ଚାକିରୀ ଦୁର୍ନୀତି : ନାଲକୋ ଅଫିସରେ ସିବିଆଇ ଚଢ଼ାଉ
ଭୁବନେଶ୍ୱର: ନାଲକୋ ଅଫିସରେ ଚାକିରୀ କରାଇଦେବାକୁ କହି ଠକେଇ । ଭୁବନେଶ୍ୱର ନାଲକୋ ଅଫିସରେ ସିବିଆଇ ଚଢ଼ାଉ । ନାଲକୋରେ ଚାକିରି କରାଇଦେବା ନାଁରେ ବଡ଼ ଧରଣର କାଲେଙ୍କାରୀ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଭୁବନେଶ୍ୱର ନାଲ୍କୋ ଅଫିସରେ ପସି କାଗଜପତ୍ର ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍ । କିଛି କର୍ମଚାରୀଙ୍କୁ ଝାଳବୁହା ଜେରା ସହ, ବହୁତ ଗୁଡିଏ ଦସ୍ତାବିଜ ଯାଞ୍ଚ କରି ଜବତ କରିଛି ସିବିଆଇ। ଅଫିସରମାନଙ୍କୁ ଏକାଠି କରି ପଚରା ଉଚରା ଜାରି […]
ଭୁବନେଶ୍ୱର: ନାଲକୋ ଅଫିସରେ ଚାକିରୀ କରାଇଦେବାକୁ କହି ଠକେଇ । ଭୁବନେଶ୍ୱର ନାଲକୋ ଅଫିସରେ ସିବିଆଇ ଚଢ଼ାଉ । ନାଲକୋରେ ଚାକିରି କରାଇଦେବା ନାଁରେ ବଡ଼ ଧରଣର କାଲେଙ୍କାରୀ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଭୁବନେଶ୍ୱର ନାଲ୍କୋ ଅଫିସରେ ପସି କାଗଜପତ୍ର ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍ । କିଛି କର୍ମଚାରୀଙ୍କୁ ଝାଳବୁହା ଜେରା ସହ, ବହୁତ ଗୁଡିଏ ଦସ୍ତାବିଜ ଯାଞ୍ଚ କରି ଜବତ କରିଛି ସିବିଆଇ।
ଅଫିସରମାନଙ୍କୁ ଏକାଠି କରି ପଚରା ଉଚରା ଜାରି ରଖିଛି ସିବିଆଇର ସ୍ୱତନ୍ତ୍ର ଟିମ୍ । ୨୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଚାକିରି କରାଇ ଦେବାକୁ କହି ଜାଲ କାଗଜପତ୍ର ମାଧ୍ୟମରେ ଦଲାଲମାନେ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ବହୁ କର୍ମଚାରୀ ଜଡ଼ିତ ଥିବାର ସନ୍ଦେହ କରି ସିବିଆଇ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଦୀର୍ଘ ଘଣ୍ଟା ଧରି ନାଲକୋ କାର୍ଯ୍ୟାଳୟରେ ସିବିଆଇ ଥିବା କୁହାଯାଉଛି । ଏ ଭିତରେ ଅନେକ ଦସ୍ତାବିଦ୍ ଜବତ ହୋଇଥିବା ଜଣାପଡ଼ିଛି ।




