ଦିନ ଦ୍ବିପହରେ ଅଳଙ୍କାର ଦୋକାନରେ ଗୁଳି ମାଡ଼ କରି ଲୁଟ,୧ ମୃତ ୩ ଗୁରୁତର

ପାଣିକୋଇଲି : ଦିନ ଦ୍ବିପ୍ରହରରେ ସୁନା ଦୋକାନରୁ ଡକାୟତି ଉଦ୍ୟମ । ଯାଜପୁର ରୋଡ଼ରେ ଥିବା ପଣ୍ଡା ଅଳଙ୍କାର ଦୋକାନରେ ଦୁର୍ବୁତ୍ତ ମାନେ ପଶି ଗୁଳି ଫୁଟାଇ ଲୁଟ କରି ଖସି ଯିବାକୁ ଉଦ୍ୟମ କରିଥିଲେ । ଗୁଳି ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୋକାନର ଦୁଇଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ହେଲେ ନୀଳମାଧବ ପଣ୍ଡା । ସେ ଜଣେ ବିଦ୍ୟୁତ ବିଭାଗ କର୍ମଚାରୀ ବୋଲି ଜଣ ପଡିଛି […]

Samaya Live Picture
Published On

ପାଣିକୋଇଲି : ଦିନ ଦ୍ବିପ୍ରହରରେ ସୁନା ଦୋକାନରୁ ଡକାୟତି ଉଦ୍ୟମ । ଯାଜପୁର ରୋଡ଼ରେ ଥିବା ପଣ୍ଡା ଅଳଙ୍କାର ଦୋକାନରେ ଦୁର୍ବୁତ୍ତ ମାନେ ପଶି ଗୁଳି ଫୁଟାଇ ଲୁଟ କରି ଖସି ଯିବାକୁ ଉଦ୍ୟମ କରିଥିଲେ । ଗୁଳି ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୋକାନର ଦୁଇଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ହେଲେ ନୀଳମାଧବ ପଣ୍ଡା । ସେ ଜଣେ ବିଦ୍ୟୁତ ବିଭାଗ କର୍ମଚାରୀ ବୋଲି ଜଣ ପଡିଛି ଇ ତେବେ ସେ ରାସ୍ତା କଡରେ ଛିଡା ହୋଇଥିବାବେଳେ ଗୁଳିମାଡ଼ର ଶିକାର ହୋଇଥିଲେ I ଦୁଇ ଦୋକାନ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଖସି ଯିବାକୁ ଉଦ୍ୟମ କରୁଥିବାବେଳେ ୨ ଲୁଟେରାଙ୍କୁ କାବୁ କରି ନିର୍ଧୁମ ଛେଚିବା ପରେ ପୋଲିସ ଜିମା ଦେଛନ୍ତି ଲୋକେ ।

ସୂଚନାନୁସାରେ, ଆଜି ଦିନ ଦ୍ବିପହରେ ପାଣିକୋଇଲି ଛକରେ ଥିବା ଏକ ଅଳଙ୍କାର ଦୋକାନର ଦୁଇ କର୍ମଚାରୀ ସୁନୀଲ୍‌ ରାୟ ତାଙ୍କ ସାଥୀ ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ କାର୍‌ରେ ଯାଉଥିଲେ। ଏ ସମ୍ପର୍କରେ ଜାଣିପାରି ୩ ଜିଣ ଦୁର୍ବୃତ୍ତ ସେମାନଙ୍କ କାର୍‌କୁ ପିଛା କରୁଥିଲେ। ତେବେ ପାଣିକୋଇଲି ଛକଠାରୁ ଅଳ୍ପ ଦୂରରେ ବିଦ୍ୟୁତ ଅଫିସ୍‌ ପାଖରେ ଦୁର୍ବୃତ୍ତଙ୍କ ବାଇକ୍‌କୁ ଅନ୍ୟ ଏକ କାର୍‌ ଧକ୍କା ଦେଇଥିଲା । ଅଫିସ୍‌ ଆଗରେ ଦୁର୍ଘଟଣା ଘଟିଥିବା ଦେଖି ବିଦ୍ୟୁତ୍‌ କର୍ମଚାରୀ ନୀଳମାଧବ ପଣ୍ଡା ଚିତ୍କାର କରିଥିଲେ । ଏହି ସମୟରେ ଘଟଣା ସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଏକ କାର ଦେହରେ ତାଙ୍କ ବାଇକ ଧକ୍କା ହେବାରୁ ୨ ଜଣ ତଳେ ପଡିଯାଇଥିଲେ I ଦୁଇ ଜଣ ଡକାୟତଙ୍କୁ ସ୍ଥାନୀୟ ଲୋକେ ଧରି ପକାଇଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଧରା ପଡ଼ିଥିବା ଦୁଇ ଡକାୟତଙ୍କୁ ନିର୍ଧୁମ ମାଡ଼ ମାରିଥିଲେ ସ୍ଥାନୀୟ ଲୋକେ । ଲୋକଙ୍କ ମାଡ଼ରେ ଅଭିଯୁକ୍ତଙ୍କ ମଧ୍ୟ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ପୋଲିସ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ତେବେ ମେଡିକାଲ ପରିସରରେ ମଧ୍ୟ ଉତ୍ତ୍ୟକ୍ତ ଲୋକଙ୍କ ହୋହାଲ୍ଲା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ପୋଲିସ ଉପସ୍ଥିତ ରଖି ଲୋକଙ୍କୁ ବୁଝାଶୁଝା କରୁଛି ।

Tags: