ଦିବ୍ୟାଙ୍ଗଙ୍କ ପାଇଁ ସହଜ ହେଲା ଜଗା ଦର୍ଶନ

ପୁରୀ : ଏଣିକି ସହଜରେ ଜଗନ୍ନାଥ ଦର୍ଶନ କରିପାରିବେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ I ପୁରୀ ଶ୍ରୀ ମନ୍ଦିରରେ ଦିବ୍ୟାଙ୍ଗଙ୍କ ପାଇଁ କରାଗଲା ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା I ହ୍ୱିଲ ଚେୟାର ବଦଳରେ କାଠ ସବାରୀରେ ଉତ୍ତର ଦ୍ୱାରଦେଇ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ I ଏନେଇ ଅନଲାଇନ୍ ପଞ୍ଜିକରଣ ପରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯିବ । ମାସରେ ଥରେ ପଞ୍ଜିକରଣ କରିଥିବା ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ଜୟବିଜୟ ଦ୍ୱାରା ସମ୍ମୁଖରୁ ଦର୍ଶନ କରିପାରିବେ […]

Samaya Live Picture
Published On

ପୁରୀ : ଏଣିକି ସହଜରେ ଜଗନ୍ନାଥ ଦର୍ଶନ କରିପାରିବେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ I ପୁରୀ ଶ୍ରୀ ମନ୍ଦିରରେ ଦିବ୍ୟାଙ୍ଗଙ୍କ ପାଇଁ କରାଗଲା ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା I ହ୍ୱିଲ ଚେୟାର ବଦଳରେ କାଠ ସବାରୀରେ ଉତ୍ତର ଦ୍ୱାରଦେଇ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ I ଏନେଇ ଅନଲାଇନ୍ ପଞ୍ଜିକରଣ ପରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯିବ । ମାସରେ ଥରେ ପଞ୍ଜିକରଣ କରିଥିବା ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ଜୟବିଜୟ ଦ୍ୱାରା ସମ୍ମୁଖରୁ ଦର୍ଶନ କରିପାରିବେ I

ସେମାନଙ୍କ ପାଇଁ କାଠରେ ପ୍ରସ୍ତୁତ ସବାରୀ ଯୋଗାଇ ଦିଆଯିବ । ଚାଲି ପାରୁନଥିବା ଦିବ୍ୟାଙ୍ଗମାନେ ସବାରୀରେ ଯାଇ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଏଥିପାଇଁ ସ୍ୱତନ୍ତ୍ର ସ୍ୱେଚ୍ଛାସେବୀ ନିୟୋଜିତ ହେବେ । ଗୁରୁବାର ଅନୁଷ୍ଠିତ ହେଉଥିବା ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତି ନିଆଯିବ I

ପ୍ରଥମ ପର୍ଯ୍ୟାୟରେ ୨୦ ଟି କାଠ ଚେୟାର ବା ସଵାରୀ ନିର୍ମାଣ କରାଯାଇଛି ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ ଇ ମହାପ୍ରଭୁଙ୍କ ଗୋପାଳବଲ୍ଲଭ ଠାରୁ ସକାଳ ଧୂପ ଶେଷ ମଧ୍ୟରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ମାନେ ଏହି ସ୍ୱତନ୍ତ୍ର କାଠ ଚେୟାର ରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ I

Tags: