ଝାରସୁଗୁଡା ଅଭିମୁଖେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମର ଶରୀର
ଭୁବନେଶ୍ୱର : ଓଡିଶା ରାଜନୀତିରେ ଅପ୍ରତ୍ୟାଶିତ ଓ ଚାଂଚଲ୍ୟକର ଘଟଣା ଘଟିଯାଇଛି I ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିୟୋଗ ରେ ସାରା ଓଡିଶା ସ୍ତବ୍ଧ ହୋଇଯାଇଛି I ହଠାତ୍ ଏମିତି ଅଘଟଣ ହୋଇଯିବ ତାହା କେହି କେବେ କଳ୍ପନା ମଧ୍ୟ କରିନଥିଲେ । ପୂରା ଓଡ଼ିଶା ଏହି ଘଟଣାକୁ ନେଇ ସ୍ତବ୍ଧ ହୋଇଯାଇଥିବା ବେଳେ ନବଙ୍କ ପରିବାର ଆଖିରୁ ଲୁହ ଶୁଖୁନି, କୋହ କମୁନି । କାନ୍ଦବୋବାଳିରେ ଫାଟି ପଡୁଛି ପୂରା ପରିବେଶ । ଆଜି ସକାଳେ ରାଜ୍ୟପାଳ ପ୍ରଫେସର […]
ଭୁବନେଶ୍ୱର : ଓଡିଶା ରାଜନୀତିରେ ଅପ୍ରତ୍ୟାଶିତ ଓ ଚାଂଚଲ୍ୟକର ଘଟଣା ଘଟିଯାଇଛି I ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିୟୋଗ ରେ ସାରା ଓଡିଶା ସ୍ତବ୍ଧ ହୋଇଯାଇଛି I ହଠାତ୍ ଏମିତି ଅଘଟଣ ହୋଇଯିବ ତାହା କେହି କେବେ କଳ୍ପନା ମଧ୍ୟ କରିନଥିଲେ । ପୂରା ଓଡ଼ିଶା ଏହି ଘଟଣାକୁ ନେଇ ସ୍ତବ୍ଧ ହୋଇଯାଇଥିବା ବେଳେ ନବଙ୍କ ପରିବାର ଆଖିରୁ ଲୁହ ଶୁଖୁନି, କୋହ କମୁନି । କାନ୍ଦବୋବାଳିରେ ଫାଟି ପଡୁଛି ପୂରା ପରିବେଶ ।
ଆଜି ସକାଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କର ସରକାରୀ ବାସଭବନକୁ ଯାଇ ତାଙ୍କୁ ଶେଷ ଦର୍ଶନ କରିଛନ୍ତି। ଉଭୟେ ନବକିଶୋରଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭି କେ ପାଣ୍ଡିଆନ୍ ମଧ୍ୟ ନବକିଶୋରଙ୍କ ଅନ୍ତିମ ଦର୍ଶନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଘର ଭିତରକୁ ଯାଇ ପରିବାରର ସଦସ୍ୟଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି । ନବଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇ ପରିବାରକୁ ସନ୍ତ୍ୱନା ଦେଇଥିଲେ । ନବଙ୍କ ପୁଅ କାନ୍ଧ ଉପରେ ହାତ ରଖି ସାହସ ଦେଇଥିଲେ । ଆଉ ଏହି ସମୟରେ ନିଜର କୋହ ସମ୍ଭାଳି ପାରିନଥିଲେ ନବଙ୍କ ପରିବାର । ସ୍ୱାମୀଙ୍କୁ ହରାଇ ନବଙ୍କ ପତ୍ନୀ କହିଥିଲେ ଆଉ କିଛି ବଞ୍ଚିନାହିଁ । ସବୁ ଶେଷ ହୋଇଗଲା । ଏହି ସମୟରେ ମୁଖ୍ୟମନ୍ତ୍ରୀ ମଧ୍ୟ ବେଶ ଭାବବିହ୍ୱଳ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ସ୍ୱାମୀ ନବ ଦାସଙ୍କ ମରଶରୀର ଭୁବନେଶ୍ୱରରୁ ଝାରସୁଗୁଡା ଯିବା ସମୟରେ ଆଉ ନିଜକୁ ସମ୍ଭାଳିପାରିନଥିଲେ ପତ୍ନୀ । କହିଥିଲେ, ମୋତେ ଏକା ଛାଡି କାଇଁ ପଳାଉଛ ତୁମେ । ଆଉ କାନ୍ଦି କାନ୍ଦି ଚେତା ହରାଇ ବସୁଥିଲେ । ଆଉ ଏହି ଦୃଶ୍ୟ ଦେଖି ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସିଥିଲା ।

ଭୁବନେଶ୍ୱରରୁ ଝାରସୁଗୁଡା ଅଭିମୁଖେ ବାହାରିଲା ପ୍ରାର୍ଥିବ ଶରୀର । ଏକ ସ୍ୱତନ୍ତ୍ର ବିମାନରେ ଝାରସୁଗୁଡାରେ ପ୍ରାର୍ଥିବ ଶରୀର ପହଞ୍ଚିବ । ସେଠାରେ ସାଧାରଣ ଲୋକ ଓ ଦଳୀୟ କର୍ମୀ, ଶୁଭେଚ୍ଛୁ ମାନେ ଶେଷ ଦର୍ଶନ କରିବା ପରେ ତାଙ୍କର ଅନ୍ତିମ ସଂସ୍କାର ହେବ । ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବାକୁ ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ଜଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଟୁକୁନି ସାହୁ ଏହି ସମୟରେ ଉପସ୍ଥିତ ରହିବେ ।
ଗତକାଲି ସନ୍ଧ୍ୟାରେ ଆପୋଲୋ ହସ୍ପିଟାଲ୍ରେ ନବାଙ୍କ ପରଲୋକ ହେଲା ପରେ ତାଙ୍କ ମରଶରୀରର ପୋଷ୍ଟମର୍ଟମ୍ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ଅଣାଯାଇଥିଲା । ଏହା ପରେ ମରଶରୀରକୁ ବିଧାନସଭା ପରିସରକୁ ନିଆଯାଇଥିଲା । ସେଠାରେ ବାଚସ୍ପତିଙ୍କ ସମେତ ବହୁ ବିଧାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଳମ୍ବିତ ରାତିରେ ମରଶରୀରକୁ ତାଙ୍କ ସରକାରୀ ବାସଭବନରେ ରଖାଯାଇଥିଲା । ସେଠାରେ ରାତିତମାମ ଦଳ ମତ ନିର୍ବିଶେଷରେ ବହୁ ଶୁଭେଚ୍ଛୁ, ସମର୍ଥକ ପହଞ୍ଚି ଶେଷ ଦର୍ଶନ କରିଥିଲେ । ଆଜି ସକାଳୁ ମଧ୍ୟ ଦଳୀୟ କାର୍ଯ୍ୟାଳୟରେ ନେତା ଓ କର୍ମୀ ତାଙ୍କର ଶେଷ ଦର୍ଶନ କରିଛନ୍ତି । ସେହିପରି ନବୀନ ପଟ୍ଟନାୟକ ଆଜି ସକାଳୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କର ତାଙ୍କର ସରକାରୀ ବାସଭବନରେ ଶେଷ ଦର୍ଶନ କରିଛନ୍ତି । ସେ ନବଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।




