ଝାରସୁଗୁଡା ଉପନିର୍ବାଚନ,ବିଜେଡି ଆଗୁଆ

ଝାରସୁଗୁଡା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ ଗଣନା I ୧୦ମ ପ୍ରଥମ ରାଉଣ୍ଡର ଗଣତିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗୁଆ ରହିଛନ୍ତି I ସେ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୨୭୦୬ ଭୋଟରେ ଆଗୁଆ ଅଛନ୍ତି। ପ୍ରଥମ ରାଉଣ୍ଡରେ ବିଜେଡିକୁ ୫୯୪୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ମିଳିଛି ୩୨୩୮ଟି ଭୋଟ୍। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ପ୍ରଥମ ରାଉଣ୍ଡରେ ମାତ୍ର ୧୨୩ ଖଣ୍ଡ […]

Samaya Live Picture
Published On

ଝାରସୁଗୁଡା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ ଗଣନା I ୧୦ମ ପ୍ରଥମ ରାଉଣ୍ଡର ଗଣତିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗୁଆ ରହିଛନ୍ତି I ସେ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୨୭୦୬ ଭୋଟରେ ଆଗୁଆ ଅଛନ୍ତି। ପ୍ରଥମ ରାଉଣ୍ଡରେ ବିଜେଡିକୁ ୫୯୪୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ମିଳିଛି ୩୨୩୮ଟି ଭୋଟ୍। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ପ୍ରଥମ ରାଉଣ୍ଡରେ ମାତ୍ର ୧୨୩ ଖଣ୍ଡ ଭୋଟ ମିଳିଛି।

ଝାରସୁଗୁଡ଼ା ଉପନିର୍ବାଚନର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି ହୋଇଥିଲା। ଏହାପରେ ଇଭିଏମ୍ ଗଣତି ଆରମ୍ଭ ହୋଇଥିଲା। ଝାରସୁଗୁଡ଼ାସ୍ଥିତ ଇଞ୍ଜିନିୟରିଂ କଲେଜରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି କରାଯାଉଛି।୧୪ଟି ଟେବୁଲରେ ମୋଟ ୧୮ ରାଉଣ୍ଡ ଗଣତି ହେବାବୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୯ଟି ରାଉଣ୍ଡ ଗଣତି ସରିଲାଣି। ଆଉ ବିଜେଡି ପ୍ରଥମ ରାଉଣ୍ଡରୁ ଆଗୁଆ ରହିଆସିଛି। ଏନେଇ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେଙ୍କ ସୂଚନା ଦେଇଛନ୍ତି I

ଭୋଟ୍‌ ଗଣତି ଯେଭଳି ଶାନ୍ତି ଶୃଙ୍ଖଳାର ସହ ଓ ନିର୍ଭୁଲ ଭାବରେ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଉଥିବା ଜିଲ୍ଲାପାଳ ଶ୍ରୀମତୀ ନରୱଣେ ସୂଚନା ଦେଇଛନ୍ତି। ଭୋଟ୍‌ ଗଣତି ସମୟରେ ସୁରକ୍ଷା ବ୍ୟବସ୍ଥା ପ୍ରତି ମଧ୍ୟ ବିଶେଷ ଗୁରୁତ୍ବ ଦିଆଯାଉଥିବା ଏସ୍‌ପି ସ୍ମିତ୍‌ ପି. ପରମାର୍‌ କହିଛନ୍ତି। ମଧ୍ୟାହ୍ନ ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ସ୍ପଷ୍ଟ ‌ହୋଇଯିବ ବୋଲି କୁହାଯାଉଛି।

ଝାରସୁଗୁଡ଼ାର ପ୍ରମୁଖ ଯୋଦ୍ଧା ଥିଲେ ବିଜେଡିରୁ ନବ ଦାସଙ୍କ ଝିଅ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେ। ତିନି ଯୁବ ନେତା । ଯିଏ ବି ଜିତିବ ପ୍ରଥମ ଥର ବିଧାୟକ ହେବେ।

Tags: