ଜେଇଇ ମେନ୍ ପେପର-୧ ପରୀକ୍ଷା ଫଳ ପ୍ରକାଶିତ,୫୬ ଜଣ ଟପ୍ପର

ଭୁବନେଶ୍ୱର : ପ୍ରକାଶ ପାଇଲା ଜେଇଇ ମେନ୍ ପେପର-୧ ପରୀକ୍ଷା ଫଳ । ବି.ଟେକ ଓ ବି.ଇ ପଢିବା ପାଇଁ ଏହି ପରୀକ୍ଷା ଜାନୁଆରୀ ଓ ଏପ୍ରିଲରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା I ଏଥିରେ ଚଳିତବର୍ଷ ୫୬ ଜଣ ପରୀକ୍ଷାର୍ଥୀ ଟପ୍ପର ତାଲିକାରେ ରହି ରେକର୍ଡ କରିଛନ୍ତି । ୫୬ ଜଣ ପରୀକ୍ଷାର୍ଥୀ ଏନଟିଏର ଶହେ ପ୍ରତିଶତ ସ୍କୋର ହାସଲ କରିଛନ୍ତି । ଏହି ତାଲିକାରେ ଓଡ଼ିଶାର ଜଣେ ବି ଛାତ୍ର ଛାତ୍ରୀ ନାହାନ୍ତି । […]

Samaya Live Picture
Published On

ଭୁବନେଶ୍ୱର : ପ୍ରକାଶ ପାଇଲା ଜେଇଇ ମେନ୍ ପେପର-୧ ପରୀକ୍ଷା ଫଳ । ବି.ଟେକ ଓ ବି.ଇ ପଢିବା ପାଇଁ ଏହି ପରୀକ୍ଷା ଜାନୁଆରୀ ଓ ଏପ୍ରିଲରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା I ଏଥିରେ ଚଳିତବର୍ଷ ୫୬ ଜଣ ପରୀକ୍ଷାର୍ଥୀ ଟପ୍ପର ତାଲିକାରେ ରହି ରେକର୍ଡ କରିଛନ୍ତି । ୫୬ ଜଣ ପରୀକ୍ଷାର୍ଥୀ ଏନଟିଏର ଶହେ ପ୍ରତିଶତ ସ୍କୋର ହାସଲ କରିଛନ୍ତି । ଏହି ତାଲିକାରେ ଓଡ଼ିଶାର ଜଣେ ବି ଛାତ୍ର ଛାତ୍ରୀ ନାହାନ୍ତି । ହେଲେ ଅନ୍ୱେଶ ଶୁଭମ ପ୍ରଧାନ ଜେଇଇ ମେନ୍ ଓଡ଼ିଶା ଟପ୍ପର ହୋଇଛନ୍ତି । ଅନ୍ୱେଶ ୯୯.୯୯ ପ୍ରତିଶତ ସ୍କୋର ରଖିଛନ୍ତି । ଜେଇଇ ମେନ୍ ଫଳ ପ୍ରକାଶ ପାଇବା ପରେ ସାରା ଦେଶରୁ ମୋଟ୍ ୨ ଲକ୍ଷ ୫୦ ହଜାର ୨୮୦ ଜଣ ଜେଇଇ ଆଡଭାନ୍ସ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତେବେ ୫୬ ଜଣ ଟପ୍ପର ପରୀକ୍ଷାର୍ଥୀଙ୍କ ମଧ୍ୟରୁ କେବଳ ୨ ଜଣ ଛାତ୍ରୀ ଥିବାବେଳେ ଅନ୍ୟ ସମସ୍ତେ ଛାତ୍ର ଅଛନ୍ତି I

Tags: