ସଫ୍ଟ ଏନକ୍ଲୋଜରରୁ ମୁକ୍ତ ହେଲା ଜିନ୍ନତ୍
ମୟୁରଭଞ୍ଜ : ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟରେ ରାଜ କରିବ ଜିନ୍ନତ୍। ମହାରାଷ୍ଟ୍ରରୁ ଅଣାଯାଇଥିବା ବାଘୁଣୀ ଜିନ୍ନତ କୁ ସଫ୍ଟ ଏନକ୍ଲୋଜରରୁ ମୁକ୍ତ କରାଯାଇଛି । ଗତକାଲି ୨୪ ନଭେମ୍ବରରେ ସନ୍ଧ୍ୟାରେ ଏନକ୍ଲୋଜରର ଫାଟକ ଖୋଲାଯାଇଥିବା ବେଳେ ରାତି ୯.୩୦ ମିନିଟ ସମୟରେ ବାହାରକୁ ଯାଇଥିଲା ବାଘୁଣୀ ଜିନ୍ନତ୍। ମୁକ୍ତ ହୋଇ ଶିମିଳିପାଳର କୋର୍ ଏରିଆରେ ଛଡାଯାଇଛି । ୨୪ ଘଣ୍ଟିଆ ମନିଟରିଂରେ ରହିବ ଜିନ୍ନତ ,ଏନେଇ ଶିମିଳିପାଳ RCCF ପ୍ରକାଶ ଚାନ୍ଦ ଗୋଗିନେନୀ । ଗତ କିଛିଦିନ […]
ମୟୁରଭଞ୍ଜ : ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟରେ ରାଜ କରିବ ଜିନ୍ନତ୍। ମହାରାଷ୍ଟ୍ରରୁ ଅଣାଯାଇଥିବା ବାଘୁଣୀ ଜିନ୍ନତ କୁ ସଫ୍ଟ ଏନକ୍ଲୋଜରରୁ ମୁକ୍ତ କରାଯାଇଛି । ଗତକାଲି ୨୪ ନଭେମ୍ବରରେ ସନ୍ଧ୍ୟାରେ ଏନକ୍ଲୋଜରର ଫାଟକ ଖୋଲାଯାଇଥିବା ବେଳେ ରାତି ୯.୩୦ ମିନିଟ ସମୟରେ ବାହାରକୁ ଯାଇଥିଲା ବାଘୁଣୀ ଜିନ୍ନତ୍। ମୁକ୍ତ ହୋଇ ଶିମିଳିପାଳର କୋର୍ ଏରିଆରେ ଛଡାଯାଇଛି । ୨୪ ଘଣ୍ଟିଆ ମନିଟରିଂରେ ରହିବ ଜିନ୍ନତ ,ଏନେଇ ଶିମିଳିପାଳ RCCF ପ୍ରକାଶ ଚାନ୍ଦ ଗୋଗିନେନୀ ।
ଗତ କିଛିଦିନ ହେବ ଅଭୟାରଣ୍ୟର କୋର ଏରିଆରେ ଏକ ସ୍ୱତନ୍ତ୍ର ଏନକ୍ଲୋଜର ରଖାଯାଇ ତାର ଗତିବିଧି ଲକ୍ଷ୍ୟ କରିବା ସହିତ ବିଭିନ୍ନ ଲକ୍ଷଣକୁ ଏକ ସ୍ୱତନ୍ତ୍ର ଟିମ ନିରୀକ୍ଷଣ କରୁଥିଲା । ତେବେ ସେଠାରେ ଏକ ବାରହାକୁ କିଛି ଦିନ ଶିକାର କରି ଖାଇବା ପରେ ବାଘୁଣୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଅନୁମାନ କରି ଅଭୟାରଣ୍ୟ କର୍ତ୍ତୃପକ୍ଷ ଏନକ୍ଲୋଜର ବାହାରକୁ ଛାଡିଦେଇଛନ୍ତି । ଶିମିଳିପାଳ ଉତ୍ତର ଜୋନ ଅଞ୍ଚଳରେ ଏବେ ମୁକ୍ତ ଭାବରେ ବିଚରଣ କରିବ ଏହି ବାଘୁଣୀ। ଏବେ ଜମୁନା ଓ ଜିନ୍ନତ୍ ୨ବାଘୁଣୀ ମୁକ୍ତ ଭାବରେ ଶିମିଳିପାଳରେ ବିଚରଣ କରୁଥିବା ନେଇ ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି । ଚଳିତ ମାସ ୭ ତାରିଖରେ ମହାରାଷ୍ଟ୍ର ତଡବା ଜଙ୍ଗଲରୁ ଯମୁନା ଆସିଥିବା ବେଳେ ୧୪ ତାରିଖରେ ଜନ୍ନତକୁ ଅଣାଯାଇଥିଲା ।




