ଜଷ୍ଟିସ ଷଡ଼ଙ୍ଗୀ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି
କଟକ : ଅକ୍ଟୋବର ୪ରୁ ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ପାଇବେ ନୂତନ ମୁଖ୍ୟ ବିଚାରପତି I ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି । ତାଙ୍କ ସ୍ଥାନରେ ଅକ୍ଟୋବର ୪ରୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଡକ୍ଟର ଜଷ୍ଟିସ ଷଡ଼ଙ୍ଗୀ ଦାୟିତ୍ବ ସଂପାଦନ କରିବେ । ଆଜି ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶ ଯେ, ଜଷ୍ଟିସ ଷଡ଼ଙ୍ଗୀଙ୍କ ଘର ନୟାଗଡ଼ […]
କଟକ : ଅକ୍ଟୋବର ୪ରୁ ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ପାଇବେ ନୂତନ ମୁଖ୍ୟ ବିଚାରପତି I ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି । ତାଙ୍କ ସ୍ଥାନରେ ଅକ୍ଟୋବର ୪ରୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଡକ୍ଟର ଜଷ୍ଟିସ ଷଡ଼ଙ୍ଗୀ ଦାୟିତ୍ବ ସଂପାଦନ କରିବେ । ଆଜି ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ରକାଶ ଯେ, ଜଷ୍ଟିସ ଷଡ଼ଙ୍ଗୀଙ୍କ ଘର ନୟାଗଡ଼ ଜିଲ୍ଲା ଓଡ଼ଗାଁରେ । ୧୯୬୨ମସିହାରେ ତାଙ୍କର ଜନ୍ମ ହୋଇଥିଲା । ବାପାଙ୍କ ନାମ ବାଞ୍ଝାନିଧି ଷଡ଼ଙ୍ଗୀ ଓ ମା’ଙ୍କ ନାମ ଶୈଳବାଳା । ସେ ନିରୁପମା ଷଡ଼ଙ୍ଗୀଙ୍କୁ ବିବାହ କରିଥିବାବେଳେ ତାଙ୍କର ଦୁଇ ଝିଅ ଦେବର୍ଚ୍ଚିତା ଏବଂ ଦେବସ୍ମିତା । ଜଷ୍ଟିସ ଷଡ଼ଙ୍ଗୀ ଏବେ ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଛନ୍ତି । ଜଷ୍ଟିସ ଷଡ଼ଙ୍ଗୀ ୧୯୮୫ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ। ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ୨୭ ବର୍ଷରୁ ଅଧିକ ସମୟ ଧରି ସେ ଆଇନଜୀବୀ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ। ୨୦୧୩, ଜୁନ ୨୦ରେ ସେ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।




