ଦୁବାଇ ଯିବେ କୋରାପୁଟର ମିଶନ ଶକ୍ତି ସଭାନେତ୍ରୀ ଜ୍ୟୋତିରେଖା
କୋରାପୁଟ : ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣର ଅନ୍ୟତମ ପ୍ରମୁଖ ଯୋଜନା ହେଉଛି ମିଶନ ଶକ୍ତି I ଏହି ଯୋଜନାରେ ସାମିଲ ହୋଇ ମହିଳାମାନେ ସ୍ୱାବଲମ୍ବୀ ହୋଇ ଅଧିକ ସଶକ୍ତ ହୋଇ ପାରିଛନ୍ତି I ମହିଳାଙ୍କୁ ଜିବୀକାର ନୂଆ ବାଟ ଦେଖାଇଛି ମିଶନ ଶକ୍ତି। ବିଭିନ୍ନ ସ୍ଥାନରେ ମିଶନ ଶକ୍ତି ସଫଳତାର ସହ କାର୍ଯ୍ଯ କରିଆଗେଇ ଚାଲିଛି । ତେବେ ଏମିତି ଏକ ମିଶନ ଶକ୍ତି ଜଣେ ସଭାନେତ୍ରୀଙ୍କୁ ନେଇ ଆଜି ସବୁଠି ଆଲୋଚନା। ମିଶନ ଶକ୍ତି […]
କୋରାପୁଟ : ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣର ଅନ୍ୟତମ ପ୍ରମୁଖ ଯୋଜନା ହେଉଛି ମିଶନ ଶକ୍ତି I ଏହି ଯୋଜନାରେ ସାମିଲ ହୋଇ ମହିଳାମାନେ ସ୍ୱାବଲମ୍ବୀ ହୋଇ ଅଧିକ ସଶକ୍ତ ହୋଇ ପାରିଛନ୍ତି I ମହିଳାଙ୍କୁ ଜିବୀକାର ନୂଆ ବାଟ ଦେଖାଇଛି ମିଶନ ଶକ୍ତି। ବିଭିନ୍ନ ସ୍ଥାନରେ ମିଶନ ଶକ୍ତି ସଫଳତାର ସହ କାର୍ଯ୍ଯ କରିଆଗେଇ ଚାଲିଛି । ତେବେ ଏମିତି ଏକ ମିଶନ ଶକ୍ତି ଜଣେ ସଭାନେତ୍ରୀଙ୍କୁ ନେଇ ଆଜି ସବୁଠି ଆଲୋଚନା।
ମିଶନ ଶକ୍ତି ମହିଳା ମାନେ କେମିତି ଆଗେଇବେ ରାଜ୍ୟ ସରକାର ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି I ଏ କ୍ଷେତ୍ରରେ କୋରାପୁଟ ଜିଲ୍ଲା ଆଉ ପାଦେ ଆଗେଇଛି I ଜିଲ୍ଲା ସଭାନେତ୍ରୀ ଜ୍ୟୋତିରେଖା ଚେଟ୍ଟି ଯିବେ ଦୁବାଇ । ରାଜ୍ୟ ସରକାର ତାଙ୍କୁ ନେବେ ଦୁବାଇ । ସୂଚନା ଥାଉକି, ଆସନ୍ତା ୧୫ ତାରିଖରୁ ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ କରିବ। ଯାହା ଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଭିନ୍ନ କ୍ଷେତ୍ରରୁ ଆସିଥିବା ସାଧାରଣ ପରିବାରର ୮ ଜଣଙ୍କୁ ଭୁବନେଶ୍ୱରରୁ ଦୁବାଇ ଯିବାକୁ ଟିକେଟ ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରୁ ମିଶନ ଶକ୍ତି କୋରାପୁଟ ଜିଲ୍ଲା ସଭାନେତ୍ରୀ ଜ୍ୟୋତିରେଖା ଚେଟ୍ଟି ସୁଯୋଗ ପାଇଛନ୍ତି।
ମିଶନ ଶକ୍ତି ଜରିଆରେ ସ୍ଵୟଂ ସହାୟକ ଗୋଷ୍ଠୀର ମାଁ ମାନଙ୍କୁ ସ୍ବାବଲମ୍ବୀ କରିଥିବାରୁ ଦୁବାଇ ଯିବାକୁ ସେ ମନୋନୀତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଏକାଧିକ କାର୍ଯ୍ୟକ୍ରମକୁ ମିଶନ ଶକ୍ତି ଜରିଆରେ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ଏଭଳି ସୁଯୋଗ ଦେଇଥିବାରୁ, ମିଶନ ଶକ୍ତି ମା ମାନଙ୍କୁ ଏହା ଆଗକୁ ବଢିବାକୁ ଉତ୍ସାହ ଯୋଗାଇବ ବୋଲି ଜ୍ୟୋତିରେଖା କହିଛନ୍ତି ।




