ବହୁତ ହୋଇଗଲା,ଏଥର ଛାଡି଼ବାନି – ଗଜପତି ମହାରାଜ
ପୁରୀ : ଇସ୍କନର ଅଦିନିଆ ରଥ ଯାତ୍ରାକୁ ନେଇ ଗଜପତି ମହାରାଜଙ୍କ ସାମ୍ବାଦିକ ସମ୍ମିଳନୀ । ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଜପତି ମହାରାଜ କହିଛନ୍ତି ,ଅଦିନରେ ରଥଯାତ୍ରା କରି ଇସ୍କନ ସନାତନ ଧର୍ମ ଓ ଜଗନ୍ନାଥ ସଂସ୍କୃତିର ଉଲଙ୍ଘନ କରୁଛି । ମାର୍ଚ୍ଚ ଯାଏଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ । ମାର୍ଚ୍ଚରେ ଇସ୍କନର ଗଭର୍ଣ୍ଣିଂ କାଉନସିଲ ବୈଠକ ଅଛି । ସେଠି ଯଦି ସେମାନେ ମାନିଯିବେ, ଭଲକଥା। ନ ହେଲେ ଏଥର ଆମେ ଛାଡ଼ିବାନି […]
ପୁରୀ : ଇସ୍କନର ଅଦିନିଆ ରଥ ଯାତ୍ରାକୁ ନେଇ ଗଜପତି ମହାରାଜଙ୍କ ସାମ୍ବାଦିକ ସମ୍ମିଳନୀ । ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଜପତି ମହାରାଜ କହିଛନ୍ତି ,ଅଦିନରେ ରଥଯାତ୍ରା କରି ଇସ୍କନ ସନାତନ ଧର୍ମ ଓ ଜଗନ୍ନାଥ ସଂସ୍କୃତିର ଉଲଙ୍ଘନ କରୁଛି । ମାର୍ଚ୍ଚ ଯାଏଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ । ମାର୍ଚ୍ଚରେ ଇସ୍କନର ଗଭର୍ଣ୍ଣିଂ କାଉନସିଲ ବୈଠକ ଅଛି । ସେଠି ଯଦି ସେମାନେ ମାନିଯିବେ, ଭଲକଥା। ନ ହେଲେ ଏଥର ଆମେ ଛାଡ଼ିବାନି ଆଇନର ଆଶ୍ରୟ ନେବୁ ।
୧୯୬୭ ମସିହାରୁ ଏହାକୁ ବନ୍ଦ କରିବାକୁ ଆମେ ପ୍ରାୟାସ କରୁଛୁ। ହେଲେ ତାହାର ପ୍ରଭାବ ପଡିଲାନି । ୨୦୦୭ରେ ରଥଯାତ୍ରା ସେମାନେ ଆରମ୍ଭ କଲେ। ଶ୍ରୀ ମନ୍ଦିର ପ୍ରଶାସକ ତାଙ୍କୁ ଚିଠି ଲେଖିଲେ ହେଲେ ସେମାନେ ତାହାକୁ ମାନିଲେ ନାହିଁ । ଉଲଘଂନ କରିବା ଉଚିତ ନୁହେଁ । ୨୦୦୮ ଫେବ୍ରୁଆରୀ ମାସରେ ଇସ୍କନ ମୁଖ୍ୟ କାର୍ଯ୍ୟାଳୟକୁ ଚିଠି ଲେଖାଯାଇଛି। ହେଲେ ତାହାକୁ ଇସ୍କନ ମାନିଲାନି। ସେମାନେ ଭାରତ ଓ ଭାରତ ବାହାରେ ରଥଯାତ୍ରା କଲେ। ବାରମ୍ବାର ଚିଠି ସତ୍ତ୍ୱେ ବି ମାନିନଥିଲେ ଇସ୍କନ କର୍ତ୍ତୃପକ୍ଷ । ଏହାର କିଛି ମାସ ପରେ ପୁଣି ଥରେ ଦିଲ୍ଲୀରେ ଅଦିନିଆ ରଥଯାତ୍ରାରେ ଆୟୋଜନ କରିଥିଲେ । ଯାହାକୁ ସେତେବେଳେ ଦୃଢ ନିନ୍ଦା କରିଥିଲା ଜଗନ୍ନାଥ ସମିତି । ଆଷାଢ ଶୁକ୍ଳ ଦ୍ବିତୀୟା ତିଥିରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ, ଇସ୍କନ ବାରମ୍ବାର ଅଦିନରେ ରଥଯାତ୍ରା କରିବା କଥା ଚିନ୍ତା କରୁଛି । ପ୍ରବାସୀ ଭାରତୀୟ ମାନେ ଏହାକୁ ବିରୋଧ କରୁଥିବା ବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ କିଛିଦିନ ତଳେ କ୍ଷୋଭ ପ୍ରକାଶ କରିଥିଲେ ।
୨୦୨୧ ଜୁଲାଇରେ ବିଧିବଧ ସଙ୍କଳ୍ପ ପାରିତ କଲେ ଯେ, ଭାରତ ଭିତରେ ଅଦିନିଆ ରଥଯାତ୍ରା ହେଉନାହିଁ । ଇସ୍କନ ରଥଯାତ୍ରା ନୁହେଁ, ପ୍ରଚାର ଯାତ୍ରା କରୁଛନ୍ତି । ସେମାନେ କୀର୍ତ୍ତନ ଯାତ୍ରା କରିବା ଦରକାର। ମହାପ୍ରଭୁଙ୍କୁ ସେମାନେ ବାହାରକୁ ନେବା ଉଚିତ ନୁହେଁ । ମୁଁ ଇସ୍କନ ସଭାପତି ଓ ଇସ୍କନ ମୁଖ୍ୟ କାର୍ଯ୍ୟାଳୟକୁ ସବୁ କାରଣ ଦର୍ଶାଇ ଚିଠି ଲେଖିଲି। ହେଲେ ତାହାର ଉତ୍ତର ଦେଲେ ନାହିଁ । କିନ୍ତୁ ସ୍ନାନ ଯାତ୍ରା ବନ୍ଦ କରିଛନ୍ତି । ନାଇଜରିଆରେ ମଧ୍ୟ ସେମାନେ ଅଦିନିଆ ରଥଯାତ୍ରା କରିବାକୁ ନିଷ୍ପତି ନେଇଛନ୍ତି। ଭାରତ ବାହାରେ ରଥଯାତ୍ରା ବନ୍ଦ ନ କରେ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେ ବାଧ୍ୟ ହେବୁ ବୋଲି ପୁରୀ ଗଜପତି ମହାରାଜ କହିଛନ୍ତି।
ଅନ୍ୟପଟେ ଗଜପତିଙ୍କୁ ସମର୍ଥନ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଶ୍ରୀ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ହେଉଛି ଆମର ପ୍ରାଥମିକତା । ଆମେ ଯୁକ୍ତିଯୁକ୍ତ କଥା କହୁଚୁ ସେମାନେ ମାନିନେବା ଉଚିତ ।




