ଭିଜିଲାନ୍ସ ଜାଲରେ ITDA ଅଧିକାରୀ
ସୁନ୍ଦରଗଡ଼ : ଭିଜିଲାନ୍ସ ଜାଲରେ ITDA ଅଧିକାରୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ITDA ପ୍ରକଳ୍ପ ଅଧିକାରୀଙ୍କ ସରକାରୀ ଘର ଏବଂ ବାସଭବନରେ ରେଡ୍ ଚାଲିଛି। ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢାଉ। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ । ଭୁବନେଶ୍ଵରର ୩ ସ୍ଥାନ ସମେତ ବାଲେଶ୍ଵର, ଯାଜପୁର ଓ ବଣାଇର […]
ସୁନ୍ଦରଗଡ଼ : ଭିଜିଲାନ୍ସ ଜାଲରେ ITDA ଅଧିକାରୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ITDA ପ୍ରକଳ୍ପ ଅଧିକାରୀଙ୍କ ସରକାରୀ ଘର ଏବଂ ବାସଭବନରେ ରେଡ୍ ଚାଲିଛି। ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢାଉ। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ । ଭୁବନେଶ୍ଵରର ୩ ସ୍ଥାନ ସମେତ ବାଲେଶ୍ଵର, ଯାଜପୁର ଓ ବଣାଇର ଦୁଇଟି ସ୍ଥାନରେ ରେଡ କରୁଛି ଭିିଜିଲାନ୍ସ। ଭିଜିଲାନ୍ସର ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ଵରେ ୩ ଡିଏସପି ଏବଂ ୧୦ ଇନ୍ସପେକ୍ଟରଙ୍କ ନେତୃତ୍ଵରେ ଚାଲିଛି ଏହି ଚଢାଉ। ରେଡରୁ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି। ପୁରୁଣା ଭୁବନେଶ୍ଵର ଶ୍ରୀରାମ ନଗର ଅଂଚଳରୁ ଏକ ଦୁଇ ମହଲା କୋଠା, ଭୁବନେଶ୍ଵର ଲକ୍ଷ୍ମୀସାଗର ଅଂଚଳରେ ଗୋଟିଏ ଫ୍ଲାଟ, ଖାରବେଳନଗର ୟୁନିଟ ୩ ଅଂଚଳରେ ଗୋଟିଏ ଫ୍ଲାଟ, ବାଲେଶ୍ଵର ଏସଏନ ସେନ ରୋଡ ଅଂଚଳରେ ଗୋଟିଏ ଫ୍ଲାଟ ସହିତ ଯାଜପୁୁରର ଜଣେ ସମ୍ପର୍କୀୟଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ। ତେବେ ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ,ସବିଶେଷ ତଥ୍ୟ ମିଳିପାରି ନାହିଁ ।




