ଝାରସୁଗୁଡା ଉପ ନିର୍ବାଚନ,ଦୀପାଳି ହେଲେ ବିଜେଡି ପ୍ରାର୍ଥୀ

ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନରେ ବିଜେଡି ଦଳରୁ ପ୍ରାର୍ଥୀ ହେଲେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବଦାସଙ୍କ ଝିଅ ଦୀପାଳି ଦାସ। ଆଜି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦୀପାଳିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିରୁ ଦୀପାଳି ଦାସଙ୍କୁ ଟିକେଟ୍‌ ମିଳିଥିବା ନେଇ ଶୁକ୍ରବାର ପ୍ରକାଶ କରିଛନ୍ତି । ବାପାଙ୍କ ମୃତ୍ୟୁର ଦୁଇ ମାସ ପରେ ଦୀପାଳିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ଦଳ। ବିଜେଡିର ପ୍ରାର୍ଥୀ ଘୋଷଣା ହେଲା ପରେ […]

Samaya Live Picture
Published On

ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନରେ ବିଜେଡି ଦଳରୁ ପ୍ରାର୍ଥୀ ହେଲେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବଦାସଙ୍କ ଝିଅ ଦୀପାଳି ଦାସ। ଆଜି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦୀପାଳିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିରୁ ଦୀପାଳି ଦାସଙ୍କୁ ଟିକେଟ୍‌ ମିଳିଥିବା ନେଇ ଶୁକ୍ରବାର ପ୍ରକାଶ କରିଛନ୍ତି । ବାପାଙ୍କ ମୃତ୍ୟୁର ଦୁଇ ମାସ ପରେ ଦୀପାଳିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ଦଳ। ବିଜେଡିର ପ୍ରାର୍ଥୀ ଘୋଷଣା ହେଲା ପରେ ଖୁବ ଶୀଘ୍ର ବିଜେପି ଓ କଂଗ୍ରେସ ସମେତ ଅନ୍ୟ ଦଳ ନିଜନିଜର ପ୍ରାର୍ଥୀ ଘୋଷଣା କରିବେ ବୋଲି ଆଶା କରାଯାଉଛି।

ସୂଚନାନୁସାରେ ଗତ ଜାନୁଆରି ୨୯ ତାରିଖ ରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କୁ ଗୁଳି କରି ହତ୍ୟା କରିଥିଲା ଏଏସଆଇ ଗୋପାଳ ଦାସ I ଏହି ଘଟଣାର ଠିକ ୨ ମାସ ପରେ,ମାର୍ଚ୍ଚ ୨୯ ତାରିଖରେ ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିଲା I ଆସନ୍ତା ମେ’ ୧୦ରେ ଝାରସୁଗୁଡା ଉପ ନିର୍ବାଚନ ହେବାକୁ ଥିବାବେଳେ ପ୍ରାର୍ଥୀ ଚୟନ ହେଇ ନଥିଲା I ତେବେ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ I

Tags: