ଭୁବନେଶ୍ବରରେ ଜେ.ପି.ନଡ୍ଡା
ଭୁବନେଶ୍ୱର : ଆଜି ଦିନିକିଆ ଓ଼ଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା I ବିଜେପି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ ଜେ.ପି ନଡ୍ଡା । ପୂର୍ବାହ୍ନ ୧୧ ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ତାଙ୍କୁ ସ୍ବାଗତ କରିଛନ୍ତି । ସେଠାରୁ ଜେ.ପି ନଡ୍ଡା ସେଠାରୁ ସିଧାସଳଖ ବିଜେପି କାର୍ଯ୍ୟାଳୟକୁ ଅଭିମୁଖେ ବାହାରିଛନ୍ତି […]
ଭୁବନେଶ୍ୱର : ଆଜି ଦିନିକିଆ ଓ଼ଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା I ବିଜେପି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ ଜେ.ପି ନଡ୍ଡା । ପୂର୍ବାହ୍ନ ୧୧ ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ତାଙ୍କୁ ସ୍ବାଗତ କରିଛନ୍ତି । ସେଠାରୁ ଜେ.ପି ନଡ୍ଡା ସେଠାରୁ ସିଧାସଳଖ ବିଜେପି କାର୍ଯ୍ୟାଳୟକୁ ଅଭିମୁଖେ ବାହାରିଛନ୍ତି । ସେଠାରେ ସାଂସଦ, ବିଧାୟକ, ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ଏହାପରେ ଏ.ଜି ଛକରେ ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ।
ଏଥିସହିତ ଜେ.ପି ନଡ୍ଡା ବୁଦ୍ଧିଜୀବି ସମ୍ମିଳନୀରେ ଯୋଗ ଦେଇ ଦଳର ସଦସ୍ୟତା ଅଭିଯାନ ସଂପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ଶ୍ରୀ ନଡ୍ଡା ସୁଆଣ୍ଡୋ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ଦିଲ୍ଲୀ ଫେରି ଯିବାର ସୂଚନା ରହିଛି।
ସୂଚନାନୁସାରେ,ବିଜେପି ଦଳର ସଦସ୍ୟତା ଅଭିଯାନ-୨୦୨୪’ ଚଳିତ ମାସ ୨ ତାରିଖରୁ ଦେଶବ୍ୟାପୀ ଏବଂ ୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହୋଇଛି। ରାଜ୍ୟରେ ସଦସ୍ୟତା ଅଭିଯାନକୁ ସର୍ବବ୍ୟାପୀ ଓ ଗତିଶୀଳ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଗସ୍ତରେ ଆସିଛନ୍ତି ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।




