ଆଜି ଶେଷ ପାଳି ଝାମୁଯାତ୍ରା,ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ମଙ୍ଗଳା

ଭୁବନେଶ୍ୱର : ଆଜି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଶେଷ ପାଳି ଝାମୁ ଯାତ୍ରା। ରାଜରାଜେଶ୍ଵରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମା’ I ଲକ୍ଷାଧିକ ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ମା ମଙ୍ଗଳା ଧ୍ୱନିରେ କମ୍ପୁଛି କାକଟପୁର ମାଙ୍କ ପୀଠ । ଚୈତ୍ର ମାସ ପ୍ରଥମ ମଙ୍ଗଳବାରରେ ମାଆ ମଙ୍ଗଳାଙ୍କ ନେତ୍ରୋତ୍ସବ ଠାରୁ ଆରମ୍ଭ ହୋଇଥିବା ମା’ଙ୍କ ଝାମୁ ପାଳିଯାତ୍ରା ଆଜି ପଞ୍ଚମ ପାଳି ମଙ୍ଗଳବାରରେ ଶେଷ ହୋଇଛି। ଚୈତ୍ର […]

Samaya Live Picture
Published On

ଭୁବନେଶ୍ୱର : ଆଜି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଶେଷ ପାଳି ଝାମୁ ଯାତ୍ରା। ରାଜରାଜେଶ୍ଵରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମା’ I ଲକ୍ଷାଧିକ ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ମା ମଙ୍ଗଳା ଧ୍ୱନିରେ କମ୍ପୁଛି କାକଟପୁର ମାଙ୍କ ପୀଠ । ଚୈତ୍ର ମାସ ପ୍ରଥମ ମଙ୍ଗଳବାରରେ ମାଆ ମଙ୍ଗଳାଙ୍କ ନେତ୍ରୋତ୍ସବ ଠାରୁ ଆରମ୍ଭ ହୋଇଥିବା ମା’ଙ୍କ ଝାମୁ ପାଳିଯାତ୍ରା ଆଜି ପଞ୍ଚମ ପାଳି ମଙ୍ଗଳବାରରେ ଶେଷ ହୋଇଛି।

ଚୈତ୍ର ମାସରେ ଆରମ୍ଭ ହୋଇଥିବା ମା’ଙ୍କର ଝାମୁଯାତ୍ରା ପାଳି ବୈଶାଖ ମାସ ପ୍ରଥମ ମଙ୍ଗଳବାରରେ ଶେଷ ହେବା ସହ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏଠି ନିମନ୍ତେ ଆଜି ଭୋର ୩ଟାରୁ ସ୍ନାନ ମାର୍ଜଣା, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ପରେ ରାଜ ରାଜେଶ୍ଵରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ମଙ୍ଗଳା । ଭୋର ୫ଟାରେ ସାହାଣମେଳା ପରେ ସାଧାରଣ ଦର୍ଶନ ପାଇଁ ପହଡ ଖୋଲିଥିଲା । ମାଙ୍କ ଦର୍ଶନ ପାଇଁ ଆଜି ପୀଠରେ ଲକ୍ଷାଧିକ ଭକ୍ତ ଭିଡ଼ ଦେଖିବାକୁ ମିଳିଛି ।

ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏବଂ ୪ ପ୍ଲାଟୁନ ପୋଲିସ ଫୋର୍ସ, ୫୦ ଜଣ ହୋମଗାର୍ଡ ଓ ୧୬ ଜଣ ଅଫିସର ମୁତୟନ କରାଯାଇଛି । ଏହାସହ ପ୍ରବଳ ଖରା ପାଇଁ ନିଭିନ୍ନ ସଂଗଠନ ପକ୍ଷରୁ ରାସ୍ତାରେ ମେସିନ ଦ୍ୱାରା ପାଣି ପକାଇବା ସହ ପଣାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏବଂ ଭକ୍ତଙ୍କ ପାଇଁ ମନ୍ଦିର ଭିତରେ ତମ୍ବୁର ବ୍ୟବସ୍ଥା କରାଯାଇଛି ।

Tags: