ଜଷ୍ଟିସ ସଞ୍ଜୀବ ଖାନ୍ନା ହେବେ ପରବର୍ତ୍ତୀ ସିଜେଆଇ !

ଭୁବନେଶ୍ୱର : ସୁପ୍ରିମକୋର୍ଟର ପରବର୍ତ୍ତୀ CJI ହେବେ ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜୀନ ଖାନ୍ନା ! ସିଜେଆଇ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ବର୍ତ୍ତମାନର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଜଷ୍ଟିସ ଖାନ୍ନାଙ୍କ ନାମ ସୁପାରିସ କରିଛନ୍ତି । ବର୍ତ୍ତମାନ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କ କେନ୍ଦ୍ର ସରକାରଙ୍କୁ ଏକ ପତ୍ର ଲେଖି ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି। ଜଷ୍ଟିସ ଚନ୍ଦ୍ରଚୁଡ କେନ୍ଦ୍ର ଆଇନମନ୍ତ୍ରଣାଳୟକୁ ଏନେଇ […]

Samaya Live Picture
Published On

ଭୁବନେଶ୍ୱର : ସୁପ୍ରିମକୋର୍ଟର ପରବର୍ତ୍ତୀ CJI ହେବେ ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜୀନ ଖାନ୍ନା ! ସିଜେଆଇ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ବର୍ତ୍ତମାନର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଜଷ୍ଟିସ ଖାନ୍ନାଙ୍କ ନାମ ସୁପାରିସ କରିଛନ୍ତି । ବର୍ତ୍ତମାନ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କ କେନ୍ଦ୍ର ସରକାରଙ୍କୁ ଏକ ପତ୍ର ଲେଖି ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି। ଜଷ୍ଟିସ ଚନ୍ଦ୍ରଚୁଡ କେନ୍ଦ୍ର ଆଇନମନ୍ତ୍ରଣାଳୟକୁ ଏନେଇ ଚିଠି ଲେଖିଛନ୍ତି ।

ଆସନ୍ତା ନଭେମ୍ବର ୧୦ ତାରିଖରେ ସିଜେଆଇ ଚନ୍ଦ୍ରଚୂଡ଼ ଅବସର ଗ୍ରହଣ କରିବେ। ନଭେମ୍ବର ୧୧ ରେ ଜଷ୍ଟିସ ଖାନ୍ନା ନୂତନ ପ୍ରଧାନ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ । ନିଯୁକ୍ତି ପରେ ସେ ଏହି ପଦବୀରେ ୬ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରି ୨୦୨୫ ମେ ମାସ ୧୩ ତାରିଖରେ ଅବସର ନେବେ ।

Tags: