ଝାଡ଼ଖଣ୍ଡ ଅଭିମୁଖେ ‘ଜିନ୍ନତ’

ବାରିପଦା : ସିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନ୍ନତ’ । ମହାରାଷ୍ଟ୍ର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ମହାବଳ ବାଘୁଣୀ ଜିନ୍ନତ ଝାଡ଼ଖଣ୍ଡରେ ପହଞ୍ଚିଛି। ଝାଡ଼ଖଣ୍ଡର ଜାମସେଦପୁର ମଣ୍ଡଳରେ ରହିଛି ଜିନ୍ନତ । ତା’ଉପରେ ସ୍ୱତନ୍ତ୍ର ନଜର ରଖିଛି ଝାଡ଼ଖଣ୍ଡ ବନବିଭାଗ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରବିବାର ରାତିରେ ଜିନ୍ନତ ବାଙ୍ଗିରିପୋଷି […]

Samaya Live Picture
Published On

ବାରିପଦା : ସିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନ୍ନତ’ । ମହାରାଷ୍ଟ୍ର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ମହାବଳ ବାଘୁଣୀ ଜିନ୍ନତ ଝାଡ଼ଖଣ୍ଡରେ ପହଞ୍ଚିଛି। ଝାଡ଼ଖଣ୍ଡର ଜାମସେଦପୁର ମଣ୍ଡଳରେ ରହିଛି ଜିନ୍ନତ । ତା’ଉପରେ ସ୍ୱତନ୍ତ୍ର ନଜର ରଖିଛି ଝାଡ଼ଖଣ୍ଡ ବନବିଭାଗ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ରବିବାର ରାତିରେ ଜିନ୍ନତ ବାଙ୍ଗିରିପୋଷି ରେଞ୍ଜ ଅଧିନ ଯୋକା ଅଞ୍ଚଳ ଦେଇ ଓଡିଶା ସୀମା ପାର କରି ଝାଡ଼ଖଣ୍ଡରେ ପ୍ରବେଶ କରିଛି । ତେବେ ଅନୁଧ୍ୟାନକାରୀ ଟିମ ଜିନ୍ନତକୁ ପୁଣି ଶିମିଳିପାଳକୁ ଫେରାଇ ଆଣିବା ପାଇଁ ତା’ ପଛେ ପଛେ ରହିଛନ୍ତି। ଝାଡ଼ଖଣ୍ଡ ବନ ବିଭାଗ ସହିତ ଏ ସମ୍ପର୍କରେ ଆଲୋଚନା କରାଯାଇଛି। ଖୁବଶୀଘ୍ର ଜିନ୍ନତକୁ ଫେରାଇ ଅଣାଯିବ।

ସୂଚନାନୁସାରେ, ମହାବଳ ବାଘର ବଂଶ ବୃଦ୍ଧି ଲକ୍ଷ୍ୟରେ ମହାରାଷ୍ଟ୍ରରୁ ୩ ବର୍ଷର ବାଘୁଣୀକୁ ଗତ ନଭେମ୍ବର ୧୪ ତାରିଖରେ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା । ନଭେମ୍ବର ୧୫ ତାରିଖରେ ‘ଜିନ୍ନତ’କୁ କୋର୍ ଏରିଆକୁ ଛଡ଼ାଯାଇଥିଲା। ୧୦ ଦିନ ଧରି ଶିମିଳିପାଳ ଅଭୟାରଣ୍ୟର ସଫ୍ଟ ଏନ୍କ୍ଲୋଜର୍ରେ ନିରୀକ୍ଷଣରେ ରହିବା ପରେ ଘଞ୍ଚ ଜଙ୍ଗଲକୁ ଯାଇଥିଲା ମହାବଳ ବାଘୁଣୀ ‘ଜିନ୍ନତ’। ଟ୍ରାପ ଚିପ୍‌ ଲଗାଇ ଶିମିଳିପାଳ ଅଭୟାରଣ୍ୟ କୋର ଜଙ୍ଗଲରେ ବାଘୁଣୀ ଜିନ୍ନତ ବିଚରଣ କରୁଥିବା ବେଳେ ଗତିବିଧି ଓ ସ୍ଵାସ୍ଥ୍ୟବସ୍ଥା ୨୪ଘଣ୍ଟିଆ ବନ ବିଭାଗ ଟିମ ଅନୁଧ୍ୟାନ କରୁଛନ୍ତି। ତେବେ ଶିମିଳିପାଳ ଅଭୟାରଣ୍ୟରେ ବିଚରଣ କରି ଝାଡ଼ଖଣ୍ଡ ଅଭିମୁଖେ ଯାଇଛି ବାଘୁଣୀ ‘ଜିନ୍ନତ’।

Tags: