ଜଙ୍ଗଲରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,୩ ଦିନ ଧରି ଘରୁ ନିଖୋଜ ଥିଲେ
ଚଣ୍ଡିଖୋଲ : ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ନିଖୋଜ ଯବାନଙ୍କ ମୃତ ଦେହ I ମୃତ ଯବାନ ଜଣକ ହେଲେ ସୂର୍ଯ୍ୟକାନ୍ତ କୁଅଁର I ତାଙ୍କ ଘର ଜଗତସିଂହପୁର ଜିଲ୍ଲା ଏରସମା ଥାନା ସୋମପୁର ଗ୍ରାମର ରେ ହୋଇଥିବା ବେଳେ,ଯାଜପୁର ଜିଲ୍ଲା ଧାନମଣ୍ଡଳ ନିକଟ ବାରୁଣାବନ୍ତ ପାହାଡ଼ର ଏକ ଗଛରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି I ସେ ଗତ ୧୭ତାରିଖରୁ ନିଖୋଜ ହୋଇଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବଡ଼ଚଣା […]
ଚଣ୍ଡିଖୋଲ : ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ନିଖୋଜ ଯବାନଙ୍କ ମୃତ ଦେହ I ମୃତ ଯବାନ ଜଣକ ହେଲେ ସୂର୍ଯ୍ୟକାନ୍ତ କୁଅଁର I ତାଙ୍କ ଘର ଜଗତସିଂହପୁର ଜିଲ୍ଲା ଏରସମା ଥାନା ସୋମପୁର ଗ୍ରାମର ରେ ହୋଇଥିବା ବେଳେ,ଯାଜପୁର ଜିଲ୍ଲା ଧାନମଣ୍ଡଳ ନିକଟ ବାରୁଣାବନ୍ତ ପାହାଡ଼ର ଏକ ଗଛରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି I ସେ ଗତ ୧୭ତାରିଖରୁ ନିଖୋଜ ହୋଇଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବଡ଼ଚଣା ପୋଲିସର ତଦନ୍ତ ଜାରି ରହିଛି ।
ସୂଚନାନୁସାରେ , ଗତ ଦୁଇ ଦିନ ପୂର୍ବରୁ ନିଖୋଜ ସୂର୍ଯ୍ୟକାନ୍ତ କୁଅଁରଙ୍କ ବାଇକ୍ ହୋଣ୍ଡା ୟୁନିକର୍ଣ୍ଣ (ଓଡି ୨୧ କେ ୮୬୭୪) କୁ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଞ୍ଚଳ ବାରୁଣାବନ୍ତ ପାହାଡ଼ ତଳୁ ଉଦ୍ଧାର ହୋଇଥିଲା । ବାଇକ୍ଟି ଧାନମଣ୍ଡଳ ଝୋଟକଳ ଜଙ୍ଗଲିଆ ରାସ୍ତାରେ ଥିବା ଦେଖିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ବଡ଼ଚଣା ପୁଲିସ ପହଞ୍ଚି ବାଇକ୍ ନମ୍ବର ଯାଞ୍ଚ କରି ଏରସମା ଥାନା ସହିତ ଯୋଗାଯୋଗ କରି ସୂର୍ଯ୍ୟକାନ୍ତ କୁଅଁରଙ୍କ ପରିବାରକୁ ଜଣାଇଥିଲେ। ଗତକାଲି ଡ୍ରୋନ କ୍ୟାମେରା ସାହାଯ୍ୟରେ ବହୁ ଖୋଜା ଖୋଜି ପରେ ବି ଯବାନଙ୍କ କୌଣସି ପତ୍ତା ମିଳି ନଥିଲା । ଆଜି ଯାଜପୁର ଏସପି ଙ୍କ ନିର୍ଦେଶ କ୍ରମେ ଏସଡିପିଓଙ୍କ ଅଦକ୍ଷତାରେ ପୋଲିସର ତିନୋଟି ଟିମ, ବନ ବିଭାଗ କର୍ମଚାରୀ ପାହାଡ଼ ଉପରେକୁ ଚଢି ଖୋଜା ଖୋଜି କରିଥିଲେ । ଶେଷରେ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି ।
ସୂର୍ଯ୍ୟକାନ୍ତ ଜଣେ ସିଆର୍ପିଏଫ୍ ଯବାନ। ସୂର୍ଯ୍ୟକାନ୍ତ ଛତିଶଗଡ଼ରେ କାର୍ଯ୍ୟରତ ଥିଲେ I ବର୍ଷକ ତଳେ ତାଙ୍କର ବିବାହ ହୋଇଥିଲା। ବିବାହ ପରେ ଦମ୍ପତି ଜଗତସିଂହପୁର ସହରରେ ଭଡ଼ାଘରେ ରହୁଥିଲେ। ନିକଟରେ ସେ ୨୦ ଦିନ ପାଇଁ ଛୁଟିରେ ଆସିଥିଲେ। ତାଙ୍କ ବୁଢ଼ୀମାଆଙ୍କର ଦେହାନ୍ତ ହେବାରୁ ସେ ଏକୁଟିଆ ଗାଁକୁ ଯାଇଥିଲେ। ପରେ ସେଠାରୁ ଜଗତସିଂହପୁରକୁ ଫେରୁଥିଲେ। ଗତ ୧୬ ତାରିଖରୁ ସେ ହଠାତ ନିଖୋଜ ହୋଇଯାଇଥିଲେ। ଏହପାରେ ତାଙ୍କ ଫୋନ ବନ୍ଦ ଆସିବାରୁ ତାଙ୍କ ପତ୍ନୀ ୧୭ ତାରିଖ ଦିନ ଜଗତସିଂହପୁର ଥାନାରେ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ । ତେବେ କେଉଁ କାରଣରୁ ଯବାନ ଜଣକ ନିକଞ୍ଚ ଜଙ୍ଗଲ ଭିତରେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ଅଛି ସେ ନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।




