ଜେଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବୌଦ୍ଧ : କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସରକାରୀ ବାସଭବନରୁ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷଙ୍କ ମୃତଦେହ ଉଦ୍ଧାର ହୋଇଛି । ଫ୍ୟାନରେ ମୃତଦେହଟି ଝୁଲୁଥିବା ଅବସ୍ଥାରେ ମିଳିବା ପରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସେ ବୌଦ୍ଧ ଜଳ ସଂପଦ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଥିଲେ I ତେବେ ତାଙ୍କ ଆତ୍ମହତ୍ୟା କରିବାର କାରଣ ଅସ୍ପଷ୍ଟ ରହିଥିବାବେଳେ,ଘଟଣାର ତଦନ୍ତ କରୁଛି ଆଦର୍ଶ ଥାନା ପୋଲିସ I […]
ବୌଦ୍ଧ : କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସରକାରୀ ବାସଭବନରୁ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷଙ୍କ ମୃତଦେହ ଉଦ୍ଧାର ହୋଇଛି । ଫ୍ୟାନରେ ମୃତଦେହଟି ଝୁଲୁଥିବା ଅବସ୍ଥାରେ ମିଳିବା ପରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସେ ବୌଦ୍ଧ ଜଳ ସଂପଦ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଥିଲେ I ତେବେ ତାଙ୍କ ଆତ୍ମହତ୍ୟା କରିବାର କାରଣ ଅସ୍ପଷ୍ଟ ରହିଥିବାବେଳେ,ଘଟଣାର ତଦନ୍ତ କରୁଛି ଆଦର୍ଶ ଥାନା ପୋଲିସ I
ଘଟନାନୁସାରେ,ପ୍ରଦୀପ ପ୍ରତିଦିନ ଭଳି ବୁଧୁବାର କାର୍ଯ୍ୟାଳୟକୁ ଆସିଥିଲେ I ଅଫିସ କାମ ସାରି ମଧ୍ୟାହ୍ନ ଭୋଜନ କରିବା ପାଇଁ ନିଜ କ୍ୱାର୍ଟର୍ସକୁ ଯାଇଥିଲେ । ତେବେ ଅପରାହ୍ଣରେ ସେ ଆଉ କାର୍ଯ୍ୟରେ ଯୋଗ ଦେଇ ନଥିଲେ । ରାତି ଯାଏଁ ପ୍ରଦୀପ ଅଫିସକୁ ନଯିବାରୁ ଅଫିସର କର୍ମଚାରୀମାନେ ତାଙ୍କ ବାସଭବନକୁ ଯାଇଥିଲେ । ଘର ଭିତର ପଟୁ ବନ୍ଦ ଥିବା ବେଳେ ବାରମ୍ବାର ଡାକିବା ପରେ ବି କବାଟ ଖୋଲିନଥିଲା । ଫଳରେ ସମସ୍ତଙ୍କ ମନରେ ସନ୍ଦେହ ଉପୁଜିଥିଲା । ଦୁଇ ଜଣ କର୍ମଚାରୀ ଘରର ପଛପଟ କବାଟ ଭାଙ୍ଗି ଭିତରକୁ ଯାଇ ଜେଇଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏନେଇ କର୍ମଚାରୀ ମାନେ ଆଦର୍ଶ ଥାନା ପୋଲିସ କୁ ଖବର ଦେଇଥିଲେ I ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି I
ସୂଚନାନୁସାରେ,ମୃତ କନିଷ୍ଠ ଯନ୍ତ୍ରୀ ପ୍ରଦୀପ ଘୋଷଙ୍କ ଘର ବାରିପଦାରେ I ବୟସ ୩୨ ବର୍ଷ I ସେ ଅବିବାହିତ ଥିଲେ I ବୌଦ୍ଧରେ ଇରିଗେସନ୍ କଲୋନୀରେ ସରକାରୀ ବାସଭବନରେ ସେ ଏକୁଟିଆ ରହୁଥିଲେ । ତେବେ କାର୍ଯ୍ୟକ୍ଷେତ୍ରରେ ସେ ଜଣେ ଉତ୍ତମ କର୍ମଚାରୀ ହୋଇଥିବାବେଳେ ତାଙ୍କର ଅଚାନକ ବିୟୋଗରେ ସମସ୍ତେ ମର୍ମାହତ ହୋଇଛନ୍ତି I




