କପିଳେଶ୍ୱର ମନ୍ଦିରକୁ ମିଳିଲା ରାଷ୍ଟ୍ରୀୟ ମହତ୍ୱ ସ୍ମାରକୀ ମାନ୍ୟତା
ଭୁବନେଶ୍ୱର : ରାଜଧାନୀରେ ଥିବା ଐତିହାସିକ କପିଳେଶ୍ୱର ମନ୍ଦିରକୁ ମିଳିଲା ରାଷ୍ଟ୍ରୀୟ ମହତ୍ୱ ସ୍ମାରକୀ ମାନ୍ୟତା I ପଂଚଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ଏହି ମନ୍ଦିରକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ମହତ୍ୱ ସ୍ମାରକୀ ମାନ୍ୟତା ମିଳିଥିବା ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ମନ୍ଦିର ସେବାୟତ ଓ ଏକାମ୍ର କ୍ଷେତ୍ରର ବାସିନ୍ଦାଙ୍କ ଇଛା ପୂରଣ ହୋଇଛି ବୋଲି କହିବା ସହ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. […]
ଭୁବନେଶ୍ୱର : ରାଜଧାନୀରେ ଥିବା ଐତିହାସିକ କପିଳେଶ୍ୱର ମନ୍ଦିରକୁ ମିଳିଲା ରାଷ୍ଟ୍ରୀୟ ମହତ୍ୱ ସ୍ମାରକୀ ମାନ୍ୟତା I ପଂଚଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ଏହି ମନ୍ଦିରକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ମହତ୍ୱ ସ୍ମାରକୀ ମାନ୍ୟତା ମିଳିଥିବା ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ମନ୍ଦିର ସେବାୟତ ଓ ଏକାମ୍ର କ୍ଷେତ୍ରର ବାସିନ୍ଦାଙ୍କ ଇଛା ପୂରଣ ହୋଇଛି ବୋଲି କହିବା ସହ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଜଣାଇଲେ କୃତଜ୍ଞତା ଜଣାଇଛନ୍ତି ସାଂସଦ ।
ଅନ୍ୟପଟେ ମନ୍ଦିର ସେବାୟତ ଓ ଗ୍ରାମବାସୀ ଖୁସି ବ୍ୟକ୍ତ କରିବା ସହ ସାଂସଦଙ୍କୁ କୃତଜ୍ଞତା ଜଣାଇଛନ୍ତି । ପଂଚଦଶ ଶତାବ୍ଦୀରେ କପିଳେଶ୍ୱର ମନ୍ଦିର ନିର୍ମାଣ ହୋଇଥିଲା । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିରରେ ନାନା ସମସ୍ୟା ଦେଖାଦେଇଥିଲା । ମନ୍ଦିର ସୁରକ୍ଷା ନେଇ ସେବାୟତମାନେ ବାରମ୍ବାର ଦାବି କରି ଆସୁଥିଲେ ।ଏନେଇ ସାଂସଦ କପିଳେଶ୍ୱର ମନ୍ଦିର ଦାୟିତ୍ୱ ଏଏସଆଇ ଅଧିନକୁ ନେବାକୁ ଏପ୍ରିଲ ୩ରେ ଚିଠି ଲେଖିବା ସହ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଷାନ ରେଡ୍ଡୀଙ୍କୁ ଭେଟି ଦାବି କରିଥିଲେ ।




