୪ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଜଷ୍ଟିସ ଅରିଜିତ ପଶାୟତ
ଭୁବନେଶ୍ୱର : ଆଜି ଠାରୁ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଡକ୍ଟର ଜଷ୍ଟିସ ଅରିଜିତ ପଶାୟତ। ସନ୍ଧ୍ୟାରେ ସେ ଭୁବନେଶ୍ବରରେ ପହଞ୍ଚିବା ପରେ ୮ତାରିଖ ସକାଳୁ ପୁରୀ ଗସ୍ତରେ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବେ। ଏହା ସହ ଦିନ ୨ ଟା ବେଳେ ରତ୍ନଭଣ୍ଡାର ତଦାରଖ କମିଟିର ବୈଠକରେ ଅଧ୍ୟକ୍ଷତା କରିବେ। ଜଷ୍ଟିସ ଅରିଜିତ ପଶାୟତ କଳାଧନ ସମ୍ପର୍କିତ ଗଠିତ ଏସଆଇଟିର ଉପାଧ୍ୟକ୍ଷ ଅଛନ୍ତି I ଆସନ୍ତା ୧୧ ତାରିଖ ଦିନ କଟକରେ ଦିନ ୧୧ଟା ବେଳେ […]
ଭୁବନେଶ୍ୱର : ଆଜି ଠାରୁ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଡକ୍ଟର ଜଷ୍ଟିସ ଅରିଜିତ ପଶାୟତ। ସନ୍ଧ୍ୟାରେ ସେ ଭୁବନେଶ୍ବରରେ ପହଞ୍ଚିବା ପରେ ୮ତାରିଖ ସକାଳୁ ପୁରୀ ଗସ୍ତରେ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବେ। ଏହା ସହ ଦିନ ୨ ଟା ବେଳେ ରତ୍ନଭଣ୍ଡାର ତଦାରଖ କମିଟିର ବୈଠକରେ ଅଧ୍ୟକ୍ଷତା କରିବେ।
ଜଷ୍ଟିସ ଅରିଜିତ ପଶାୟତ କଳାଧନ ସମ୍ପର୍କିତ ଗଠିତ ଏସଆଇଟିର ଉପାଧ୍ୟକ୍ଷ ଅଛନ୍ତି I ଆସନ୍ତା ୧୧ ତାରିଖ ଦିନ କଟକରେ ଦିନ ୧୧ଟା ବେଳେ ସେ କଳାଧନ ସମ୍ପର୍କିତ ସ୍ବତନ୍ତ୍ର ବୈଠକ କରିବେ। ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏହି ବୈଠକକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ବୈଠକରେ ୨୦୨୪ ନିର୍ବାଚନରେ କଳାଟଙ୍କା ରୋକିବା ପାଇଁ କଣ ସବୁ ପଦକ୍ଷେପ ନିଆଯିବ ସେ ଉପରେ ତଥ୍ୟ ରଖାଯିବ।




