ଯାଜପୁର ରେଳ ଦୁର୍ଘଟଣା : ଆଜି ଘଟଣାସ୍ଥଳ ପରିଦର୍ଶନ କରିବ ସେଫଟି ଟିମ୍
ଯାଜପୁର : ବୁଧୁବାର ଅପରାହ୍ନରେ ଯାଜପୁର ରୋଡ ଷ୍ଟେସନରେ ରେଳ ୱାଗନରେ କଟି ୬ ଜଣ ଶ୍ରମିକଙ୍କ ହୋଇଛି ଶୋଚନୀୟ ମୃତ୍ୟୁ । ଏହି ଘଟଣାରେ ଆଜି ଯାଜପୁର ରୋଡ଼ ପରିଦର୍ଶନରେ ଆସି ତଦନ୍ତ କରିବ ଖୋର୍ଦ୍ଧା ଡିଆରଏମଙ୍କ ସେଫଟି ଟିମ୍ । ଦୁର୍ଘଟଣା ସମ୍ପର୍କରେ ଖୋଳତାଡ଼ କରିବା ସହିତ କାହିକି ହେଲା ଦୁର୍ଘଟଣା, ଇଞ୍ଜିନ ନଥାଇ କେମିତି ଗଡ଼ିଲା ଏହାର କାରଣ ଖୋଜିବ I ସୂଚନାନୁସାରେ,ଗତକାଲି ଅପରାହ୍ନରେ ବର୍ଷା ପବନ ଯୋଗୁଁ ଯାଜପୁର ରୋଡ଼ ଷ୍ଟେସନରେ […]
ଯାଜପୁର : ବୁଧୁବାର ଅପରାହ୍ନରେ ଯାଜପୁର ରୋଡ ଷ୍ଟେସନରେ ରେଳ ୱାଗନରେ କଟି ୬ ଜଣ ଶ୍ରମିକଙ୍କ ହୋଇଛି ଶୋଚନୀୟ ମୃତ୍ୟୁ । ଏହି ଘଟଣାରେ ଆଜି ଯାଜପୁର ରୋଡ଼ ପରିଦର୍ଶନରେ ଆସି ତଦନ୍ତ କରିବ ଖୋର୍ଦ୍ଧା ଡିଆରଏମଙ୍କ ସେଫଟି ଟିମ୍ । ଦୁର୍ଘଟଣା ସମ୍ପର୍କରେ ଖୋଳତାଡ଼ କରିବା ସହିତ କାହିକି ହେଲା ଦୁର୍ଘଟଣା, ଇଞ୍ଜିନ ନଥାଇ କେମିତି ଗଡ଼ିଲା ଏହାର କାରଣ ଖୋଜିବ I
ସୂଚନାନୁସାରେ,ଗତକାଲି ଅପରାହ୍ନରେ ବର୍ଷା ପବନ ଯୋଗୁଁ ଯାଜପୁର ରୋଡ଼ ଷ୍ଟେସନରେ ବହୁ ଦିନରୁ ଅଟକିଥିବା ରେଳ ୱାଗନ ତଳେ କିଛି ଶ୍ରମିକ ଆଶ୍ରୟ ନେଇଥିଲେ I ଇଂଜିନ ନଥିବା ପ୍ରାୟ ୩୨ଟି ୱାଗନ୍ ସେଠାରେ ଥିବା ବେଳେ ଝଡ଼ବର୍ଷା ସମୟରେ ସେଥିରୁ ୧୮ଟି ୱାଗନ୍ ଅଲଗା ହୋଇଯାଇ ଗଡ଼ିବାକୁ ଲାଗିଥିଲା । ୱାଗନ୍ ଗୁଡ଼ିକ ପ୍ରାୟ ୫ଶହ ମିଟର ଗଡ଼ିଯାଇ ଆଗରେ ଥିବା ବ୍ରେକରକୁ ଭାଙ୍ଗି ଦେଇଥିଲା। ଶ୍ରମିକମାନେ ଜୀବନ ବଞ୍ଚାଇବାକୁ ୱାଗନ୍ ତଳୁ ବାହାରି ଆସିବାକୁ ଉଦ୍ୟମ କରିଥିଲେ। କିଛି ଶ୍ରମିକ ବାହାରି ଆସିଥିଲେ ମଧ୍ୟ ଅନ୍ୟ କେତେକ ବାହାରି ପାରିନଥିଲେ। ଆଉ ତାପରେ ଜଣକ ପରେ ଜଣେ ୬ ଜଣ ଶ୍ରମିକଙ୍କ ଜୀବନ ଯାଇଥିଲା ।
ମୃତ ସମସ୍ତ ଶ୍ରମିକ ଠିକାରେ ରେଲୱେ ପାଇଁ କାମ କରୁଥିଲେ। ଏଥିରେ ଗୁରୁତର ହୋଇଥିବା ଦୁଇ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛିା ଘଟଣା ପରେ ଖୋର୍ଦ୍ଧା ଡିଆରଏମଙ୍କ ନେତୃତ୍ବରେ ଏକ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ । ସେପଟେ ମୃତକଙ୍କ ଗାଁରେ ଶୋକର ଛାୟା ଖେଳି ଯାଇଛି ।
ସୂଚନାଯୋଗ୍ୟ ୨୦୦୯ରେ ଯାଜପୁର ରୋଡ୍ ଷ୍ଟେସନର ଠିକ୍ ଏହି ଜାଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଜି ସେହି ସ୍ଥାନରେ ଟ୍ରେନରେ କଟି ୬ ଜଣ ପ୍ରାଣ ହରାଇଛନ୍ତି। ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାର ଖୋଳତାଡ଼ ଆରମ୍ଭ କରିଛି ରେଲୱେ ବିଭାଗ।




