ଭିଜିଲାନ୍ସ ଜାଲରେ ପଡିଲେ ଜେଆରଏ
ଭୁବନେଶ୍ୱର : ଚାକିରୀକୁ ମାତ୍ର ବର୍ଷେ ନପୂରୁଣୁ ସରକାରୀ ବାବୁଙ୍କୁ ଗ୍ରାସିଲା ଲୋଭ । ଫାଇଲ ପ୍ରୋସେସସିଂ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜୁନିଅର ରାଜସ୍ୱ ସହାୟକ (ଜେଆରଏ) ଶ୍ରୀ ସୌରଭ ତ୍ରିପାଠୀ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭଯୋଗରେ ତାଙ୍କର ୨ ଟି ଜାଗାରେ ଚଢ଼ାଉ କରାଯାଇଛି । ସେ ଭୁବନେଶ୍ୱର ଉପ-ଜିଲ୍ଲାପାଳ କାର୍ଯ୍ୟାଳୟର ସ୍ୱତନ୍ତ୍ର ସାର୍ଟିଫିକେଟ୍ ଶାଖାରେ ୨୦୨୪ ମାର୍ଚ୍ଚ ମାସରେ ନିଯୁକ୍ତ ପାଇଥିଲେ । […]
ଭୁବନେଶ୍ୱର : ଚାକିରୀକୁ ମାତ୍ର ବର୍ଷେ ନପୂରୁଣୁ ସରକାରୀ ବାବୁଙ୍କୁ ଗ୍ରାସିଲା ଲୋଭ । ଫାଇଲ ପ୍ରୋସେସସିଂ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜୁନିଅର ରାଜସ୍ୱ ସହାୟକ (ଜେଆରଏ) ଶ୍ରୀ ସୌରଭ ତ୍ରିପାଠୀ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭଯୋଗରେ ତାଙ୍କର ୨ ଟି ଜାଗାରେ ଚଢ଼ାଉ କରାଯାଇଛି ।
ସେ ଭୁବନେଶ୍ୱର ଉପ-ଜିଲ୍ଲାପାଳ କାର୍ଯ୍ୟାଳୟର ସ୍ୱତନ୍ତ୍ର ସାର୍ଟିଫିକେଟ୍ ଶାଖାରେ ୨୦୨୪ ମାର୍ଚ୍ଚ ମାସରେ ନିଯୁକ୍ତ ପାଇଥିଲେ । ତାଙ୍କଠାରୁ ୩୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା (ନଂ.୧୭/୨୦୨୫) ରୁଜୁ କରାଯାଇ ସୌରଭଙ୍କୁ ଗିରଫ କରାଯାଇଛି ।
ଏହାସହ ସୌରଭଙ୍କ ଅଫିସ ଚାମ୍ବର ଓ ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟୀସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସୌରଭଙ୍କୁ କୋର୍ଟଚାଲାଣ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ଅଭିଯୋଗକାରୀଙ୍କ ଜମି ପ୍ରମାଣପତ୍ର ନେଇ ପଞ୍ଜୀକୃତ ଏକ ମାମଲା ବହୁଦିନ ଧରି ପେଣ୍ଡିଂ ରହିଥିଲା। ବହୁବାର ଏନେଇ ଅଭିଯୋଗକାରୀ ଅନୁରୋଧ କରୁଥିଲେ ମଧ୍ୟ ସୌରଭ ଫାଇଲ ପ୍ରକ୍ରିୟା ପାଇଁ ଦିନ ଗଡ଼ାଇ ଚାଲିଥିଲେ। ଏଥିପାଇଁ ୩୦ ହଜାର ଟଙ୍କା ଲାଞ୍ଚ ଦେଲେ ଫାଇଲ କାର୍ଯ୍ୟ ଆଗକୁ ବଢ଼ିବ ବୋଲି ସେ ରୋକଠୋକ୍ କହିଦେଇଥିଲେ। ଶେଷରେ ଏନେଇ ଅଭିଯୋଗକାରୀ ଗୁରୁବାର ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ନିକଟରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ଶୁକ୍ରବାର ଅପରାହ୍ନରେ ସୌରଭ ନିଜ ଅଫିସରେ ଅଭିଯୋଗକାରୀଙ୍କଠାରୁ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।




