ସ୍ୱାମୀ ଗଲେ ଦେଶ ସେବାରେ ,ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ସ୍ତ୍ରୀ
ସୁନ୍ଦରଗଡ଼ : ସୀମା ରେ ସ୍ୱାମୀ । ୧୫ ଦିନର ଶିଶୁକନ୍ୟାକୁ ଛାଡି ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଯବାନଙ୍କ ସ୍ତ୍ରୀ । ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଯବାନ ଦେବରାଜ ଗଣ୍ଡଙ୍କ ପତ୍ନୀ ଲିପି ଗଣ୍ଡ । ସନ୍ତାନ ପ୍ରସବ ପର ଠାରୁ ଅଚେତ ଅବସ୍ଥାରେ ହସ୍ପିଟାଲରେ ରହିଥିଲେ ଲିପି । ମଲ୍ଟି ଅର୍ଗାନ ଫେଲିୟର ହେବା ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନାନୁସାରେ, ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ଟେଙ୍ଗନାମାଲ […]
ସୁନ୍ଦରଗଡ଼ : ସୀମା ରେ ସ୍ୱାମୀ । ୧୫ ଦିନର ଶିଶୁକନ୍ୟାକୁ ଛାଡି ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଯବାନଙ୍କ ସ୍ତ୍ରୀ । ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଯବାନ ଦେବରାଜ ଗଣ୍ଡଙ୍କ ପତ୍ନୀ ଲିପି ଗଣ୍ଡ । ସନ୍ତାନ ପ୍ରସବ ପର ଠାରୁ ଅଚେତ ଅବସ୍ଥାରେ ହସ୍ପିଟାଲରେ ରହିଥିଲେ ଲିପି । ମଲ୍ଟି ଅର୍ଗାନ ଫେଲିୟର ହେବା ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।
ସୂଚନାନୁସାରେ, ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ଟେଙ୍ଗନାମାଲ ଗାଁର ଦେବରାଜ ଗଣ୍ଡ ସଶସ୍ତ୍ର ସୀମା ବଳରେ କାର୍ଯ୍ୟରତ ଥିବା ବେଳେ ସ୍ତ୍ରୀ ଲିପି ଗଣ୍ଡ ୨୮ ତାରିଖରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ତେବେ ସେହି ସମୟରେ ଦେବରାଜ ସାଙ୍ଗରେ ଥିଲେ । ମାତ୍ର ଶିଶୁ କନ୍ୟାକୁ ଜନ୍ମ ଦେବାପରେ ଅଚେତ ହୋଇ ଯାଇଥିଲେ ଲିପି । ତାଙ୍କୁ ୨୯ ତାରିଖରେ ବୁର୍ଲାରେ ଆଇସିୟୁରେ ଭର୍ତି କରାଯାଇଥିଲା । କିନ୍ତୁ ସେହି ସମୟରେ ‘ଅପରେସନ ସିନ୍ଦୂର’ ପାଇଁ ସମସ୍ତଙ୍କର ଛୁଟି କ୍ୟାନସେଲ ହେବାରୁ ଦେବରାଜ ଗଣ୍ଡ ଦେଶ ମାତୃକାର ସେବା କରିବା ପାଇଁ ହସ୍ପିଟାଲ ବେଡ଼ରେ ଅସୁସ୍ଥ ପତ୍ନୀଙ୍କୁ ଛାଡି କର୍ମକ୍ଷେତ୍ର ଅଭିମୁଖେ ବାହାରି ଯାଇଥିଲେ । ବର୍ତ୍ତମାନ ଦେବରାଜ ଅରୁଣାଚଳପ୍ରଦେଶ ବର୍ଡରରେ ଡ୍ୟୁଟି କରୁଥିବା ସମୟରେ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଲିପିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।




