ରେଳ ଧାରଣା ନିକଟରେ ସେଲଫି ନେଲେ ଜେଲ ଓ ଜୋରିମାନା
ଭୁବନେଶ୍ୱର : ରେଳ ପରିସର ମଧ୍ୟରେ ସେଲଫି ବ୍ୟାନ । ଏନେଇ କଠୋର ହୋଇଛି ପୂର୍ବତଟ ରେଳବାଇ । ସେଲଫି ନେଉଥିଲେ ଜୋରିମାନା ସହ ଭୋଗିବାକୁ ପଡିବ ଜେଲଦଣ୍ଡ I ଦିନକୁ ଦିନ ବଢି ଚାଲିଛି ରେଳ ସହ ସେଲଫି ଦୁର୍ଘଟଣା ଇ ଏହାକୁ ରୋକିବା ପାଇଁ ପୂର୍ବତଟ ରେଳପଥ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଏଥିସହ ପିଲାଙ୍କଠାରୁ ଆରମ୍ଭ କରି ଅଭିଭାବକ, ସ୍କୁଲ ଓ କଲେଜ କର୍ତ୍ତୃପକ୍ଷଙ୍କୁ ବିପଦପୂର୍ଣ୍ଣ ଅଭ୍ୟାସ ସମ୍ବନ୍ଧରେ ସଚେତନ […]
ଭୁବନେଶ୍ୱର : ରେଳ ପରିସର ମଧ୍ୟରେ ସେଲଫି ବ୍ୟାନ । ଏନେଇ କଠୋର ହୋଇଛି ପୂର୍ବତଟ ରେଳବାଇ । ସେଲଫି ନେଉଥିଲେ ଜୋରିମାନା ସହ ଭୋଗିବାକୁ ପଡିବ ଜେଲଦଣ୍ଡ I ଦିନକୁ ଦିନ ବଢି ଚାଲିଛି ରେଳ ସହ ସେଲଫି ଦୁର୍ଘଟଣା ଇ ଏହାକୁ ରୋକିବା ପାଇଁ ପୂର୍ବତଟ ରେଳପଥ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଏଥିସହ ପିଲାଙ୍କଠାରୁ ଆରମ୍ଭ କରି ଅଭିଭାବକ, ସ୍କୁଲ ଓ କଲେଜ କର୍ତ୍ତୃପକ୍ଷଙ୍କୁ ବିପଦପୂର୍ଣ୍ଣ ଅଭ୍ୟାସ ସମ୍ବନ୍ଧରେ ସଚେତନ କରାଇବାକୁ ରେଳପଥ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଛି।
ରେଳବାଇ ଆଇନର ଧାରା ୧୪୭ ଏବଂ ୧୫୩ ଅନୁଯାୟୀ, ଚଳନ୍ତା ଟ୍ରେନ୍ ନିକଟରେ କିମ୍ବା ରେଳ ଟ୍ରାକରେ ସେଲ୍ଫି ନେଉଥିବା ବ୍ୟକ୍ତିଙ୍କୁ ଜରିମାନା ସହ ଏଣିକି ଜେଲ୍ ମଧ୍ୟ ହୋଇପାରେ।
ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ କିଛି ବର୍ଷ ମଧ୍ୟରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ଅସୁରକ୍ଷିତ ସ୍ଥାନରେ ସେଲ୍ଫି ନେଉଥିବା ସମୟରେ ଯୁବପିଢ଼ି ଚଳନ୍ତା ଟ୍ରେନ୍ରୁ ତଳକୁ ଖସି ପଡ଼ି ପ୍ରାଣ ହରାଇବା, ଗୁରୁତର ଆହତ ହେବା ଭଳି ଘଟଣା ହେଉଛି । ରେଳ ଧାରଣା ନିକଟରେ ଛୋଟ ଭିଡିଓ କରିବା ଏବଂ ସେଲ୍ଫି ନେବାକୁ ପ୍ରୟାସ ସମୟରେ ମଧ୍ୟ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଅନେକଙ୍କର ଜୀବନ ବି ଯାଉଛି । ସେଲ୍ଫି ନେବା ସମୟରେ ଯୁବପିଢ଼ି ସେମାନଙ୍କ ଚାରିପାଖରେ ଥିବା ବିପଦ ଯଥା ଚଳନ୍ତା ଟ୍ରେନ୍, ମୁଣ୍ଡ ଉପର ବିଦ୍ୟୁତ୍ ଶକ୍ତି ଉପକରଣ ଓ ଜନଗହଳିପୂର୍ଣ୍ଣ ଷ୍ଟେସନ ପ୍ରତି ଧ୍ୟାନ ଦେଉ ନାହାନ୍ତି । ଦିନକୁ ଦିନ ଘଟଣା ବୃଦ୍ଧି ପାଉଥିବାରୁ କୌଣସି ଫଟୋ ପାଇଁ ଜୀବନକୁ ବିପଦରେ ନ ପକାଇବାକୁ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି।




