ମାଓବାଦୀ ନିପାତ ପରେ ଯବାନଙ୍କ ସେଲେବ୍ରେସନ

ମାଲକାନଗିରି :ମାଓବାଦୀ ନିପାତ ହେବା ପରେ ସୁରକ୍ଷାକର୍ମୀ ସେଲିବ୍ରେସନ୍ । ଡି.ଜେ ବଜାଇ ନାଚିଲେ ସୁରକ୍ଷାକର୍ମୀ । ଛତିଶଗଡ ପାଖନଜୁର ସୁରକ୍ଷାକର୍ମୀଙ୍କ କ୍ୟାମ୍ପରେ ଏହି ସେଲେବ୍ରେସନ କରାଯାଇଥିଲା । ଏହାର ଭିଡିଓ ଭାଇରାଲ ହେବା ପରେ ଜଣାପଡିଥିଲା । ଗତ ୩ ଦିନ ଧରି ଛତିଶଗଡ଼ ନାରାୟଣପୁର ଓ କାଙ୍କେର ଜିଲ୍ଲା ସୀମାନ୍ତରେ ଥିବା ଉତ୍ତର ଅବୁଝମାଡ଼ ଅଞ୍ଚଳରେ ଗତ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା । ଏଥିରେ ଦୁଇ ମହିଳା ମାଓବାଦୀଙ୍କ […]

Samaya Live Picture
Published On

ମାଲକାନଗିରି :ମାଓବାଦୀ ନିପାତ ହେବା ପରେ ସୁରକ୍ଷାକର୍ମୀ ସେଲିବ୍ରେସନ୍ । ଡି.ଜେ ବଜାଇ ନାଚିଲେ ସୁରକ୍ଷାକର୍ମୀ । ଛତିଶଗଡ ପାଖନଜୁର ସୁରକ୍ଷାକର୍ମୀଙ୍କ କ୍ୟାମ୍ପରେ ଏହି ସେଲେବ୍ରେସନ କରାଯାଇଥିଲା । ଏହାର ଭିଡିଓ ଭାଇରାଲ ହେବା ପରେ ଜଣାପଡିଥିଲା ।

ଗତ ୩ ଦିନ ଧରି ଛତିଶଗଡ଼ ନାରାୟଣପୁର ଓ କାଙ୍କେର ଜିଲ୍ଲା ସୀମାନ୍ତରେ ଥିବା ଉତ୍ତର ଅବୁଝମାଡ଼ ଅଞ୍ଚଳରେ ଗତ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା । ଏଥିରେ ଦୁଇ ମହିଳା ମାଓବାଦୀଙ୍କ ସମେତ ମୋଟ ୫ ଜଣ ମାଓବାଦୀଙ୍କୁ ନିପାତ କରିଥିଲେ ଯବାନ୍ । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିଲା । ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ଆଈଏନଏସଏଏସ, ଗୋଟିଏ ଏସଏଲଆର ରାଇଫଲ, ୧୨ଟି ବୋର ରାଇଫଲ୍ ଏବଂ ୩ଟି ବିଜିଏଲ ରହିଛି । ସମସ୍ତ ମାଓବାଦୀଙ୍କ ମରଶରୀର କାଂକେର ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ଅଣାଯାଇଛି । ତେବେ ଏହି ଘଟଣାରେ ଦୁଇ ସୁରକ୍ଷାକର୍ମୀ ଆହତ ହୋଇ ରାୟପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁସାରେ ଆଣ୍ଟି ନକ୍ସଲ ଅଭିଯାନ ମାଧ୍ୟମରେ ଛତିଶଗଡର ପ୍ରାୟ ୧ ହଜାର ୪ ଶହ ୪୮ ଜଣ ସୁରକ୍ଷା କର୍ମୀ ଗତ ପନ୍ଦର ତାରିଖ ଦିନ ରାତିରୁ କୁମ୍ବି ଅପରସନରେ ବାହାରିଥିଲେ । ପୂର୍ବରୁ ସେ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତ ଥିବା ସୂଚନା ପାଇ ବଡ଼ ଚତୁରତାର ସହିତ ସମଗ୍ର ଅଂଚଳକୁ ଘେରାଉ କରିଥିଲେ । ୧୬ ତାରିଖ ସକାଳୁ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଦୀର୍ଘ ତିନି ଦିନ ପରେ ୫ ଜଣ ମାଓବାଦୀଙ୍କ ମରଶରୀର ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା ।

Tags: