ଜଷ୍ଟିସ ମାନସ ରଞ୍ଜନ ପାଠକ ହେଲେ ଓଡିଶା ହାଇକୋର୍ଟର ନୂଆ ବିଚାରପତି

କଟକ: ସୋମବାର ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ମାନସ ରଞ୍ଜନ ପାଠକ । ତାଙ୍କୁ ଶପଥ ପାଠ କରାଇଥିଲେ ମୁଖ୍ୟ ବିଚାରପତି ହରିଶ ଟଣ୍ଡନ । ଏହି ଶପଥ ପାଠ ସମୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଜଷ୍ଟିସ ମାନସ ରଞ୍ଜନ ପାଠକ ପୂର୍ବରୁ ଗୌହାଟି ହାଇକୋର୍ଟର ବିଚାରପତି ଭାବରେ କାର୍ଯ୍ୟରତ ଥିଲେ । ମେ […]

ଜଷ୍ଟିସ ମାନସ ରଞ୍ଜନ ପାଠକ ହେଲେ ଓଡିଶା ହାଇକୋର୍ଟର ନୂଆ ବିଚାରପତି
Samaya Live Picture
Published On

କଟକ: ସୋମବାର ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ମାନସ ରଞ୍ଜନ ପାଠକ । ତାଙ୍କୁ ଶପଥ ପାଠ କରାଇଥିଲେ ମୁଖ୍ୟ ବିଚାରପତି ହରିଶ ଟଣ୍ଡନ । ଏହି ଶପଥ ପାଠ ସମୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଜଷ୍ଟିସ ମାନସ ରଞ୍ଜନ ପାଠକ ପୂର୍ବରୁ ଗୌହାଟି ହାଇକୋର୍ଟର ବିଚାରପତି ଭାବରେ କାର୍ଯ୍ୟରତ ଥିଲେ । ମେ ମାସରେ ଜଷ୍ଟିସ ମାନସଙ୍କୁ ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟକୁ ସ୍ଥାନାନ୍ତର ପାଇଁ ସୁପାରିଶ କରିଥିଲେ । କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଜୁଲାଇ ୧୪ରେ ତାଙ୍କ ସ୍ଥାନାନ୍ତରଣ ନେଇ ସୂଚିତ କରିଥିଲା।

୧୯୯୦ ମସିହା ସେପ୍ଟେମ୍ବର ୧୨ ତାରିଖରେ ଆସାମ, ନାଗାଲାଣ୍ଡ, ମେଘାଳୟ, ମଣିପୁର, ତ୍ରିପୁରା, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ବାର କାଉନସିଲରେ ଜଣେ ଓକିଲ ଭାବରେ ନାମ ଲେଖାଇଥିଲେ। ଗୌହାଟି ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତି ପାଇବା ପର୍ଯ୍ୟନ୍ତ ଗୌହାଟି ହାଇକୋର୍ଟ ଏବଂ ଶିକ୍ଷା ବିଭାଗର ସ୍ଥାୟୀ ପରାମର୍ଶଦାତା ଥିଲେ। ୨୨ ମଇ ୨୦୧୩ରେ ଗୌହାଟି ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ପଦୋନ୍ନତି ପାଇଲେ। ଏବେ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବରେ କାର୍ଯ୍ୟ କରିବେ ।

Tags: