JN.1 ରାଜ୍ୟରୁ ଜଣେ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଜଣେ କରୋନା ସଂକ୍ରମିତ ହେଲେ ଚିହ୍ନଟ । ଆକ୍ରାନ୍ତ ବ୍ୟକ୍ତି ଜଣ ସୁସ୍ଥ ଅଛନ୍ତି I ଗତ ୩ ତାରିଖରେ ଶେଷ ଥର ପାଇଁ ଓଡ଼ିଶାରେ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ । ପରେ ୨୦ ଦିନର ବ୍ୟବଧାନ ପରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଆକ୍ରାନ୍ତ ବ୍ୟକ୍ତି ଜଣକ ଡାକ୍ତରଖାନା ଯାଇନଥିବା ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସୂଚନାନୁସାରେ,ଦେଶରେ ଗତ ୨୪ […]

Samaya Live Picture
Published On

ଭୁବନେଶ୍ୱର : ଜଣେ କରୋନା ସଂକ୍ରମିତ ହେଲେ ଚିହ୍ନଟ । ଆକ୍ରାନ୍ତ ବ୍ୟକ୍ତି ଜଣ ସୁସ୍ଥ ଅଛନ୍ତି I ଗତ ୩ ତାରିଖରେ ଶେଷ ଥର ପାଇଁ ଓଡ଼ିଶାରେ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ । ପରେ ୨୦ ଦିନର ବ୍ୟବଧାନ ପରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଆକ୍ରାନ୍ତ ବ୍ୟକ୍ତି ଜଣକ ଡାକ୍ତରଖାନା ଯାଇନଥିବା ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ସୂଚନାନୁସାରେ,ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଇଗୋଟିଏ ଦିନରେ କେରଳରେ ୧୨୬ଟି କେଶ ସାମନାକୁ ଆସିଛି I ସେହିଭଳି ଦକ୍ଷିଣ ଭାରତ ତଥା ମହାରାଷ୍ଟ୍ରରେ ଆକ୍ରାନ୍ତଂକ ସଂଖ୍ୟ ବଢୁଥିବା ଜଣାପଡିଛି I ଦେଶରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି,କୋଭିଡ ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରନ୍ତୁ I ବର୍ତ୍ତମାନ ସୁଦ୍ଧା ମାସ୍କ ବାଧ୍ୟତାମୂଳକ ନଥିଲେ ମଧ୍ୟ ଥଣ୍ଡା ସର୍ଦ୍ଦି ଥିଲେ ଭିଡ଼ରୁ ଦୁରେଇ ରହିବା ସହ ମାସ୍କ ବ୍ୟବହାର କରନ୍ତୁ I

Tags: