ଜାଗର ଯାତ୍ରା ହେଲା ମହାଯାତ୍ରା,ପୋଲ ତଳକୁ ବାଇକ ଖସି ୨ ମୃତ

କୋରାପୁଟ : ଜାଗର ଯାତ୍ରା ହେଲା ମହାଯାତ୍ରା । ଜାଗର ଦେଖି ଫେରୁଥିବାବେଳେ ଘଟିଗଲା ଅଘଟଣ I ଭାରସାମ୍ୟ ହରାଇ ପୋଲ ଉପରୁ ବାଇକ ଖସିଯିବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାନ୍ତ ଚାଟୁଆ ପଞ୍ଚାୟତର ଆନ୍ଦାରିଗାଡ଼ା ନିକଟରେ । ସମସ୍ତ ଆହତ ଓ ମୃତକମାନେ ହେଲେ ପଟାଙ୍ଗି ବ୍ଲକ୍ ସାଡ଼ାମ୍ ଗ୍ରାମର ବୋଲି […]

ଜାଗର ଯାତ୍ରା ହେଲା ମହାଯାତ୍ରା,ପୋଲ ତଳକୁ ବାଇକ ଖସି ୨ ମୃତ
Samaya Live Picture
Published On

କୋରାପୁଟ : ଜାଗର ଯାତ୍ରା ହେଲା ମହାଯାତ୍ରା । ଜାଗର ଦେଖି ଫେରୁଥିବାବେଳେ ଘଟିଗଲା ଅଘଟଣ I ଭାରସାମ୍ୟ ହରାଇ ପୋଲ ଉପରୁ ବାଇକ ଖସିଯିବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାନ୍ତ ଚାଟୁଆ ପଞ୍ଚାୟତର ଆନ୍ଦାରିଗାଡ଼ା ନିକଟରେ । ସମସ୍ତ ଆହତ ଓ ମୃତକମାନେ ହେଲେ ପଟାଙ୍ଗି ବ୍ଲକ୍ ସାଡ଼ାମ୍ ଗ୍ରାମର ବୋଲି ଜଣାପଡ଼ିଛି ।

କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ସାଡ଼ାମ୍ ଗ୍ରାମର ତିନି ଜଣ ଯୁବକ ମହାଶିବରାତ୍ରୀ ଉପଲକ୍ଷେ ଚାଟୁଆ ଗାଁକୁ ଜାଗର ଯାତ୍ରା ଦେଖିବାକୁ ଯାଇଥିଲେ । ଗୋଟିଏ ବାଇକରେ ସମସ୍ତେ ଘରକୁ ଫେରୁଥିବାବେଳେ ଚାଟୁଆ ପଞ୍ଚାୟତର ଆନ୍ଦାରିଗାଡ଼ା ନାଳ ପୋଲ ଉପରୁ ବାଇକ୍ ଟି ତଳକୁ ଖସିପଡ଼ିଥିଲା । ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଗୁରୁତରଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଜଣକ ହେଲେ ତ୍ରିପତି ଖରା । ବାଇକ୍ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି ।

Tags: