ପ୍ରକାଶ ପାଇଲା ଜେଇ ମେନ୍ ୨୦୨୫ ରେଜଲ୍ଟ ,୨୪ ଜଣ ଛାତ୍ରଛାତ୍ରୀ ରଖିଛନ୍ତି ଶତ ପ୍ରତିଶତ ନମ୍ବର
ଭୁବନେଶ୍ୱର: ପ୍ରକାଶ ପାଇଲା ଜେଇ ମେନ୍ ୨୦୨୫ ସେସନ -୨ ରେଜଲ୍ଟ । ଶୁକ୍ରବାର ରାତିରେ ଜେଇ ମେନ୍ ରେଜଲ୍ଟ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (NTA)ପକ୍ଷରୁ ପ୍ରକାଶ ପାଇଛି । ୨୪ ଜଣ ଛାତ୍ରଛାତ୍ରୀ ୧୦୦ ପ୍ରତିଶତ ରେଜଲ୍ଟ କରିଥିବା ଜଣାପଡ଼ିଛି । ଜାନୁଆରୀ ଏବଂ ଏପ୍ରିଲ ମାସରେ ୨ଟି ସେସନରେ ପରୀକ୍ଷା ହୋଇଥିଲା । ମୋଟ ୧୫,୩୯,୮୪୮ ଜଣ ପରୀକ୍ଷା ପାଇଁ ରେଜିଷ୍ଟ୍ରେଶନ୍ କରିଥିବାବେଳେ ୧୪,୭୫,୧୦୩ ଜଣ ପରୀକ୍ଷା ଦେଇଥିଲେ । ଓଡ଼ିଶାର ଓମ୍ ପ୍ରକାଶ […]
ଭୁବନେଶ୍ୱର: ପ୍ରକାଶ ପାଇଲା ଜେଇ ମେନ୍ ୨୦୨୫ ସେସନ -୨ ରେଜଲ୍ଟ । ଶୁକ୍ରବାର ରାତିରେ ଜେଇ ମେନ୍ ରେଜଲ୍ଟ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (NTA)ପକ୍ଷରୁ ପ୍ରକାଶ ପାଇଛି । ୨୪ ଜଣ ଛାତ୍ରଛାତ୍ରୀ ୧୦୦ ପ୍ରତିଶତ ରେଜଲ୍ଟ କରିଥିବା ଜଣାପଡ଼ିଛି । ଜାନୁଆରୀ ଏବଂ ଏପ୍ରିଲ ମାସରେ ୨ଟି ସେସନରେ ପରୀକ୍ଷା ହୋଇଥିଲା । ମୋଟ ୧୫,୩୯,୮୪୮ ଜଣ ପରୀକ୍ଷା ପାଇଁ ରେଜିଷ୍ଟ୍ରେଶନ୍ କରିଥିବାବେଳେ ୧୪,୭୫,୧୦୩ ଜଣ ପରୀକ୍ଷା ଦେଇଥିଲେ ।
ଓଡ଼ିଶାର ଓମ୍ ପ୍ରକାଶ ବେହେରା ଅଲ ଇଣ୍ଡିଆ ଟପ୍ପର ହୋଇଛନ୍ତି । ଓମ୍ ପ୍ରକାଶଙ୍କ ଘର ଭୁବନେଶ୍ୱରରେ । ସେ ରାଜସ୍ଥାନ କୋଟାରେ ରହି କୋଚିଂ ନେଉଥିଲେ । ଓମ୍ ପ୍ରକାଶ ୩୦୦ରୁ ୩୦୦ ନମ୍ବର ରଖି ଟପ୍ପର ହୋଇଛନ୍ତି ।
ନିଜ ଏକାଗ୍ରତା ଓ ପରିଶ୍ରମ ବଳରେ ଓମ ପ୍ରକାଶ ନିଜ ଲକ୍ଷ୍ୟ ହାସଲ କରିଥିବା କହିଛନ୍ତି । ଓମ ପ୍ରକାଶ ସ୍ମାର୍ଟ ଫୋନ୍ ବ୍ୟବହାର କରୁ ନ ଥିବା କହିଛନ୍ତି । କାରଣ ଏହା ତାଙ୍କ ପଢ଼ାକୁ ପ୍ରଭାବିତ କରିବ ବୋଲି ସେ ଭାବୁଥିଲେ । ପ୍ରତିଦିନ ୮ରୁ ୯ ଘଣ୍ଟା ସେ ପାଠ ପଢ଼ୁଥିଲେ ।
ଓମ ପ୍ରକାଶଙ୍କ ବାପା ବାପା କମଳା କାନ୍ତ ବେହେରା ଜଣେ ଓଏଏସ ଅଫିସର । ମା’ ସ୍ମିତା ରାଣୀ ବେହେରା ଜଣେ କଲେଜ ଅଧ୍ୟାପିକା । କିନ୍ତୁ ପୁଅର ପଢ଼ା ପାଇଁ ସ୍ମିତା ୩ ବର୍ଷ ହେଲା ଚାକିରିରୁ ଛୁଟି ନେଇ କୋଟାରେ ପୁଅ ସହ ରହୁଥିଲେ ।




