା ୪୫ରେ ବାଳଧୂପ ଓ ଭୋଗମଣ୍ଡପ ଉଠିବ।
-୫ଟା ୧୦ରେ ବାଳଧୂପ ଶେଷ, ୫ଟା ୧୫ରେ ବନ୍ଦାପନା ଓ ୫ଟା ୫୦ରେ ଭୋଗମଣ୍ଡପ ଶେଷ ହେବ।
-ଏହା ପରେ ଚନ୍ଦ୍ରଗ୍ରହଣ ପାଇଁ ନୀତିକାନ୍ତି ବନ୍ଦ ରହିବ। ଗ୍ରହଣ ମହାସ୍ନାନ ଓ ଭୋଗ ପରେ ଶ୍ରୀଜିଉଙ୍କ ମଇଲମ, ତଡ଼ପଲାଗି ନୀତି ହୋଇ ଅନ୍ୟାନ୍ୟ ଦୈନିକ ନୀତିକାନ୍ତି ବଢ଼ିବ




