ଜୟ ଢୋଲକିଆ ନୂଆପଡା ବିଜେପି ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ନୂଆପଡାରେ ବିଜେପି ମଙ୍ଗ ଧରିବେ ସ୍ବର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ବୁଧବାର ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଜୟଙ୍କ ନାମକୁ ବିଧିବଦ୍ଧ ଭାବରେ ପ୍ରକାଶ କରିଛି । ତେବେ ଏଥିପାଇଁ ପ୍ରାର୍ଥୀ ଚୂଡାନ୍ତ ହୋଇ ସାରିଥିଲେ ମଧ୍ୟ କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଥିଲା । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିବେ […]

ଜୟ ଢୋଲକିଆ ନୂଆପଡା ବିଜେପି ପ୍ରାର୍ଥୀ ଘୋଷଣା
Samaya Live Picture
Published On

ଭୁବନେଶ୍ୱର : ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ନୂଆପଡାରେ ବିଜେପି ମଙ୍ଗ ଧରିବେ ସ୍ବର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ବୁଧବାର ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଜୟଙ୍କ ନାମକୁ ବିଧିବଦ୍ଧ ଭାବରେ ପ୍ରକାଶ କରିଛି । ତେବେ ଏଥିପାଇଁ ପ୍ରାର୍ଥୀ ଚୂଡାନ୍ତ ହୋଇ ସାରିଥିଲେ ମଧ୍ୟ କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଥିଲା । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିବେ ଜୟ ।

ସେହିପରି ଅନ୍ୟ ରାଜ୍ୟ ଯଥା ଜାମ୍ମୁ କଶ୍ମୀର, ତେଲେଙ୍ଗାନା ଓ ଝାରଖଣ୍ଡରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଉ ଚାରି ଜଣଙ୍କ ନାମ ମଧ୍ୟ ଘୋଷଣା କରିଛି ବିଜେପି ।

ସୂଚନାନୁସାରେ,ଗତ ୧୧ତାରିଖ ଶନିବାର ଦିନ ଜୟ ଢୋଲକିଆ ବିପୁଳ ସମର୍ଥକଙ୍କ ସହ ଭୁବନେଶ୍ୱର ବିଜେପି ପାର୍ଟି ଅଫିସରେ ପହଞ୍ଚି ଦଳରେ ସାମିଲ ହୋଇଥିଲେ । ତେବେ ହଠାତ ଜୟଙ୍କ ଦଳ ପରିବର୍ତ୍ତନକୁ ନେଇ ନୂଆପଡା ରାଜନୈତିକ ସମୀକରଣ ପୁରା ବଦଳି ଯାଇଥିଲା । ବିଜେଡିରୁ ଜୟ ଢୋଲକିଆ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେବା ପରେ ହଠାତ୍‍ ଜୟ ଢୋଲକିଆ ବିଜେପି ଶିବିରରେ ଦେଖାଦେଇଥିଲେ । ପିତାଙ୍କ ଦେହାନ୍ତ ପରେ ବିଜେପିରେ ସାମିଲ ହେବାରୁ ବିଜେଡି ଜୟଙ୍କୁ ସିଧାସଳଖ ଟାର୍ଗେଟ କରିଥିଲା ।

ଅନ୍ୟପଟେ ନୂଆପଡା ଆସନ ପାଇଁ ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ । ଘାସିରାମ ମାଝୀ କଂଗ୍ରେସ ଯୋଦ୍ଧା ଭାବରେ ନୂଆପଡା ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ବର୍ତ୍ତମାନ ଯାଏଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ ।

Tags: