ଝାରସୁଗୁଡା ଉପ-ନିର୍ବାଚନ : ପ୍ରକାଶ ପାଇଲା ବିଜ୍ଞପ୍ତି ,ଆସନ୍ତା ଏପ୍ରିଲ ୨୦ ଯାଏଁ ନାମାଙ୍କନପତ୍ର ଦାଖଲ
ଝାରସୁଗୁଡା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି I ଆଜିଠୁ ୨୦ ତାରିଖ ଯାଏଁ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଏପ୍ରିଲ ୨୧ରେ ସମସ୍ତ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ସେହିଭଳି ୨୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ମେ’ ମାସ ୧୦ ତାରିଖ ଦିନ ଭୋଟ୍ ଗ୍ରହଣ କରାଯିବ । ସକାଳ ୭ରୁ ସନ୍ଧ୍ୟା […]
ଝାରସୁଗୁଡା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି I ଆଜିଠୁ ୨୦ ତାରିଖ ଯାଏଁ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଏପ୍ରିଲ ୨୧ରେ ସମସ୍ତ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ସେହିଭଳି ୨୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ମେ’ ମାସ ୧୦ ତାରିଖ ଦିନ ଭୋଟ୍ ଗ୍ରହଣ କରାଯିବ । ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ । ମେ’ ୧୩ରେ ଭୋଟଗଣତି ହେବ । ସେହିଭଳି ମେ’ ୧୫ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଗ୍ରୀଷ୍ମକାଳ ହୋଇଥିବାରୁ କମ୍ ସଂଖ୍ୟକ ସମର୍ଥକଙ୍କ ସହ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବାକୁ ଆସିବାକୁ କୁହାଯାଇଛି । ପ୍ରାର୍ଥୀଙ୍କୁ ମିଶାଇ ୫ ଜଣ ନାମାଙ୍କନ ଦାଖଲ କରିବାକୁ ଆସିବା ସହ ସର୍ବାଧିକ ୩ଟି ଗାଡ଼ି ପ୍ରାର୍ଥୀ ଆଣି ପାରିବେ ।
ଝାରସୁଗୁଡା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆଜି ସକାଳୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଜିଲ୍ଲାସ୍ତରୀୟ ଇଭିଏମ୍ ଆଣ୍ଡ ଭିଭିପାଟ୍ ୱେୟାର ହାଉସରୁ କଡା ସୁରକ୍ଷା ବ୍ୟବସ୍ଥାରେ ଇଭିଏମ୍ ମେସିନଗୁଡିକୁ ଇଞ୍ଜିନିୟରିଂ ସ୍କୁଲ ସ୍ଥିତ ଷ୍ଟ୍ରଙ୍ଗ ରୁମ୍କୁ ନିଆଯିବାର ବ୍ୟବସ୍ଥା କରାଯାଉଛି l ଏହି ଅବସରରେ ଝାରସୁଗୁଡା ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବରିଷ୍ଠ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ନିର୍ବାଚନ ପରିଚଳନା ଦାୟିତ୍ୱରେ ଥିବା ଅଧିକାରୀ କର୍ମଚାରୀ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ଝାରସୁଗୁଡା ଉପ-ନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି । ପୂର୍ବରୁ ବିଜେଡି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଗତକାଲି ବିଜେପି ପ୍ରାର୍ଥୀ ଘୋଷଣା କରିଛି । ବିଜେଡିରୁ ଦୀପାଳି ଦାସ, କଂଗ୍ରେସରୁ ତରୁଣ ପାଣ୍ଡେ ଓ ବିଜେପିରୁ ଟଙ୍କଧର ତ୍ରିପାଠୀଙ୍କୁ ଝାରସୁଗୁଡା ଉପ-ନିର୍ବାଚନରେ ଦେଖିବାକୁ ମିଳିବ । ବିଜେଡି ଓ କଂଗ୍ରେସ ରୁ ପ୍ରାର୍ଥୀ ହୋଇଥିବା ,ଦୀପାଳି ଦାସ ଓ ତରୁଣ ପାଣ୍ଡେ ବାପାଙ୍କ ନିଧନ ପରେ ଅନୁକମ୍ପା ମୂଳକ ଭୋଟ ହାତେଇବା ଚେଷ୍ଟାରେ ଥିବାବେଳେ ବିଜେପି ପଦ୍ମ ଫୁଟାଇବାକୁ ଆପ୍ରାଣ ଚେଷ୍ଟା କରିବ I




