ଝାରସୁଗୁଡା ଉପନିର୍ବାଚନ: ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନ ପାଇଁ ବିଗୁଲ ବାଜି ସାରିବା ପରେ ସରଗରମ ରହିଛି ରାଜନୀତି ମୈଦାନ I ଏଠାରୁ ଆଜି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଭରିବେ ନାମାଙ୍କନ I ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ସେହି ଆସନରୁ ଏଥର ନିର୍ବାଚନ ଲଢ଼ିବେ ଝିଅ ଦୀପାଳି ଦାସ I ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ଦଳ ଦୀପାଳି ଦାସଙ୍କୁ ଚୟନ କରିଛନ୍ତି । ସୂଚନା ଅନୁଯାୟୀ, ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଦୀପାଳି ଆଜି […]

Samaya Live Picture
Published On

ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନ ପାଇଁ ବିଗୁଲ ବାଜି ସାରିବା ପରେ ସରଗରମ ରହିଛି ରାଜନୀତି ମୈଦାନ I ଏଠାରୁ ଆଜି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଭରିବେ ନାମାଙ୍କନ I ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ସେହି ଆସନରୁ ଏଥର ନିର୍ବାଚନ ଲଢ଼ିବେ ଝିଅ ଦୀପାଳି ଦାସ I ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ଦଳ ଦୀପାଳି ଦାସଙ୍କୁ ଚୟନ କରିଛନ୍ତି ।

ସୂଚନା ଅନୁଯାୟୀ, ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଦୀପାଳି ଆଜି ନାମାଙ୍କନ କରିବେ । ତେବେ ଦୀପାଳି ଝାରସୁଗୁଡା ସ୍ଥିତ ପାଟେଣୀଶ୍ୱରୀ ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ପରେ କନକ ଦୁର୍ଗା ମନ୍ଦିର ଯିବେ । ସେଠାରୁ ସେ ସିଧା ମନମୋହନ ଏମଇ ସ୍କୁଲ ଗ୍ରାଉଣ୍ଡକୁ ଯାଇ ସେଠାରେ ଏକ ଶକ୍ତି ପ୍ରଦର୍ଶନ କରିବା ପରେ ସେହି ପତିଆରା ସହ ଉପନିର୍ବାଚନ କାର୍ଯ୍ୟାଳୟ ଯାଇ ନାମାଙ୍କନ ଦାଖଲ କରିବେ ।

ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଓ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ସମେତ ହିନ୍ଦୁସ୍ତାନ ନିର୍ମାଣ ଦଳର ପ୍ରାର୍ଥୀ ବିଜୟ ଜାଲାନ, ସ୍ବାଧୀନ ପ୍ରାର୍ଥୀ ଭୁବନେଶ୍ବର ଗର୍ଡିଆ ଓ ମନିଷ ଶର୍ମା ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଥିବା ବେଳେ ପ୍ରଚାର ଅଭିଯାନ ଓ ରାଜନୈତିକ ବୟାନବାଜି ମଧ୍ୟ ଜୋରଦାର ହୋଇଛି। । ତେବେ ଆଜି ବିଜେଡି ଦଳର ପ୍ରାର୍ଥୀ ଦୀପାଳି ଦାସ ଏକ ଶୋଭାଯାତ୍ରା ସହ ଉପନିର୍ବାଚନ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ ।