ଜଷ୍ଟିସ ଯଶବନ୍ତ ସିଂହ ହେବେ ଓଡିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି
କଟକ : ଜଷ୍ଟିସ ଯଶୱନ୍ତ ସିଂହ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲିଧରଙ୍କର ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ବଦଳି ହୋଇଛି। ତାଙ୍କ ସ୍ଥାନରେ ଦାୟିତ୍ୱ ନେବେ ଜଷ୍ଟିସ ଯଶୱନ୍ତ ସିଂହ । ମୁଖ୍ୟ ବିଚାରପତି ନିଯୁକ୍ତି ନେଇ ଗତ ୨୮ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତି ନେଇଛନ୍ତି । ଜଷ୍ଟିସ୍ ସିଂହ ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି । […]
କଟକ : ଜଷ୍ଟିସ ଯଶୱନ୍ତ ସିଂହ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲିଧରଙ୍କର ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ବଦଳି ହୋଇଛି। ତାଙ୍କ ସ୍ଥାନରେ ଦାୟିତ୍ୱ ନେବେ ଜଷ୍ଟିସ ଯଶୱନ୍ତ ସିଂହ । ମୁଖ୍ୟ ବିଚାରପତି ନିଯୁକ୍ତି ନେଇ ଗତ ୨୮ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତି ନେଇଛନ୍ତି । ଜଷ୍ଟିସ୍ ସିଂହ ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ।
ଜଷ୍ଟିସ ଯଶୱନ୍ତ ସିଂହ ପ୍ରାୟ ଦେଢ ବର୍ଷ ହେବ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି। ୧୯୬୧ ମସିହା ଫେବୃୟାରୀ ୨୩ରେ ହରିୟାଣାର ରୋହତକରେ ଜନ୍ମିତ ଜଷ୍ଟିସ ଯଶୱନ୍ତ ସିଂହ ପୂର୍ବରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରି ସାରିଛନ୍ତି। ଏହାପରେ ସେ ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି ।
ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ମୁନିଶ୍ୱର ନାଥ ଭଣ୍ଡାରୀ ଗତ ୧୨ ତାରିଖରେ ଅବସର ଗ୍ରହଣ କରିବାପରେ ତାଙ୍କ ସ୍ଥାନରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲିଧରଙ୍କର ସେଠାକୁ ବଦଳି ହୋଇଛି। ୨୦୨୦ ମସିହା ଡିସେମ୍ବର ୩୧ ତାରିଖରେ ସେ ଓଡ଼ିଶାର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ।




