କୁନି କଳକୀଙ୍କ ବାପାଙ୍କ ନାଁରେ ସଙ୍ଗୀନ ଅଭିଯୋଗ
ଭୁବନେଶ୍ୱର: କୁନି କଳକୀ ବାବଙ୍କ ବାପା କାଶନାଥ ମିଶ୍ରଙ୍କ ନାମରେ ଆସିଲା ସଙ୍ଗୀନ ଅଭିଯୋଗ। ସ୍ଵାମୀ ଠାରୁ ସ୍ତ୍ରୀ କୁ ଛଡ଼ାଇ ନେଇଛନ୍ତି କାଶୀନାଥ ମିଶ୍ର ବୋଲି ସହିଦ ନଗର ଥାନାରେ ଅଭିଯୋଗ ଆଣିଲେ ଜିତେନ୍ ଗିରି। ୪ ବର୍ଷ ୯ ମାସ ଧରି କାଶୀନାଥ ତାଙ୍କ ପତ୍ନୀଙ୍କୁ ଦୂରେଇ ଦେଇଛନ୍ତି ବୋଲି ଅଭିଯୋଗ ଆଣିଲେ ଜିତେନ୍। ଆଚାର୍ଯ୍ୟ ବିହାର ପାଣି ଟାଙ୍କି ପାଖରେ ମୋ ସ୍ତ୍ରୀ ଭଡ଼ାରେ ରହି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏମ ଫିଲ […]
ଭୁବନେଶ୍ୱର: କୁନି କଳକୀ ବାବଙ୍କ ବାପା କାଶନାଥ ମିଶ୍ରଙ୍କ ନାମରେ ଆସିଲା ସଙ୍ଗୀନ ଅଭିଯୋଗ। ସ୍ଵାମୀ ଠାରୁ ସ୍ତ୍ରୀ କୁ ଛଡ଼ାଇ ନେଇଛନ୍ତି କାଶୀନାଥ ମିଶ୍ର ବୋଲି ସହିଦ ନଗର ଥାନାରେ ଅଭିଯୋଗ ଆଣିଲେ ଜିତେନ୍ ଗିରି। ୪ ବର୍ଷ ୯ ମାସ ଧରି କାଶୀନାଥ ତାଙ୍କ ପତ୍ନୀଙ୍କୁ ଦୂରେଇ ଦେଇଛନ୍ତି ବୋଲି ଅଭିଯୋଗ ଆଣିଲେ ଜିତେନ୍। ଆଚାର୍ଯ୍ୟ ବିହାର ପାଣି ଟାଙ୍କି ପାଖରେ ମୋ ସ୍ତ୍ରୀ ଭଡ଼ାରେ ରହି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏମ ଫିଲ ସାରି ପିଏଚଡି କରୁଥିଲା।
ମୁଁ ବ୍ୟବସାୟୀ ହୋଇଥିବାରୁ କେନ୍ଦୁଝରରେ ରୁହେ। ସେ ଜଣେ ଆଧ୍ୟାତ୍ମିକ ମହିଳା ହୋଇଥିବାରୁ କୋଭିଡ ସମୟରେ ଶୀବାନି ନାମକ ଯୁବତୀ ଲିଙ୍କ ରେ ଆସି ବୈକୁଣ୍ଠ ଧାମ ଆଶ୍ରମ ଯାଇ ତାଙ୍କ ଟ୍ରାପ୍ ରେ ପଡ଼ିଥିଲା। ଆଶ୍ରମରେ ବହୁ ଅନୈତିକ କାର୍ଯ୍ୟରେ ଲିପ୍ତ ଅଛନ୍ତି ଅନ୍ତେବାସୀ। ଏଭଳି କିଛି ଅଭିଯୋଗ ପତ୍ରରେ ଲେଖିଛନ୍ତି ଜିତେନ୍ ଗିରି।କ୍ରିଷ୍ଣା ନନ୍ଦ ପ୍ରଭୁ ନାମକ ଜଣେ ବ୍ୟକ୍ତି ଆଶ୍ରମରେ ଚଳାଉଛନ୍ତି ସେକ୍ସ୍ ରାକେଟ।
ମୋ ସ୍ତ୍ରୀ ର ମାଇଣ୍ଡ ୱାସ କରାଯାଇ ମୋ ବିରୁଦ୍ଧରେ ଡିର୍ଭୋଶ କେସ କରାଯାଇଛି। କାଶୀନାଥ ଆଉ ଆଶ୍ରମର ଆଉ ଜଣେ ବ୍ୟକ୍ତି ମୋ ସ୍ତ୍ରୀ ର ମାଇଣ୍ଡ ୱାସ କରି ମୋ ଠାରୁ ଦୂରେଇ ଦେଇ କାଉଠୀ ରଖିଦେଇଛନ୍ତି ବୋଲି ଏଭଳି କିଛି ଅଭିଯୋଗ ଆଣିଲେ ଜିତେନ୍ ଗିରି ନାମକ ବ୍ୟକ୍ତି।




