ଓସିଏର ସଭାପତି ହେଲେ ପ୍ରଣବ ପ୍ରକାଶ ଦାସ

କଟକ : ସବୁ କଳ୍ପନାଜଳ୍ପନାର ଘଟିଛି ଅନ୍ତ । ଓସିଏ ବା ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ର ନିର୍ବାଚନ ପ୍ରାୟତଃ ଏକପାଖିଆ ହୋଇଯାଇଛି । କୌଣସି ପଦ ପାଇଁ ପ୍ରତିପକ୍ଷରୁ କେହି ପ୍ରତିଦ୍ୱନ୍ଦିତାକୁ ଓହ୍ଲାଇ ନଥିବାରୁ ସଭାପତି ଭାବେ ପ୍ରଣବ ପ୍ରକାଶ ଦାସ (ଯାଜପୁର), ଉପସଭାପତି ପାଇଁ ପଙ୍କଜ ଲୋଚନ ମହାନ୍ତି (କଟକ ଜିଲ୍ଲା) ଏବଂ ସମ୍ପାଦକ ପାଇଁ ସଞ୍ଜୟ ବେହେରା (ରାଇଜିଂ ଷ୍ଟୁଣ୍ଡେଣ୍ଟସ କ୍ଲବ୍ସ)ରୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ତେବେ ବିରୋଧୀ ଶିବିରରେ ଥିବା ନବରଞ୍ଜନ […]

Samaya Live Picture
Published On

କଟକ : ସବୁ କଳ୍ପନାଜଳ୍ପନାର ଘଟିଛି ଅନ୍ତ । ଓସିଏ ବା ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ର ନିର୍ବାଚନ ପ୍ରାୟତଃ ଏକପାଖିଆ ହୋଇଯାଇଛି । କୌଣସି ପଦ ପାଇଁ ପ୍ରତିପକ୍ଷରୁ କେହି ପ୍ରତିଦ୍ୱନ୍ଦିତାକୁ ଓହ୍ଲାଇ ନଥିବାରୁ ସଭାପତି ଭାବେ ପ୍ରଣବ ପ୍ରକାଶ ଦାସ (ଯାଜପୁର), ଉପସଭାପତି ପାଇଁ ପଙ୍କଜ ଲୋଚନ ମହାନ୍ତି (କଟକ ଜିଲ୍ଲା) ଏବଂ ସମ୍ପାଦକ ପାଇଁ ସଞ୍ଜୟ ବେହେରା (ରାଇଜିଂ ଷ୍ଟୁଣ୍ଡେଣ୍ଟସ କ୍ଲବ୍ସ)ରୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ତେବେ ବିରୋଧୀ ଶିବିରରେ ଥିବା ନବରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ପ୍ରଣବଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ଦେଇ ନିର୍ବାଚନ ପ୍ରତିଦ୍ୱନ୍ଦିତାରୁ ଓହରି ଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଅପରପକ୍ଷେ ସଞ୍ଜୟଙ୍କ ଦବ୍‌ଦବା ଚଳିତ ନର୍ବାଚନରେ ମଧ୍ୟ ଦେଖିବାକୁ ମିଳିଛି । ସବୁଠାରୁ ବଡକଥା ହେଲା ଗତ ଥର ସଭାପତି ଥିବା ପଙ୍କଜ ଲୋଚନ ମହାନ୍ତି ଏଥର ଅନ୍ୟ ଉପାୟ ନପାଇ ଉପସଭାପତିରେ ସନ୍ତୁଷ୍ଟ ହୋଇଛନ୍ତି । କୋଷାଧ୍ୟକ୍ଷ ପଦରେ ବିକାଶ ପ୍ରଧାନ (ଖୋର୍ଦ୍ଧା)ର ଅପରିବର୍ତ୍ତିତ ରହିଥିଲା ବେଳେ ଯୁଗ୍ମ ସମ୍ପାଦକ ଭାବେ ପ୍ରଭାତ ଭୋଳ (ସୁନ୍ଦରଗଡ), ଆପେକ୍ସ କାଉନସିଲ ସଦସ୍ୟ ଭାବେ ପ୍ରତାପ ଚନ୍ଦ୍ର ପ୍ରଧାନ (ଅନୁଗୁଳ)ରୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି ଏମାନେ ସମସ୍ତେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ନିଜର ପ୍ରାର୍ଥୀପତ୍ର ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରିଛନ୍ତି । ନିର୍ବାଚନ ବିଧି ଅନୁଯାୟୀ ଶନିବାର ତାଲିକା ପ୍ରସ୍ତୁତ କରାଯାଇ ଆପତ୍ତି ଅଭିଯୋଗ ସଂକ୍ରାନ୍ତରେ ଶୁଣାଣି ହେବ । ୨୩ ତାରିଖରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

୨୮ ତାରିଖରେ ଉପରୋକ୍ତ ୬ ପଦବୀ ପାଇଁ ହୋଇଥିବା ପ୍ରତିଦ୍ୱନ୍ଦିତାରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ଏହି ପ୍ରକି୍ରୟା କେବଳ ନାମକୁ ମାତ୍ର ହେବାକୁ ଥିବାବେଳେ ଉପରୋକ୍ତ ପ୍ରାର୍ଥୀମାନେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇସାରିଥିବାରୁ ଶୁଭେଛୁମାନେ ଆଗୁଆ ଅଭିନନ୍ଦନ ଜଣାଇବାରେ ଲାଗିପଡିଛନ୍ତି ।

ପ୍ରଣବ ପ୍ରକାଶ ଦାସ ସଭାପତି ପଦ ଅଳଙ୍କୃତ କରିବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡିଶା କି୍ରକେଟ ଆସୋସିଏସନର ଅନ୍ୟତମ ସଭ୍ୟ ନବରଞ୍ଜନ ପଟ୍ଟନାୟକ ଓ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱଜିତ ମହାନ୍ତି ଧନ୍ୟବାଦ ଦେଇଛନ୍ତି । ଫୁଟବଲ ଓ ହକି ଭଳି ଆନ୍ତଃରାଷ୍ଟ୍ରୀୟ ଖେଳକୁ ଓଡିଶାରେ ପ୍ରାଧାନ୍ୟ ଦେଇ ରାଜ୍ୟ ପାଇଁ ଗୌରବ ଆଣିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କି୍ରକେଟ୍‌ ଖେଳରେ ମଧ୍ୟ ଓଡିଶାର ନାମକୁ ବିଶ୍ୱ ଦରବାରରେ ପହଁଚାଇବା ପାଇଁ ଯେଉଁ ପ୍ରୟାସ ଆରମ୍ଭ କରିବାକୁ ଯାଉଛନ୍ତି ତାହା ସ୍ୱାଗତଯୋଗ୍ୟ ବୋଲି ସେମାନେ କହିଛନ୍ତି ।