ଲୋକସେବା ଭବନକୁ ସାମ୍ବାଦିକଙ୍କୁ ମିଳିଲା ପ୍ରବେଶ ଅନୁମତି
ଭୁବନେଶ୍ବର : ସାମ୍ବାଦିକଙ୍କ ପାଇଁ ଖୁସି ଖବର । ଲୋକସେବା ଭବନରୁ ହଟିଲା ନୋ ଏଣ୍ଟ୍ରି କଟକଣା । ନୂଆବର୍ଷରୁ ସ୍ବୀକୃତି ଓ ଅଣସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ଲୋକସଭା ଭବନରେ ପ୍ରବେଶ ଅନୁମତି ଦିଆଯାଇଛି । ପ୍ରତି ଗଣମାଧ୍ୟମ ସଂସ୍ଥାରୁ ଜଣଙ୍କୁ ଅନୁମତି ମିଳିବ । ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଗତ ୨୬ରେ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ନୂତନ ନିୟମ ଅନୁଯାୟୀ, […]
ଭୁବନେଶ୍ବର : ସାମ୍ବାଦିକଙ୍କ ପାଇଁ ଖୁସି ଖବର । ଲୋକସେବା ଭବନରୁ ହଟିଲା ନୋ ଏଣ୍ଟ୍ରି କଟକଣା । ନୂଆବର୍ଷରୁ ସ୍ବୀକୃତି ଓ ଅଣସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ଲୋକସଭା ଭବନରେ ପ୍ରବେଶ ଅନୁମତି ଦିଆଯାଇଛି । ପ୍ରତି ଗଣମାଧ୍ୟମ ସଂସ୍ଥାରୁ ଜଣଙ୍କୁ ଅନୁମତି ମିଳିବ । ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଗତ ୨୬ରେ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ନୂତନ ନିୟମ ଅନୁଯାୟୀ, ଉଭୟ ସ୍ୱିକୃତୀ ଓ ଅଣ ସ୍ୱିକୃତୀପ୍ରାପ୍ତ ସାମ୍ବାଦିକଙ୍କୁ ମିଳିଛି ପ୍ରବେଶ ଅନୁମତି । ସାମ୍ବାଦିକ ମାନେ ନିଜର ଆଧାରକାର୍ଡ଼, ପରିଚୟପତ୍ର ଏବଂ ସଂସ୍ଥାର ପରିଚୟପତ୍ର ଦେଖାଇ ପ୍ରବେଶ କରିପାରିବେ । କୋଭିଡ଼୍ ସମୟରୁ ଲୋକସେବା ଭବନକୁ ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଥିଲା ।




