ଜୟପୁର ଡେପୁଟି ରେଞ୍ଜର ଗିରଫ

କୋରାପୁଟ : ଭିଜିଲାନ୍ସ ହାତରେ ଗିରଫ ହେଲେ ଜୟପୁର ଡେପୁଟି ରେଞ୍ଜର । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏହି ସମୟରେ ଘରୁ ୧ କୋଟି ୪୩ ଲକ୍ଷ ନଗଦ ଟଙ୍କା ସହିତ ୧.୫୦୦ ଗ୍ରାମ ସୁନା ୪ କେଜି ରୂପା ସହିତ ଏକାଧିକ ପ୍ଲଟ , ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ୩୩ ଲକ୍ଷରୁ ଅଧିକ ଟଙ୍କା ଏବଂ […]

ଜୟପୁର ଡେପୁଟି ରେଞ୍ଜର ଗିରଫ
Samaya Live Picture
Published On

କୋରାପୁଟ : ଭିଜିଲାନ୍ସ ହାତରେ ଗିରଫ ହେଲେ ଜୟପୁର ଡେପୁଟି ରେଞ୍ଜର । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏହି ସମୟରେ ଘରୁ ୧ କୋଟି ୪୩ ଲକ୍ଷ ନଗଦ ଟଙ୍କା ସହିତ ୧.୫୦୦ ଗ୍ରାମ ସୁନା ୪ କେଜି ରୂପା ସହିତ ଏକାଧିକ ପ୍ଲଟ , ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ୩୩ ଲକ୍ଷରୁ ଅଧିକ ଟଙ୍କା ଏବଂ ବହୁ ଗୁରୁତ୍ତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିଥିଲା ଭିଜିଲାନ୍ସ । ତେବେ ଏହି ସମସ୍ତ ସମ୍ପତ୍ତିର ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଶନିବାର ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ସୂଚନା ମିଳିଛି ।

ସୂଚନାନୁସାରେ, ଶୁକ୍ରବାର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଜୟପୁର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରାଯାଇଥିଲା I ଏହି ସମୟରେ ଜୟପୁର ସହରରେ ତାଙ୍କର ୩ହଜାର ୬ଶହ ବର୍ଗଫୁଟ ର ଜମିରେ ଏକ ତିନି ମହଲା କୋଠା , ଗୋଲଡେନ ହାଇଟ ରେସିଡେନସିଆଲ ଆପାର୍ଟମେଣ୍ଟରେ ଦୁଇଟି ଟୁ ବିଏଚକେ ଫ୍ଲାଟ ସହ ଭୁବନେଶ୍ବରରେ ତାଙ୍କର ଏକ ଥ୍ରୀ- ବିଏଚକେ ଫ୍ଲାଟ ଠାବ ହୋଇଥିଲା I ଭିଜିଲାନ୍ସ ଚଢ଼ାଉ ବେଳେ ଏକ ସିକ୍ରେଟ ଟ୍ରେଜେରୀ ଠାବ ହୋଇଥିଲା । ଯେଉଁଥିରୁ ଏକ କୋଟି ୩୮ ଲକ୍ଷ ୯୦ ହଜାର ଟଙ୍କା ଜବତ ହୋଇଥିଲା । ସେହିପରି ଜୟପୁର ଘରୁ ୪ ଲକ୍ଷ ୪୪ ହଜାର ଟଙ୍କା ମିଳିବା ସହ ଜୟପୁର ସହରରେ ତାଙ୍କର ଦୁଇଟି ମୂଲ୍ୟବାନ ପ୍ଲଟ ଏବଂ ତାଙ୍କ ପରିବାର ଲୋକଙ୍କ ନାଁରେ ୪ଟି ବ୍ୟାଙ୍କରେ ମୋଟ ୧୦ଟି ଆକାଉଣ୍ଟ ରେ ମୋଟ ୧ କୋଟି ୩୨ ଲକ୍ଷ ୧୯ ହଜାର ଟଙ୍କା ଥିବା ସନ୍ଧାନ ପାଇଥିଲା ଭିଜିଲାନ୍ସ । ତେବେ ଏସବୁ ସଂପତ୍ତି ର ସନ୍ତୋଷଜନକ ଉତ୍ତର ଦେଇପାରି ନପାରିବାରୁ ଡେପୁଟୀ ରେଞ୍ଜର ରାମଚନ୍ଦ୍ର ନେପାକଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ ।

Tags: