ଯାତ୍ରା କମେଡି କିଙ୍ଗ ରବି ଶତପଥୀଙ୍କ ପରଲୋକ

ଭୁବନେଶ୍ୱର : ଯାତ୍ରା ଜଗତରୁ ଏକ ଦୁଃଖଦ ଖବର । କମେଡ଼ିଆନ ରବି ଶତପଥୀଙ୍କ ପରଲୋକ । ଯକୃତ କ୍ୟାନସରରେ ପୀଡ଼ିତ ହୋଇ ଆଖି ବୁଜିଛନ୍ତି ଯାତ୍ରା ଜଗତର ଅପ୍ରତିଦ୍ୱନ୍ଦୀ କମେଡି ସମ୍ରାଟ,ରବି ଶତପଥୀ I ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା I ନିଜ ଗାଁ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳରେ ତାଙ୍କର ପରଲୋକ ହୋଇଛି I ଗତ ୨ ବର୍ଷ ପୂର୍ବରୁ ସେ କ୍ୟାନସରରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ […]

Samaya Live Picture
Published On

ଭୁବନେଶ୍ୱର : ଯାତ୍ରା ଜଗତରୁ ଏକ ଦୁଃଖଦ ଖବର । କମେଡ଼ିଆନ ରବି ଶତପଥୀଙ୍କ ପରଲୋକ । ଯକୃତ କ୍ୟାନସରରେ ପୀଡ଼ିତ ହୋଇ ଆଖି ବୁଜିଛନ୍ତି ଯାତ୍ରା ଜଗତର ଅପ୍ରତିଦ୍ୱନ୍ଦୀ କମେଡି ସମ୍ରାଟ,ରବି ଶତପଥୀ I ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା I ନିଜ ଗାଁ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳରେ ତାଙ୍କର ପରଲୋକ ହୋଇଛି I ଗତ ୨ ବର୍ଷ ପୂର୍ବରୁ ସେ କ୍ୟାନସରରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ I

ରବି ଶତପଥୀ ୫୦୦ରୁ ଅଧିକ ଯାତ୍ରାପେଣ୍ଡାଲରେ ନାଟକରେ ଅଭିନୟକରି ନିଜ ପ୍ରତିଭାର ବଳିଷ୍ଠ ପ୍ରମାଣ ଦେଇଥିଲେ।‘ଶାଗୁଣା ବସିଛି ଡେଣା ମେଲାଇ’ରେ ପଦୁ ମହାନ୍ତି ଚରିତ୍ରରେ ବଳିଷ୍ଠ ଅଭିନୟ ଦର୍ଶକଙ୍କ ମନ ମୋହି ନେଇଥିଲାI ତାଙ୍କ ଅଭିନୀତ ଆଉ ଏକ ଚର୍ଚ୍ଚିତ ନାଟକ ହେଉଛି, ମୋ ପେଁ କାଳି ବଜାଇ ଦେ । ଏଥିରେ ଚନ୍ଦ୍ରମଣି ଚରିତ୍ରରେ ଅଭିନୟ କରି ପ୍ରସିଦ୍ଧି ଲାଭ କରିଥିଲେ । ଅର୍ଦ୍ଧାଙ୍ଗିନୀ, ବେଳ ବୁଡ଼ିଗଲେ ବେବିନା କାନ୍ଦେ ଭଳି ଏକାଧିକ ନାଟକରେ ଅଭିନୟ କରି ଦର୍ଶକଙ୍କ ଠାରୁ ବେଶ୍ ପ୍ରଶଂସିତ ହୋଇଛନ୍ତି ରବି ଶତପଥୀ ।

ରବି ଯାତ୍ରା ଜଗତର କମେଡ଼ି କିଙ୍ଗ ଭାବେ ଜନମାନସରେ ବେଶ୍ ପରିଚିତ ଥିଲେ । ସେ ଚଳିତ ବର୍ଷ ରଜ ସମୟରେ ନାଟକ ପରିବେଷଣ କରିବା ପାଇଁ ଘରୁ ବାହାରି ସାରିଥିଲେ । ଯାତ୍ରାରେ ଅଭିନୟ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା ମାତ୍ର ହଠାତ୍ ଆଜି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେ କର୍କଟ ରୋଗରେ ପୀଡ଼ିତ ଥିବା ଡାକ୍ତର ସୂଚନା ଦେଇଥିଲେ । ଏହାପରେ ତାଙ୍କୁ ରାଜଧାନୀ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନ ଆସିବାରୁ ପରିବାର ଲୋକେ ତାଙ୍କୁ ଘରକୁ ନେଇଯାଇଥିଲେ । କିଛିଦିନ ସେ ଘରେ ଶଯ୍ୟାଶାୟୀ ଅବସ୍ଥାରେ ରହିବା ପରେ ଶେଷରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ରବିଙ୍କ ଅଚାନକ ବିୟୋଗରେ ଯାତ୍ରା ଇଣ୍ଡଷ୍ଟ୍ରି ସହ ଜଡ଼ିତ ବହୁ ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତା, ଅଭିନେତ୍ରୀ, ଟେକ୍ନିସିଆନ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Tags: