ଅଧାରେ ରହିଗଲା ଜଗା ଦର୍ଶନ: ଦୁର୍ଘଟଣାରେ ଚାଲିଗଲା ହବିଷ୍ୟାଳିଙ୍କ ଜୀବନ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥ ଦିକ୍ଷୀତପଡା ନିକଟରେ ଦୁର୍ଘଟଣା ଘଟିଛି। ଆଜି ଭୋର ୫ଟା ସମୟରେ ଦୁର୍ଘଟଣା ଘଟି ଜଣେ ମୃତ ୫ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଏନେଇ ଟାଙ୍ଗୀ ପୋଲିସର ତଦନ୍ତ ଆରମ୍ଭ ହୋଇଛି। ସୂଚନାରୁ ଜଣାପଡିଛି କାର୍ତ୍ତିକରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୟଥପଲା ଗ୍ରାମର ୮ ଜଣ ହବିଷ୍ୟାଳି ଏକ ଅଟୋରେ ପୁରୀ ଜଗା ଦର୍ଶନ କରିବାକୁ ଯାଉଥିଲେ। ହେଲେ ଜଗା […]

Samaya Live Picture
Published On

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥ ଦିକ୍ଷୀତପଡା ନିକଟରେ ଦୁର୍ଘଟଣା ଘଟିଛି। ଆଜି ଭୋର ୫ଟା ସମୟରେ ଦୁର୍ଘଟଣା ଘଟି ଜଣେ ମୃତ ୫ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଏନେଇ ଟାଙ୍ଗୀ ପୋଲିସର ତଦନ୍ତ ଆରମ୍ଭ ହୋଇଛି। ସୂଚନାରୁ ଜଣାପଡିଛି କାର୍ତ୍ତିକରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୟଥପଲା ଗ୍ରାମର ୮ ଜଣ ହବିଷ୍ୟାଳି ଏକ ଅଟୋରେ ପୁରୀ ଜଗା ଦର୍ଶନ କରିବାକୁ ଯାଉଥିଲେ। ହେଲେ ଜଗା ଦର୍ଶନ ସେମାନଙ୍କ ପାଇଁ ଅଧାରେ ରହିଗଲା। ପୁରୀ ଯାଉଥିବା ବେଳେ ଜାତୀୟ ରାଜପଥ ଇକ୍ଷିତପଡା ଠାରେ ଅଟୋକୁ ଏକ ଟ୍ରକ ସାଇଟ ମାରିବାରୁ ଅଟୋଟି ଓଲଟି ପଡିଥିଲା। ଅଟୋରେ ଥିବା ଜଣେ ହବିଶ୍ୟାଳୀ ମହିଳା ମୃତ୍ୟୁବରଣ କରିଥିଲେ। ଅଟୋ ରିକ୍ସା ଚାଳକ ସହ ୪ ଜଣ ହବିଶ୍ୟାଳୀ ଗୁରୁତର ହୋଇଛନ୍ତି। ମୃତ ହବିଶ୍ୟାଳୀଙ୍କର ନାମ ହେଲା ସୁଷମା ସାମନ୍ତରାୟ (୬୦ ବର୍ଷ)। ଗୁରୁତର ଅଟୋ ଚାଳକ ହେଲେ ମିଟୁ ସେନ (୩୦ ବର୍ଷ)। ଅନ୍ୟ ଗୁରୁତର ମାନେ ହେଲେ ଶଶୀ ଗୁମାନ ସିଂ (୭୨), ଆଶାମଣୀ ସାମନ୍ତରାୟ (୬୫), ସଜନୀ ସାମନ୍ତରାୟ (୬୮ ବର୍ଷ) ବୋଲି ଜଣା ପଡିଛି। ଗୁରୁତର ମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।ଖବର ପାଇ ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

Tags: