ଜୟ ଢୋଲକିଆ ବେଜେପି ପ୍ରାର୍ଥୀ,ଘୋଷଣା ବାକି

ଭୁବନେଶ୍ୱର : ନୂଆପଡା ବିଧାନସଭା ଉପ ନିର୍ବାଚନକୁ ନେଇ ରାଜନୀତି ସରଗରମ I ଜୟ ଢୋଲକିଆ ହେବେ ବିଜେପିର ନୂଆପଡ଼ା ପ୍ରାର୍ଥୀ । ସବୁକିଛି ଫାଇନାଲ୍ ହୋଇସାରିଛି, କେବଳ ଘୋଷଣା ବାକି ଅଛି । ଏନେଇ ଆଜି ଏକ ଘରୋଇ ଟିଭି ଚ୍ୟାନେଲକୁ ବଡ଼ ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ସୁଜିତ୍ କୁମାର । ସେ କହିଛନ୍ତି ନୂଆପଡାରେ ବିଜେପି ପାଇଁ ପ୍ରାର୍ଥୀ ହେବେ ଦିବଂଗତ ବିଜେଡି ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । […]

ଜୟ ଢୋଲକିଆ ବେଜେପି ପ୍ରାର୍ଥୀ,ଘୋଷଣା ବାକି
Samaya Live Picture
Published On

ଭୁବନେଶ୍ୱର : ନୂଆପଡା ବିଧାନସଭା ଉପ ନିର୍ବାଚନକୁ ନେଇ ରାଜନୀତି ସରଗରମ I ଜୟ ଢୋଲକିଆ ହେବେ ବିଜେପିର ନୂଆପଡ଼ା ପ୍ରାର୍ଥୀ । ସବୁକିଛି ଫାଇନାଲ୍ ହୋଇସାରିଛି, କେବଳ ଘୋଷଣା ବାକି ଅଛି । ଏନେଇ ଆଜି ଏକ ଘରୋଇ ଟିଭି ଚ୍ୟାନେଲକୁ ବଡ଼ ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ସୁଜିତ୍ କୁମାର । ସେ କହିଛନ୍ତି ନୂଆପଡାରେ ବିଜେପି ପାଇଁ ପ୍ରାର୍ଥୀ ହେବେ ଦିବଂଗତ ବିଜେଡି ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ସେ ଆସନ୍ତା ୧୬ ତାରିଖରେ ନାମାଙ୍କନ କରିବେ । ଏହାସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ୧୬ ତାରିଖରେ ନୂଆପଡ଼ା ଗସ୍ତ କରି ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ରହିବେ । ସେହିଦିନ ପ୍ରାୟ ୨ ହଜାରରୁ ଅଧିକ କଂଗ୍ରେସ ଏବଂ ବିଜେଡି କର୍ମୀ ବିଜେପିରେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ବିଜେପିର ରାଜ୍ୟସଭା ସାଂସଦ ସୁଜିତ କୁମାର ।

ସୂଚନାନୁସାରେ,ଜୟ ଢୋଲକିଆ ଗତ ଶନିବାର ଦିନ ବିରାଟ ଶୋଭାଯାତ୍ରାରେ ଆସି ଭୁବନେଶ୍ୱର ବିଜେପି ପାର୍ଟି ଅଫିସରେ ପହଞ୍ଚି ବିଜେପି ରେ ମିଶିଥିଲେ ।

ଅନ୍ୟପଟେ,ନୂଆପଡା ପାଇଁ ଘାସିରାମ ମାଝୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ବିଜେଡିର ପ୍ରାର୍ଥୀ ଖୋଜା ଜାରି ରହିଛି । ସମ୍ଭାବ୍ୟ ପ୍ରାର୍ଥୀ ଜୟ ଢୋଲକିଆ ବିଜେପିକୁ ଯିବା ପରେ ବିକଳ୍ପ ପ୍ରାର୍ଥୀ ଖୋଜୁଛି ଦଳ। ମଙ୍ଗଳବାର ସୁଦ୍ଧା ପ୍ରାର୍ଥୀ ମନୋନୟନ କସରତ ଶେଷ କରିବାକୁ କୋର୍‌ ଟିମ୍‌କୁ ସଭାପତି ନବୀନ ପଟ୍ଟନାୟକ ନିର୍ଦେଶ ଦେଇଥିବା ବେଳେ ନେତାମାନେ ଘନଘନ ବୈଠକ ଚଳାଇଛନ୍ତି। ବରିଷ୍ଠ ନେତାମାନେ ନୂଆପଡ଼ା ଗସ୍ତ କରି ତୃଣମୂଳସ୍ତରର ନେତା ଓ କର୍ମୀଙ୍କ ସହ ମାନସମନ୍ଥନ କରୁଛନ୍ତି। ରୁଦ୍ଧଦ୍ବାର ବୈଠକ ବି ହେଉଛି। ମଙ୍ଗଳବାର କୋର୍‌ ଟିମ୍‌ ସଦସ୍ୟ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରଦାନ କରିବା ପରେ ଦଳ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ସୂଚନା ମିଳିଛି।

Tags: