କରମଣ୍ଡଳ ରେଳ ଦୁର୍ଘଟଣା,ବଢୁଛି ମୃତାହତଙ୍କ ସଂଖ୍ୟା

ବାଲେଶ୍ୱର : ଶୁକ୍ରବାର ସଂଧ୍ୟା ୭.୫ରେ ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନରେ ଘଟିଯାଇଛି ଭୟଙ୍କର ରେଳ ଦୁର୍ଘଟଣା I କରମଣ୍ଡଳ, ମାଲବାହୀ ଟ୍ରେନ ଓ ଯଶୋବନ୍ତପୁର ହାୱାଡା ଦୂରନ୍ତ ଏକ୍ସପ୍ରେସ ମଧ୍ୟରେ ହୋଇଥିବା ଏହି ଦୁର୍ଘଟଣା ଅତି ଭୟଙ୍କର ଥିଲା। ଦୁର୍ଘଟଣା ପରେ ସେଠାରେ ସ୍ଥାନୀୟ ଲୋକଙ୍କ ସହ ପ୍ରଶାସନିକ ଅଧିକାରୀ ଓ ଉଦ୍ଧାରକାରୀ ଦଳଙ୍କ ଭିଡ଼ ଜମିଥିଲା। ଅନ୍ଧାର‌ ଯୋଗୁ କିଛି ଦିଶୁ ନଥିଲା। ଉଦ୍ଧାର କାର୍ଯ୍ୟ ମଧ୍ୟ ଠିକ୍‌ ଭାବେ ହୋଇପାରୁ ନଥିଲା। ଏପରି […]

Samaya Live Picture
Published On

ବାଲେଶ୍ୱର : ଶୁକ୍ରବାର ସଂଧ୍ୟା ୭.୫ରେ ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନରେ ଘଟିଯାଇଛି ଭୟଙ୍କର ରେଳ ଦୁର୍ଘଟଣା I କରମଣ୍ଡଳ, ମାଲବାହୀ ଟ୍ରେନ ଓ ଯଶୋବନ୍ତପୁର ହାୱାଡା ଦୂରନ୍ତ ଏକ୍ସପ୍ରେସ ମଧ୍ୟରେ ହୋଇଥିବା ଏହି ଦୁର୍ଘଟଣା ଅତି ଭୟଙ୍କର ଥିଲା। ଦୁର୍ଘଟଣା ପରେ ସେଠାରେ ସ୍ଥାନୀୟ ଲୋକଙ୍କ ସହ ପ୍ରଶାସନିକ ଅଧିକାରୀ ଓ ଉଦ୍ଧାରକାରୀ ଦଳଙ୍କ ଭିଡ଼ ଜମିଥିଲା। ଅନ୍ଧାର‌ ଯୋଗୁ କିଛି ଦିଶୁ ନଥିଲା। ଉଦ୍ଧାର କାର୍ଯ୍ୟ ମଧ୍ୟ ଠିକ୍‌ ଭାବେ ହୋଇପାରୁ ନଥିଲା। ଏପରି ସମୟରେ ପ୍ରାୟ ଦେଢ଼ଘଣ୍ଟା ପରେ ସ୍ଥାନୀୟ ପ୍ରଶାସନ ଏବଂ ବାହାନଗା ରେଳଷ୍ଟେସନ ପକ୍ଷରୁ ଆଲୁଅ ବ୍ୟବସ୍ଥା ହୋଇଥିଲା। ଆଉ ଆଲୁଅ ଜଳିବାପରେ ଏଠିସେଠି ଯାତ୍ରୀମାନଙ୍କ ଛିଣ୍ଡା ହାତଗୋଡ଼ ପଡ଼ିଥିବା ଦେଖିବାକୁ ମିଳିଥିଲା। ଯାହା ଦେଖିବା ପରେ ସମସ୍ତେ ହତବାକ୍‌ ହୋଇଯାଇଥିଲେ।

ଚଳିତ ଶତାବ୍ଦୀର ସବୁଠୁ ବଡ଼ ଟ୍ରେନ୍‌ ଟ୍ରାଜେଡି । ଭୟଙ୍କର ଓ ଛାତିଥରା ଦୁର୍ଘଟଣା । ଦୁଇଟି ସୁପରଫାଷ୍ଟ ଓ ମାଲବାହୀ ଟ୍ରେନ୍‌ ଧକ୍କାରେ ବଢୁଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୩୩ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ପ୍ରାୟ ୯ଶହ । ଆଗକୁ ଅଧିକ ବଢ଼ିପାରେ ମୃତ୍ୟୁସଂଖ୍ୟା । ୩ ଶହ ବି ଛୁଇଁପାରେ । ଏବେ ଦୁର୍ଘଟଣା ସ୍ଥଳରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସକ୍ୟୁ ଅପରସେନ୍‌ । ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ, ଅଗ୍ନିଶନ ବାହିନୀ, ଏନଡିଆରଏଫ୍‌ ଓ ସେନା ନିୟୋଜିତ ହୋଇଛି । ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ ବଗିରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ଗ୍ୟାସ୍‌ କଟର, ପ୍ଲାଜମା କଟିଂ ମେସିନ୍‌ ଜରିଆରେ ଦୁର୍ଘଟଣାଗ୍ରସ୍ତ ବଗିକୁ କାଟି ଲୋକଙ୍କୁ ଉଦ୍ଧାର କରାଯାଉଛି । ଦୁର୍ଘଟଣାସ୍ଥଳରେ ରାଜ୍ୟର ବିଭିନ୍ନ ହସ୍ପିଟାଲରୁ ଡାକ୍ତରୀ ଟିମ୍‌ ପହଞ୍ଚିଛନ୍ତି । ବାଲେଶ୍ୱର, ଭଦ୍ରକର ବିଭିନ୍ନ ହସ୍ପିଟାଲ ଓ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତ ଚିକିତ୍ସିତ ହେଉଛନ୍ତି ।

Tags: