ଧାନକଟା ମେସିନରେ କଟି ନାବାଳକ ମୃତ

କେନ୍ଦ୍ରାପଡା : ଧାନକଟା ମେସିନ ଚଢି ଯାଇ ନାବାଳକଙ୍କ ମୃତ୍ୟୁ I ଏ ଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଖଡିଅଣ୍ଟା ଗାଁରେ । ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଛି। ମୃତ ନାବାଳକ ଜଣକ ହେଲେ ଖଡିଅଣ୍ଟା ଗାଁର ସନ୍ନ୍ୟାସୀ ମଳିକଙ୍କ ପୁଅ ଶିବୁଲା ମଳିକ। ସୂଚନା ଅନୁଯାୟୀ, ସନ୍ନ୍ୟାସୀ ନିଜ ବିଲରେ ଧାନ କାଟୁଥିବା ସମୟରେ ପୁଅ ଶିବୁଲା ପିଇବା ପାଣି ଆଣି ପହଞ୍ଚିଥିଲା। ସେ ଏହାପରେ ଧାନକଟା […]

Samaya Live Picture
Published On

କେନ୍ଦ୍ରାପଡା : ଧାନକଟା ମେସିନ ଚଢି ଯାଇ ନାବାଳକଙ୍କ ମୃତ୍ୟୁ I ଏ ଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଖଡିଅଣ୍ଟା ଗାଁରେ । ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଛି। ମୃତ ନାବାଳକ ଜଣକ ହେଲେ ଖଡିଅଣ୍ଟା ଗାଁର ସନ୍ନ୍ୟାସୀ ମଳିକଙ୍କ ପୁଅ ଶିବୁଲା ମଳିକ।

ସୂଚନା ଅନୁଯାୟୀ, ସନ୍ନ୍ୟାସୀ ନିଜ ବିଲରେ ଧାନ କାଟୁଥିବା ସମୟରେ ପୁଅ ଶିବୁଲା ପିଇବା ପାଣି ଆଣି ପହଞ୍ଚିଥିଲା। ସେ ଏହାପରେ ଧାନକଟା ମେସିନ ପଛପାଖରେ ଠିଆ ହୋଇଥିଲା। କିନ୍ତୁ ଧାନକଟା ସରିବା ବେଳେ ଚାଳକ ମେସିନକୁ ପଛପଟକୁ ବୁଲାଇଥିଲା। ଏହାଫଳରେ ଶିବୁଲା ଉପରକୁ ମେସିନ ଟି ମାଡି ଯିବାରୁ ସେଥିରେ କଟିଯାଇ ରକ୍ତାକ୍ତ ହୋଇଯାଇଥିଲେ । ଧାନକଟା ମେସିନ ଚାଳକଙ୍କ ଅସାବଧାନତା ପାଇଁ ଏଭଳି ଏକ ବଡ଼ ଦୁର୍ଘଟଣା ଘଟିଥିଲା।

ଶିବୁଲାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଏସସିବି ଯିବା ବାଟରେ ଶିବୁଲାର ମୃତ୍ୟୁ ଘଟିଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ପୁଅକୁ ହରାଇ ବାପାମା’ ଭାଙ୍ଗି ପଡ଼ିଛନ୍ତି। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଧାନକଟା ମେସିନ ଚାଳକ ଫେରାର ହୋଇଯାଇଥିବା ଜଣାଯାଇଛି।

Tags: