୧୮ ରେ ପ୍ରାର୍ଥୀପତ୍ର ଦାଖଲ କରିବେ ଜୟ ଢୋଲକିଆ
ଭୁବନେଶ୍ୱର : ଆଜି ପ୍ରାର୍ଥୀପତ୍ର ଦାଖଲ କରିବେନି ନୂଆପଡା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଆସନ୍ତା ୧୮ ତାରିଖରେ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଛି। ଆଜି ଶୁଭ ମୁହୂର୍ତ୍ତ ନଥିବାରୁ ପ୍ରାର୍ଥୀପତ୍ର ଦାଖଲ କରିବେନାହିଁ ବୋଲି କୁହାଯାଉଛି । ତେବେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଶହ ଶହ କର୍ମୀଙ୍କୁ ନେଇ ବିରାଟ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ ପାଇଁ ବିଜେପି ପକ୍ଷରୁ ବଡ଼ ଆୟୋଜନ ହୋଇଥିଲା । ସୂଚନାନୁସାରେ,ଗତ […]
ଭୁବନେଶ୍ୱର : ଆଜି ପ୍ରାର୍ଥୀପତ୍ର ଦାଖଲ କରିବେନି ନୂଆପଡା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଆସନ୍ତା ୧୮ ତାରିଖରେ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଛି। ଆଜି ଶୁଭ ମୁହୂର୍ତ୍ତ ନଥିବାରୁ ପ୍ରାର୍ଥୀପତ୍ର ଦାଖଲ କରିବେନାହିଁ ବୋଲି କୁହାଯାଉଛି । ତେବେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଶହ ଶହ କର୍ମୀଙ୍କୁ ନେଇ ବିରାଟ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ ପାଇଁ ବିଜେପି ପକ୍ଷରୁ ବଡ଼ ଆୟୋଜନ ହୋଇଥିଲା ।
ସୂଚନାନୁସାରେ,ଗତ ୧୧ତାରିଖ ଦିନ ବିଜେପିରେ ସାମିଲ ହୋଇଥିଲେ ଜୟ ଢୋଲକିଆ । ଏହାପରେ ନୂଆପଡା ରାଜନୈତିକ ସମୀକରଣ ପୁରା ବଦଳି ଯାଇଥିଲା । ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ବିଜେଡିରୁ ଜୟ ଢୋଲକିଆ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା । ତେବେ ଜୟ ଢୋଲକିଆ ହଠାତ ପାର୍ଟି ବଦଳାଇ ବିଜେପିରେ ଯୋଗଦେଇଥିଲେ । ଏହାକୁ ନେଇ ଅଡୁଆରେ ପଡିଯାଇଥିଲା ବିଜେଡି ।
ସେପଟେ, ନୂଆପଡ଼ା ଉପନିର୍ବାଚନ ପାଇଁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି । ବୁଧବାର ସଂଧ୍ୟାରେ ସଭାପତି ନବୀନ ପଟ୍ଟନାୟକ ତାଙ୍କ ନାମ ଘୋଷଣା କରିଛନ୍ତି । ବିଜେଡିର ଏହି ଅପ୍ରତ୍ୟାଶିତ ପ୍ରାର୍ଥୀ ଚୟନ ରାଜନୈତିକ ମହଲକୁ ଚର୍ଚ୍ଚାର ଖୋରାକ ଯୋଗାଇଛି । ସ୍ନେହାଙ୍ଗିନୀ ଛୁରିଆ ବରଗଡ଼ ଜିଲ୍ଲାର ଅତାବିରା ନିର୍ବାଚନମଣ୍ଡଳୀରୁ ୨୦୧୪ ଓ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୨୪ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀଙ୍କଠାରୁ ପାଖାପାଖି ୨୯ ହଜାର ଭୋଟରେ ହାରିଯାଇଥିଲେ । ନିକଟରେ ତାଙ୍କୁ ବିଜେଡିର ମହିଳା ଶାଖା ସଭାନେତ୍ରୀ କରାଯାଇଛି । କିନ୍ତୁ ନୂଆପଡ଼ାରେ ସ୍ନେହାଙ୍ଗିନୀଙ୍କୁ ବିଜେଡି ପ୍ରାର୍ଥୀ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।




