ଗିରଫ ହେଲେ କାମାକ୍ଷାନଗର ଉପଜିଲ୍ଲାପାଳ
ଢେଙ୍କାନାଳ : ଭିଜିଲାନ୍ସ ହାତରେ ଗିରଫ ହେଲେ କାମାକ୍ଷା ନଗର ଉପଜିଲ୍ଲାପାଳ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ନାୟକଙ୍କ ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏହି ସମୟରେ ନାରାୟଣଚନ୍ଦ୍ର ନାୟକଙ୍କର ଭୁବନେଶ୍ୱର ଝାରପଡାରେ ଦୁଇଟି ତିନି ମହଲା ବିଶିଷ୍ଟ ଘର, ଭଦ୍ରକ କୁଆଁସରେ ତିନିମହଲା ଘର, ଭଦ୍ରକ ଗେଲପୁରରେ ଦୁଇ ମହଲା ଘର ସମେତ ୧୩ ଟି ପ୍ଲଟ ଠାବ ହୋଇଥିଲା । ଚଢ଼ଉରେ […]
ଢେଙ୍କାନାଳ : ଭିଜିଲାନ୍ସ ହାତରେ ଗିରଫ ହେଲେ କାମାକ୍ଷା ନଗର ଉପଜିଲ୍ଲାପାଳ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ନାୟକଙ୍କ ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏହି ସମୟରେ ନାରାୟଣଚନ୍ଦ୍ର ନାୟକଙ୍କର ଭୁବନେଶ୍ୱର ଝାରପଡାରେ ଦୁଇଟି ତିନି ମହଲା ବିଶିଷ୍ଟ ଘର, ଭଦ୍ରକ କୁଆଁସରେ ତିନିମହଲା ଘର, ଭଦ୍ରକ ଗେଲପୁରରେ ଦୁଇ ମହଲା ଘର ସମେତ ୧୩ ଟି ପ୍ଲଟ ଠାବ ହୋଇଥିଲା । ଚଢ଼ଉରେ ତାଙ୍କଠାରୁ ନଗଦ ୧ ଲକ୍ଷ ୪୮ ହଜାର ୬୮୦ ଟଙ୍କା, ୨୫୦ ଗ୍ରାମ ସୁନା, ବିଭିନ୍ନ ବ୍ୟାଙ୍କରେ ଥିବା ପାସବୁକ, ଗୋଟିଏ ମୋଟର ସାଇକେଲ ଜବତ କରାଯାଇ ଥିଲା । ଏହି ସବୁ ସମ୍ପତିର ନାରାୟଣ ଚନ୍ଦ୍ର ସନ୍ତୋଷ ଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଆଜି ଗିରଫ କରାଯାଇଛି ।
ନାରାୟଣଚନ୍ଦ୍ର ୨୦୨୩ ଜୁନରୁ କାମାକ୍ଷାନଗର ଉପଜିଲ୍ଲାପାଳ ଭାବେ କାର୍ଯ୍ୟଭାର ସମ୍ଭାଳୁଥିଲେ। ସେ ୧୯୯୭ରେ ସରକାରୀ ଚାକିରୀରେ ସେ ଯୋଗ ଦେଇଥିଲେ। ପ୍ରଥମେ କଳାହାଣ୍ଡିରେ ସହାୟକ ବନ୍ଦୋବସ୍ତ ଅଧିକାରୀ (ଆସିଷ୍ଟାଣ୍ଟ ସେଟଲମେଣ୍ଟ ଅଫିସର) ଓ ପରେ ଭବାନୀପାଟଣାର ଅତିରିକ୍ତ ତହସିଲଦାର ଭାବେ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ପରେ ଦୀର୍ଘ ଦଶନ୍ଧି ଧରି ଖରିଆର, ଦଶରଥପୁର ଓ ବାଲିଅନ୍ତା ବ୍ଲକର ବିଡ଼ିଓ ଭାବେ କାର୍ଯ୍ୟ କରିଥିଲେ। ୨୦୨୩ରେ ପଦୋନ୍ନତି ପାଇ କାମାକ୍ଷାନଗର ଉପଜିଲାପାଳ ଭାବେ ଏଯାବତ କାମ କରିଆସୁଥିଲେ ନାରାୟଣଚନ୍ଦ୍ର ନାୟକ ।




