ଜମ୍ମୁ-ତୱି ଏକ୍ସପ୍ରେସ ଲାଇନଚ୍ୟୁତ

ସମ୍ବଲପୁର :ପୁଣି ଲାଇନଚ୍ୟୁତ ହେଲା ଯାତ୍ରୀବାହୀ ଟ୍ରେନ I ଜମ୍ମୁ-ତୱି ଏକ୍ସପ୍ରେସର ପ୍ୟାଣ୍ଟ୍ରିକାର ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଟ୍ରେନଟି ସମ୍ବଲପୁର ଷ୍ଟେସନ ପହଞ୍ଚି ଯାତ୍ରୀଙ୍କୁ ଓହ୍ଲାଇବା ପରେ ଧୁଆହେବାକୁ କ୍ଷେତରାଜପୁର ୱାସିଂ ଲାଇନକୁ ଯାଉଥିଲା । ଏହି ସମୟରେ ଗୋଟିଏ ବଗିର ଚକ ଟ୍ରାକ ବାହାରକୁ ଚାଲିଯାଇଥିଲା ଯାହାଫଳରେ ଲାଇନଚ୍ୟୁତ ହୋଇଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଟ୍ରେନ ଲାଇନଚ୍ୟୁତ ଜଣା ପରେ ତୁରନ୍ତ ୱାସିଙ୍ଗ ଲାଇନର କର୍ମଚାରୀମାନେ […]

Samaya Live Picture
Published On

ସମ୍ବଲପୁର :ପୁଣି ଲାଇନଚ୍ୟୁତ ହେଲା ଯାତ୍ରୀବାହୀ ଟ୍ରେନ I ଜମ୍ମୁ-ତୱି ଏକ୍ସପ୍ରେସର ପ୍ୟାଣ୍ଟ୍ରିକାର ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଟ୍ରେନଟି ସମ୍ବଲପୁର ଷ୍ଟେସନ ପହଞ୍ଚି ଯାତ୍ରୀଙ୍କୁ ଓହ୍ଲାଇବା ପରେ ଧୁଆହେବାକୁ କ୍ଷେତରାଜପୁର ୱାସିଂ ଲାଇନକୁ ଯାଉଥିଲା । ଏହି ସମୟରେ ଗୋଟିଏ ବଗିର ଚକ ଟ୍ରାକ ବାହାରକୁ ଚାଲିଯାଇଥିଲା ଯାହାଫଳରେ ଲାଇନଚ୍ୟୁତ ହୋଇଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

ଟ୍ରେନ ଲାଇନଚ୍ୟୁତ ଜଣା ପରେ ତୁରନ୍ତ ୱାସିଙ୍ଗ ଲାଇନର କର୍ମଚାରୀମାନେ ଟ୍ରେନକୁ ତୁରନ୍ତ ଟ୍ରାକକୁ ପୁଣି ନେଇ ଆସିଥିଲେ। ରେଳ ଲାଇନଚ୍ୟୁତ ସମୟରେ ଟ୍ରେନରେ କୌଣସି ଯାତ୍ରୀ ନଥିଲେ। ୱାସିଙ୍ଗ ଲାଇନରେ ଘଟଣା ଘଟିଥିବାରୁ ଅନ୍ୟ ଟ୍ରେନର ଯାତାୟାତ ପାଇଁ କୌଣସି ପ୍ରଭାବ ପଡ଼ିନାହିଁ। ଆଜି ସକାଳୁ ମଧ୍ୟ ତିନଟି ଟ୍ରେନ ଯାଇସାରିଛି।

Tags: