ଥମୁନାହିଁ ବର୍ବରତା,ମହିଳାଙ୍କୁ ଲଣ୍ଡା କରି ମାଂସ ଭୋଜି ,୪ ଗିରଫ

ଝାରସୁଗୁଡା: ମହିଳାଙ୍କୁ ଶାସ୍ତି ଦେବା ନାଁରେ ବର୍ବରତା । ପ୍ରଥମେ କଙ୍ଗାରୁ କୋର୍ଟ ବସାଇ ମହିଳାଙ୍କୁ ଖାସି ଓ କୁକୁଡ଼ା ଭୋଜି ଦେବାକୁ କହିଲେ ଜାତିଭାଇ । ଏହାପରେ ମହିଳାଙ୍କୁ ଶାସ୍ତି ସ୍ୱରୂପ ସର୍ବ ସମ୍ମୁଖରେ ଲଣ୍ଡା କରି ବୁଲାଇଲେ । ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଜାମମାଲ ପଂଚାୟତର ରାଉତବାହାଲ ଗ୍ରାମରେ । ଏହି ଘଟଣାରେ ମହିଳାଙ୍କ ପୁଅ ଲଇକେରା ଥାନାରେ ଏତଲା ଦେବା ପରେ ପୋଲିସ ୪ ଜଣଙ୍କୁ ଗିରଫ କରି […]

Samaya Live Picture
Published On

ଝାରସୁଗୁଡା: ମହିଳାଙ୍କୁ ଶାସ୍ତି ଦେବା ନାଁରେ ବର୍ବରତା । ପ୍ରଥମେ କଙ୍ଗାରୁ କୋର୍ଟ ବସାଇ ମହିଳାଙ୍କୁ ଖାସି ଓ କୁକୁଡ଼ା ଭୋଜି ଦେବାକୁ କହିଲେ ଜାତିଭାଇ । ଏହାପରେ ମହିଳାଙ୍କୁ ଶାସ୍ତି ସ୍ୱରୂପ ସର୍ବ ସମ୍ମୁଖରେ ଲଣ୍ଡା କରି ବୁଲାଇଲେ । ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଜାମମାଲ ପଂଚାୟତର ରାଉତବାହାଲ ଗ୍ରାମରେ । ଏହି ଘଟଣାରେ ମହିଳାଙ୍କ ପୁଅ ଲଇକେରା ଥାନାରେ ଏତଲା ଦେବା ପରେ ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ମହିଳାଙ୍କ ସ୍ୱାମୀ ମହେନ୍ଦ୍ର କିସାନ, ଘଟଣାର ମୁଖ୍ୟ ଅଭିଯୁକ୍ତ ଶତ୍ରୁଘ୍ନ କିଷାନ, ନବୀନ ପିଙ୍ଗ, ସୁଶାନ୍ତ ପିଙ୍ଗ ବୋଲି ପୋଲିସ ସୂଚନା ଦେଇଛି ।

ସୂଚନାନୁସାରେ, ଲଇକେରା ଥାନା ଜାମମାଲ ପଂଚାୟତର ରାଉତବାହାଲ ଗ୍ରାମରେ ସ୍ୱାମୀ ମହେନ୍ଦ୍ର କିସାନଙ୍କ ସହ ସ୍ତ୍ରୀ ହେମ କିସାନଙ୍କ ଝଗଡା ହୋଇଥିଲା । ଏହି ଘଟଣାରେ ମହେନ୍ଦ୍ର ହେମଙ୍କୁ ବାଡେଇବାରୁ ହେମ ମଧ୍ୟ ସ୍ୱାମୀଙ୍କ ଉପରକୁ ଉପରକୁ ହାତ ଉଠାଇ ଦେଇଥିଲେ । ତେବେ ଏହି ବିବାଦର ସମାଧାନ କରିବାକୁ ସ୍ୱାମୀ ମହେନ୍ଦ୍ର ଜାତି ସମାଜର ଦ୍ୱାରସ୍ଥ ହେବା ପରେ ଜାତିଭାଇ ବସାଇଥିଲେ କଙ୍ଗାରୁ କୋର୍ଟ । କୋର୍ଟର ନିୟମ ଅନୁଯାୟୀ ହେମଙ୍କୁ ନିଜ ଭୁଲର ଦଣ୍ଡ ମୁତାବକ ଖାସି, ଦେଶୀ କୁକୁଡ଼ା ଓ ୫୦୦୦ ଟଙ୍କା ଫାଇନ ଦେବାକୁ କହିଥିଲେ। ହେମ ଏସବୁ ଦେବାକୁ ରାଜି ହୋଇଥିଲେ ହେଁ ବଡ଼ବଡ଼ିଆଙ୍କ ମନ ମାନି ନଥିଲା। ହେମାଙ୍କୁ ଜୋର ଜବରଦସ୍ତ ଲଣ୍ଡା କରିଥିଲେ ସେମାନେ। ତେବେ ତାମିଲନାଡୁରେ କାମ କରୁଥିବା ହେମଙ୍କ ପୁଅ ଏନେଇ ଖବର ପାଇବା ପରେ ତୁରନ୍ତ ଘରକୁ ଫେରି ମାଙ୍କ ପ୍ରତି ହୋଇଥିବା ଅତ୍ୟାଚାର ବିରୋଧରେ ଲାଇକେରା ଥାନାରେ ଲିଖିତ ଅଭିଯୋଗ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

Tags: