ସେଲ୍ଫି ହେଲା କାଳ : ଗୋଡ଼ ଖସିଯିବାରୁ ନଦୀରେ ନଦୀରେ ଭାସିଗଲେ ଯୁବକ

ନବରଙ୍ଗପୁର : ସେଲ୍ଫି ନିଶା ହେଲା କାଳ I ବେଳେବେଳେ ସେଲ୍ଫି ନିଶାରେ ଏମିତି ସମସ୍ତେ ପାଗଳ ହୋଇଯାଇଥାନ୍ତି ଯେ ଅନ୍ୟମନସ୍କ ଯୋଗୁଁ ବିପତ୍ତି ମାଡି ଆସିଥାଏ I ସେହିପରି ଏକ ଦୁର୍ଘଟଣା ଘଟିଯାଇଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ ଘୁମରେଶ୍ୱର ଶୈବପୀଠରେ I ସେଲଫି ନେବା ବେଳେ ନଦୀ ଭିତରକୁ ଖସି ଯାଇ ନିଖୋଜ ହୋଇଯାଇଛନ୍ତି ଯୁବକ I ନିଖୋଜ ଯୁବକ ବୋରିଗୁମ୍ମା ବ୍ଲକ ଡେଙ୍ଗପଦର ପଞ୍ଚାୟତ କୃଷ୍ଣଗୁଡା ଗାଁର ହରିବନ୍ଧୁ ଗୌଡ […]

Samaya Live Picture
Published On

ନବରଙ୍ଗପୁର : ସେଲ୍ଫି ନିଶା ହେଲା କାଳ I ବେଳେବେଳେ ସେଲ୍ଫି ନିଶାରେ ଏମିତି ସମସ୍ତେ ପାଗଳ ହୋଇଯାଇଥାନ୍ତି ଯେ ଅନ୍ୟମନସ୍କ ଯୋଗୁଁ ବିପତ୍ତି ମାଡି ଆସିଥାଏ I ସେହିପରି ଏକ ଦୁର୍ଘଟଣା ଘଟିଯାଇଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ ଘୁମରେଶ୍ୱର ଶୈବପୀଠରେ I ସେଲଫି ନେବା ବେଳେ ନଦୀ ଭିତରକୁ ଖସି ଯାଇ ନିଖୋଜ ହୋଇଯାଇଛନ୍ତି ଯୁବକ I ନିଖୋଜ ଯୁବକ ବୋରିଗୁମ୍ମା ବ୍ଲକ ଡେଙ୍ଗପଦର ପଞ୍ଚାୟତ କୃଷ୍ଣଗୁଡା ଗାଁର ହରିବନ୍ଧୁ ଗୌଡ ,ବୟସ ୧୮ ବର୍ଷ I

ସୂଚନାନୁସାରେ ହରିବନ୍ଧୁ ଗତକାଲି ସାଙ୍ଗ ମାନଙ୍କ ସହିତ ଘୁମରେଶ୍ୱର ଶୈବପୀଠ ବୁଲିବାକୁ ଯାଇଥିଲେ I ପୀଠରେ ଦର୍ଶନ ସାରି ଜଳ ପ୍ରପାତ ନିକଟରେ ସେଲଫି ନେଉଥିବା ବେଳେ ପାଣିରେ ଗୋଡ ଖସି ଯାଇଥିଲା । ସେ ଜଳପ୍ରପାତ ଉପରୁ ତଳକୁ ପଡ଼ି ଯାଇଥିଲେ। ସାଙ୍ଗମାନେ ଏନେଇ ହରିବନ୍ଧୁଙ୍କ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଗତକାଲିଠୁ ହରିବନ୍ଧୁଙ୍କୁ ଖୋଜାଖୋଜି କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ ପତ୍ତା ମିଳିନାହିଁ। ଘଟଣା ନେଇ ପରିବାର ଲୋକ ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆଜି ବି ଅଗ୍ନିଶମ ବାହିନୀ ହରିବନ୍ଧୁଙ୍କୁ ଖୋଜାଖୋଜି କରୁଛନ୍ତି। ପୁଅ ଗତକାଲିଠୁ ନିଖୋଜ ଥିବାରୁ ପରିବାରରରେ ଶୋକର ଛାୟା ଖେଳିଯାଇଛି।

Tags: