ଜଷ୍ଟିସ ବିଶ୍ୱନାଥ ରଥ ହେଲେ ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ

ଭୁବନେଶ୍ୱର : ରତ୍ନଭଣ୍ଡାର କେବେ ଖୋଲିବ, ଏହାର ତାରିଖକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ଆଜି ଏହି ପ୍ରସଙ୍ଗ ଭିନ୍ନ ମୋଡ଼ ନେଇଛି। ତେବେ ରତ୍ନଭଣ୍ଡାର ଖୋଲିବା ନେଇ ବଡ଼ ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସାମ୍ବାଦିକ ସମ୍ମିଳନି କରି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ । ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବ ବୋଲି କହିଛନ୍ତି । ୬ ତାରିଖ ବୈଠକରେ ରତ୍ନ ଭଣ୍ଡାର ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । […]

Samaya Live Picture
Published On

ଭୁବନେଶ୍ୱର : ରତ୍ନଭଣ୍ଡାର କେବେ ଖୋଲିବ, ଏହାର ତାରିଖକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ଆଜି ଏହି ପ୍ରସଙ୍ଗ ଭିନ୍ନ ମୋଡ଼ ନେଇଛି। ତେବେ ରତ୍ନଭଣ୍ଡାର ଖୋଲିବା ନେଇ ବଡ଼ ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସାମ୍ବାଦିକ ସମ୍ମିଳନି କରି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ । ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବ ବୋଲି କହିଛନ୍ତି । ୬ ତାରିଖ ବୈଠକରେ ରତ୍ନ ଭଣ୍ଡାର ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ବିଜେଡି ସରକାର ସମୟରେ ଜଷ୍ଟିସ୍‌ ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ ରତ୍ନଭଣ୍ଡାର ଅଳଙ୍କାର ଗଣତି ତଦାରଖ କମିଟିକୁ ସରକାର ଭାଙ୍ଗି ଦେଇଛନ୍ତି। ଏହାବଦଳରେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ନୂଆ କମିଟି ଗଠନ କରାଯାଇଛି। ଏଥିରେ ବିଭିନ୍ନ ବର୍ଗରୁ ୧୬ ଜଣ ସଦସ୍ୟ ରହିଛନ୍ତି।

ଶ୍ରୀ ହରିଚନ୍ଦନ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ନିଷ୍ପତ୍ତି ହୋଇଛି ଯେ ଖୁବ୍‌ଶୀଘ୍ର ରତ୍ନଭଣ୍ଡାର ଖୋଲିବ। ହାଇକୋର୍ଟଙ୍କ ନି‌ର୍ଦ୍ଦେଶ ଅନୁସାରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ରତ୍ନଭଣ୍ଡାର ଖୋଲାଯିବ ଏବଂ ଗଣତି ମଣତି କରାଯିବ । ଦୀର୍ଘ ୪୫ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯିବାକୁ ଥିବାରୁ ଏକ ଦକ୍ଷତାସଂପନ୍ନ କମିଟି ନିରୀକ୍ଷଣରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏହି ଆଧାରରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଥଙ୍କ ଅଧ୍ୟକ୍ଷତାରେ ୧୬ଜଣିଆ କମିଟି ଗଠନ କରାଯାଇଛି। ପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରେ ନଥିବାବେଳେ କେଉଁ ଦିନ ରତ୍ନ ଭଣ୍ଡାର ଖୋଲାଯିବ, ଭିତର ରତ୍ନଭଣ୍ଡାର ମରାମତି ହେବ ଏବଂ ଗଣତି ମଣତି କାର୍ଯ୍ୟ କିପରି ଆରମ୍ଭ ହେବ ସେ ବାବଦରେ କମିଟି ୬ ତାରିଖରେ ନିଷ୍ପତ୍ତି ନେବେ।

ସୂଚନାନୁସାରେ, ଜଷ୍ଟିସ ପଶାୟତ ରତ୍ନଭଣ୍ଡାର ଖୋଲିବା ନେଇ ହେବାକୁ ଥିବା ବୈଠକରେ ଯୋଗଦେବାକୁ ଗତକାଲି ଓଡ଼ିଶାରେ ଆସି ପହଁଚିଥିବାବେଳେ ୫ ତାରିଖରେ ସେ ପୁରୀ ଯାଇ ବୈଠକ କରିବାର ଥିଲା। କିନ୍ତୁ ତାହା ପୂର୍ବରୁ ସରକାର ଉକ୍ତ କମିଟିକୁ ଭାଙ୍ଗି ଦେଇଛନ୍ତି।

Tags: