ଝାରସୁଗୁଡା ଉପନିର୍ବାଚନ ୧ ଲକ୍ଷ ୭ ହଜାରରୁ ଅଧିକ ଭୋଟ୍ ପାଇ ଦୀପାଳିଙ୍କ ବୃହତ ବିଜୟ
ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନରେ ବାଜିମାତ୍ କରିଛନ୍ତି ବିଜେଡି ପ୍ରାର୍ଥୀ ଦିପାଳୀ ଦାସ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୪୮,୬୧୯ ଭୋଟରେ ଜିତିଛନ୍ତି ଦିପାଳୀ I ସେ ମୋଟ୍ ୧ ଲକ୍ଷ ୭ ହଜାରରୁ ଅଧିକ ଭୋଟ୍ ପାଇ ଝାରସୁଗୁଡା ସିଂହାସନ ଅକ୍ତିଆର କରିଛନ୍ତି । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ହେଉଛନ୍ତି ଦିପାଳୀ ଦାସ। ନବ ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡା ଆସନ ଖାଲି ପଡିଥିଲା। ମୋଟ ୧୯ ରାଉଣ୍ଡ ସୁଦ୍ଧା […]
ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନରେ ବାଜିମାତ୍ କରିଛନ୍ତି ବିଜେଡି ପ୍ରାର୍ଥୀ ଦିପାଳୀ ଦାସ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୪୮,୬୧୯ ଭୋଟରେ ଜିତିଛନ୍ତି ଦିପାଳୀ I ସେ ମୋଟ୍ ୧ ଲକ୍ଷ ୭ ହଜାରରୁ ଅଧିକ ଭୋଟ୍ ପାଇ ଝାରସୁଗୁଡା ସିଂହାସନ ଅକ୍ତିଆର କରିଛନ୍ତି । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ହେଉଛନ୍ତି ଦିପାଳୀ ଦାସ। ନବ ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡା ଆସନ ଖାଲି ପଡିଥିଲା। ମୋଟ ୧୯ ରାଉଣ୍ଡ ସୁଦ୍ଧା ଦିପାଳୀ ଦାସ ବିଜୟୀ ହୋଇଥିଲେ ।
୨୦୧୯ ନିର୍ବାଚନରେ ଦିପାଳୀ ଦାସଙ୍କ ବାପା ସ୍ୱର୍ଗତ ନବ ଦାସ ଏହି ଆସନରେ ୪୫ ହଜାରରୁ ଅଧିକ ଭୋଟ୍ରେ ବିଜେପି ପ୍ରାର୍ଥୀ ଦୀନେଶ ଜୈନଙ୍କୁ ପରାସ୍ତ କରିଥିଲେ। ନବ ଦାସ ମୋଟ୍ ୯୮,୬୨୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ଦୀନେଶ ୫୨,୯୨୧ ଭୋଟ୍ ପାଇଥିଲେ। ଆଜି ତାଙ୍କ ଝିଅ ଦୀପାଳି ୪୮,୬୧୯ ଖଣ୍ଡ ଭୋଟ ପାଇ ବାପାଙ୍କ ରେକର୍ଡକୁ ଭାଙ୍ଗିଛନ୍ତି I
ଦିପାଳୀଙ୍କ ବୃହତ ବିଜୟ ପରେ ତାଙ୍କ ସହ ଫୋନ ଯୋଗେ କଥା ହୋଇ ଦୀପାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନବୀନ ।ଏହି ବିଜୟ ସହ ଝାରସୁଗୁଡ଼ାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପରାମର୍ଶ ଦେଇଛନ୍ତି । ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟ କରାଇଥିବାରୁ ଝାରସୁଗୁଡ଼ାବାସୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ।ଝାରସୁଗୁଡାରେ ବିଜୟ ହାସଲ ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦୀପାଳି ଦାସ । ମୁଖ୍ୟମନ୍ତ୍ରୀ ଓ ଝାରସୁଗୁଡାବାସୀଙ୍କ ଆଶୀର୍ବାଦ ବଳରେ ବିଜୟ ହୋଇଥିବା କହିଛନ୍ତି ଦୀପାଳି ।




